Advertisment

ଶରଣାର୍ଥୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌, ହମାସର କମାଣ୍ଡର ସଫା

ଆକ୍ରମଣରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି।

author-image
Madhupriya Mistry
IDF bombards Gaza's biggest refugee camp

IDF bombards Gaza's biggest refugee camp

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ହମାସ ଉପରେ ତୁହାକୁ ତୁହା ଆକ୍ରମଣ କରି ଚାଲିଛି ଇସ୍ରାଏଲ। ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ସାଢ଼େ ୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ହଜାର ହଜାର ସଂଖ୍ୟାରେ ନୀରିହ ପାଲେଷ୍ଟାଇନ୍ ନାଗରିକଙ୍କ ଜୀବନ ଗଲାଣି। ଏହାରି ଭିତରେ ପୁଣି ଥରେ ଗାଜା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ଏଠାରେ ଥିବା ଏକ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରି ରକେଟ୍‌ ମାଡ଼ ହୋଇଛି।

Advertisment

ଗାଜାର ସବୁଠୁ ବଡ଼ ଶରାଣାର୍ଥୀ ଶିବିର ଜାବିଆଲ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ କରିଛି। ଗାଜାରେ ଥିବା ଏହା ହେଉଛି ସବୁଠାରୁ ବଡ଼ ଶରଣାର୍ଥୀ ଶିବିର ବୋଲି କୁହାଯାଉଛି। ଏହି ଆକ୍ରମଣରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି । ତେବେ ଏହି ଏୟାରଷ୍ଟ୍ରାଇକ୍‌ରେ ହମାସର ଜଣେ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି। ଏହି କ୍ୟାମ୍ପରେ ହମାସର ଜଣେ କମାଣ୍ଡର ଲୁଚି ରହିଥିଲା ଆଉ ଆକ୍ରମଣରେ ତାର ମୃତ୍ୟୁ ହୋଇଥିବା ଆଇଡିଏଫ୍‌ କହିଛି।

ରେଫ୍ୟୁଜି କ୍ୟାମ୍ପ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଇଜିପ୍ଟ, ଜୋର୍ଡାନ୍ ଓ ସାଉଦି ଆରବ ଶୋକ ପ୍ରକାଶ କରିଛନ୍ତି। ସେପଟେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନଜରରେ ରଖି ପୁଣିଥରେ ଇସ୍ରାଏଲ ଗସ୍ତ କରିବେ ଆମେରିକା ପ୍ରତିରକ୍ଷା ସଚିବ ଆଂଟୋନି ବ୍ଲିଙ୍କେନ୍। ଯୁଦ୍ଧକୁ ବାଦ୍ ଦେଇ ହମାସ୍ ଓ ଇସ୍ରାଏଲ ଭିତରେ ବିବାଦ କିପରେ ଶେଷ ହୋଇ ପାରିବ ଏ ଦିଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ସେହିପରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍, ସାଧାରଣ ଲୋକଙ୍କୁ ଯେପରି କ୍ଷତି ନ ପହଞ୍ଚିବ ସେ ଦିଗରେ ଧ୍ୟାନ ଦେବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି।

Advertisment
Israel Israel-Palestine Conflict