Advertisment

ଅଚଳ ସାଟେଲାଇଟ୍‌କୁ ସଫଳତାର ସହ ଖସାଇଲା ଇସ୍ରୋ

ଏହି ସାଟେଲାଇଟ୍‌କୁ ପ୍ରଶାନ୍ତ ମହାସାଗରରେ ସଳଫତାର ସହ ଖସାଯାଇଛି।

author-image
Madhupriya Mistry
Megha Trophiques Satellite

Megha Trophiques Satellite

ଅଚଳ ହୋଇପଡିଥିବା ଏକ ସାଟେଲାଇଟ୍‌କୁ ସଫଳତାର ସହ ଖସାଇଲା ମହାକାଶ ଗବେଷଣା ପ୍ରତିଷ୍ଠାନ ତଥା ଇସ୍ରୋ। ଅଭିଯାନ ଶେଷ କରି ଅଚଳ ହୋଇପଡିଥିବା ଏହି ସାଟେଲାଇଟ୍‌କୁ ପ୍ରଶାନ୍ତ ମହାସାଗରରେ ସଳଫତାର ସହ ଖସାଯାଇଛି। 

Advertisment

ମେଘା ଟ୍ରପିକ୍ୟୁଜ୍‌-୧ ନାମକ ଏହି କୁତ୍ରିମ ସାଟେଲାଇଟ୍‌କୁ ତାର କକ୍ଷପଥରୁ ହଟାଯାଇ ପ୍ରଥମେ ଖଣ୍ଡବିଖଣ୍ଡିତ କରାଯାଇଥିଲା। ଏହାପରେ ମଙ୍ଗଳବାର ଏହାକୁ ସଫଳତାର ସହ ପ୍ରଶାନ୍ତ ମହାସାଗରରେ ପୋଡି ଦିଆଯାଇଥିବା ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି। 

ଇସ୍ରୋ କହିଛି,  ମାର୍ଚ୍ଚ ୭ ତାରିଖ ଦିନ ମେଘା ଟ୍ରପିକ୍ୟୁଜ-୧କୁ ତା’ କକ୍ଷପଥରୁ ସଫଳତାର ସହ ହଟାଯାଇଛି। ଏହାପରେ ଏହାକୁ ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରାଇବା ପରୀକ୍ଷା ସଫଳ ହୋଇଛି।

Advertisment

ୟୁନାଇଟେଡ୍ ନେସନ୍‌ସ୍ ଇଣ୍ଟର୍‌-ଏଜେନ୍‌ସି ସ୍ପେସ୍ ଡେବ୍ରିଜ୍ କୋଅର୍ଡିନେସନ୍ କମିଟିକୁ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରି ଅଭିଯାନ ଶେଷ କରିଥିବା ଉକ୍ତ ସାଟେଲାଇଟ୍‌କୁ ‘ଇସ୍ରୋ’ ଧ୍ୱଂସ କରିଛି। ଜାତିସଂଘ ଗାଇଡ୍‌ଲାଇନ୍ସ ଅନୁସାରେ କାର‌୍ୟ୍ୟକାଳ ଶେଷ ହୋଇଥିବା ସାଟେଲାଇଟ୍ ସବୁକୁ ନିୟନ୍ତ୍ରଣ ସହକାରେ ନିରାପଦ ଅଞ୍ଚଳ ଦେଖି ବାୟୁମଣ୍ଡଳକୁ ପୁନଃ ପ୍ରବେଶକରାଇ ନଷ୍ଟ କରାଯାଇଛି।

ଇସ୍ରୋ କହିଛି, ମେଘା-ଟ୍ରପିକ୍ୟୁଜ୍‌-୧ରେ ୧୨୫ କିଲୋ ଇନ୍ଧନ ଥିଲା। ଏତିକି ଇନ୍ଧନ ଉକ୍ତ ସାଟେଲାଇଟ୍‌’କୁ ନିୟନ୍ତ୍ରଣ ସହକାରେ ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରାଇବା ପାଇଁ ଯଥେଷ୍ଟ ଥିଲା।

୨୦୧୧ ଅକ୍ଟୋବର ୧୨ ତାରିଖରେ ମେଘା ଟ୍ରପିକ୍ୟୁଜ୍‌-୧କୁ ଲୋ ଆର୍ଥ ଅର୍ବିଟ୍ ମଧ୍ୟକୁ ଉତ୍‌କ୍ଷେପଣ କରାଯାଇଥିଲା। ଉଷ୍ମମଣ୍ଡଳୀୟ ପାଣିପାଗ ଓ ଜଳବାୟୁ ଉପରେ ଅଧ୍ୟୟନ କରିବା ଲାଗି ଏହା ଥିଲା ଇସ୍ରୋ ଏବଂ ଫ୍ରେଞ୍ଚ୍ ସ୍ପେସ୍ ଏଜେନ୍‌ସିର ମିଳିତ ଅଭିଯାନ। ଏହି ଅଭିଯାନ ୩ ବର୍ଷ ପାଇଁ ଚଳାଇବାକୁ ପ୍ରାରମ୍ଭିକ ଯୋଜନା କରାଯାଇଥିଲା। କିନ୍ତୁ ଏହା ଦୀର୍ଘ ଏକ ଦଶନ୍ଧି ଧରି ତଥ୍ୟ ଯୋଗାଣ ଜାରି ରଖିଥିଲା।

ISRO Satellite