Advertisment

ଯୁଦ୍ଧ ଭିତରେ ରକ୍ଷା ମନ୍ତ୍ରୀଙ୍କୁ ହଟାଇଲେ ନେତାନ୍ୟାହୁ, ଜୋରଦାର ବିକ୍ଷୋଭ

ପୂରା ଦେଶରେ ଜୋରଦାର ହଙ୍ଗାମା ହୋଇଛି। ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ମଧ୍ୟ ତେଲ ଅବିବରେ ଏକାଠି ହୋଇଛନ୍ତି। ସହରର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।

Benjamin Netanyahu

Benjamin Netanyahu

Advertisment

ମଧ୍ୟପ୍ରାଚ୍ୟ ଦେଶରେ ଲାଗି ରହିଛି ଯୁଦ୍ଧ ପରିସ୍ଥିତି। ଆଉ ଏହି ଯୁଦ୍ଧ ମଧ୍ୟରେ ବଡ଼ ପଦକ୍ଷେପ ନେଇଛି ଇସ୍ରାଏଲ। ନିଜ ପ୍ରତିରକ୍ଷା ମନ୍ତ୍ରୀକୁ ବିଦା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ମଙ୍ଗଳବାର ନିଜ ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି। ଏହାକୁ ନେଇ ଦେଶରେ ହଙ୍ଗାମା ଆରମ୍ଭ ହୋଇଛି। ରାସ୍ତାକୁ ଓହ୍ଲାଇ ଲୋକେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ୟୋବଙ୍କୁ ବାହାର କରିବା ପଛରେ ତାଙ୍କ ଉପରେ ବିଶ୍ୱାସ ଅଭାବ ଥିବା ନେତାନ୍ୟାହୁ ଯୁକ୍ତି ବାଢ଼ିଛନ୍ତି। ହମାସ ଓ ହେଜବୁଲ୍ଲା ବିରୋଧରେ ଯୁଦ୍ଧ ରଣନୀତିକୁ ନେଇ ୟୋବ୍‌ଙ୍କୁ ବିଶ୍ୱାସର ସହ ନେଇ ପାରୁନଥିଲେ ବୋଲି ନେତାନ୍ୟାହୁ କହିଛନ୍ତି। ଏହି କାରଣରୁ ହମାସ ଏବଂ ହେଜବୁଲ୍ଲା ବିରୋଧ ଯୁଦ୍ଧ ପରିଚାଳନାରେ ଅସୁବିଧା ହୋଇଥିଲା ବୋଲି ସେ କହିଛନ୍ତି।

ଗାଜା ଏବଂ ଲେବାନନରେ ହୋଇଥିବା ଯୁଦ୍ଧକୁ ନେଇ ୟୋବ ଗାଲାଣ୍ଟ ଏବଂ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ମତଭେଦ ହୋଇଥିଲା। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା। ଅନେକ ସମୟରେ ମତଭେଦ ରହୁଥିଲା । ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ପୂର୍ଣ୍ଣ ସହମତିର ଆବଶ୍ୟକତା ପଡୁଥିଲା। ହେଲେ ଗାଜା ଉପରେ ଆକ୍ରମଣ ଓ ଲେବାନନରେ ସ୍ଥଳ ଅଭିଯାନକୁ ୟୋବ୍ ସମର୍ଥନ କରୁନଥିଲେ।

Advertisment

ଫଳରେ ଦୁହିଁଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିଲା। ଏହି କାରଣରୁ ୟୋବ୍‌ଙ୍କ ମନ୍ତ୍ରୀପଦ ଛଡ଼ାଇ ନେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ତେବେ ପଦରୁ ବିଦା ହେବା ପରେ ୟୋବ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଭିତରେ ବିଶ୍ୱାସ ଭାଙ୍ଗିବାର ଇଏ ପରିଣାମ ଓ ଶତ୍ରୁ ପକ୍ଷର ଏହା ପୂରା ଲାଭ ଉଠାଇବେ ବୋଲି କହିଛନ୍ତି।

ସେପଟେ ୟୋବ୍‌ ଗାଲାଣ୍ଟଙ୍କୁ ବହିଷ୍କାର କରିବା ନେଇ ନେତାନ୍ୟାହୁଙ୍କ ନିଷ୍ପତ୍ତିକୁ ଇସ୍ରାଏଲବାସୀ ବିରୋଧ କରିଛନ୍ତି। ପୂରା ଦେଶରେ ଜୋରଦାର ହଙ୍ଗାମା ହୋଇଛି। ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ମଧ୍ୟ ତେଲ ଅବିବରେ ଏକାଠି ହୋଇଛନ୍ତି। ସହରର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।

ଭିଡ଼ ଭିତରେ ଥିବା ଲୋକମାନେ ରାସ୍ତାର ମଝିରେ ନିଆଁ ଜାଳି ଢ଼ୋଲ ବଜାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥି ସହିତ, ପ୍ରାୟ ଏକ ହଜାର ଲୋକ ଜେରୁଜେଲମରେ ନେତାନ୍ୟାହୁଙ୍କ ଘର ବାହାରେ ପ୍ରଦର୍ଶନ କରିଛନ୍ତି। ଏଥିସହ ବିକ୍ଷୋଭକାରୀମାନେ ଦେଶର ଅନ୍ୟାନ୍ୟ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି।

ଅନ୍ୟପଟେ ରାତାରାତି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବଦଳାଇବା ପରେ ଇସ୍ରାଏଲର ନୂଆ ପ୍ରତିରକ୍ଷାମନ୍ତ୍ରୀଭାବେ ଦାୟିତ୍ୱ ସମ୍ଭାଳିବେ ବିଦେଶ ମନ୍ତ୍ରୀ ଇସ୍ରାଏଲ କାଟଜ।

Israel Benjamin Netanyahu Israel-Palestine Conflict Israel PM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe