Advertisment

‘ବାଇଡେନ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନ ଥିଲେ, କମଳା ହାରିସଙ୍କୁ ହରାଇବା ଖୁବ୍‌ ସହଜ’

ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନ ଥିଲେ। ସେ ଏହି ପଦରେ ରହିବାରୁ ଆମକୁ ବହୁତ ଭୋଗିବାକୁ ପଡ଼ିଛି। ଆମେ ଖୁବ୍‌ ଶୀଘ୍ର ଏହି କ୍ଷତିକୁ ଭରିବା ସହ ଆମେରିକାକୁ ମହାନ କରିବୁ।

author-image
Niharika Rout
Donald Trump

Donald Trump

‘ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନ ଥିଲେ। ସେ ଏହି ପଦରେ ରହିବାରୁ ଆମକୁ ବହୁତ ଭୋଗିବାକୁ ପଡ଼ିଛି। ଆମେ ଖୁବ୍‌ ଶୀଘ୍ର ଏହି କ୍ଷତିକୁ ଭରିବା ସହ ଆମେରିକାକୁ ମହାନ କରିବୁ। ଏଥିସହ କମଳା ହାରିସ ଡେମୋକ୍ରାଟିକ୍‌ ପ୍ରାର୍ଥୀ ହେଲେ ତାଙ୍କୁ ବି ହରାଇବା ସହଜ ହେବ । ’ ନିଜ ସୋଶାଲ ମିଡିଆ ସାଇଟ୍‌ରେ ଏପରି ପୋଷ୍ଟ କରିଛନ୍ତି ଆମେରିକାର ରିପବ୍ଲିକାନ ପ୍ରାର୍ଥୀ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ।

Advertisment

ଗତ ରାତିରେ ଆମେରିକାର ରାଜନୀତିରେ ରୋଚକ ମୋଡ ଦେଖାଦେଇଛି। ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ରାଷ୍ଟ୍ରପତି ରେସ୍‌ରୁ ଓହରି ଯାଇଥିବା ବେଳେ ଏଥିପାଇଁ କମଳା ହାରିସଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ତେବେ ଏହା ଏବେ ବିଶ୍ୱବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।

ଏନେଇ ଟ୍ରମ୍ ନିଜ ସୋଶାଲ ମିଡିଆ ସାଇଟ ଟ୍ରୁଥ୍‌ସୋଶାଲରେ ପୋଷ୍ଟ କରି କହିଛନ୍ତି, ବାଇଡେନ ମିଥ୍ୟାର ସାହାରା ନେଇ ଆମେରିକା ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ। ତାଙ୍କ ଆଖପାଖରେ ଥିବା ସବୁ ଲୋକ ଜାଣିଥିଲେ ଯେ ସେ ଏହି ପଦ ପାଇଁ ଯୋଗ୍ୟ ନୁହନ୍ତି।

Advertisment

ସେ ଆମ ଦେଶକୁ ବିପର୍ଯ୍ୟୟ ମୁହଁକୁ ଠେଲି ସାରିଲେଣି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସୀମା ପାର ହୋଇ ଆମ ଦେଶରେ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଆତଙ୍କବାଦୀ ତ କିଏ ଜେଲ୍‌ରୁ ଫେରାର ହୋଇ ଆସୁଛି ଓ କାହାର ମାନସିକ ସ୍ଥିତି ଠିକ୍‌ ନାହିଁ। ସେମାନଙ୍କର କୌଣସି ଯାଞ୍ଚ କରାଯାଉ ନ ଥିବାରୁ ଆମ ଦେଶର ସୁରକ୍ଷା ଏବେ ବିପଦରେ । ବାଇଡେନଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ଯୋଗୁ ଆମକୁ ବହୁ କ୍ଷତି ସହିବାକୁ ପଡ଼ୁଛି। କିନ୍ତୁ ବିଶ୍ୱାସ ଅଛି ଆମ ଖୁବ୍‌ ଶୀଘ୍ର ସବୁ ଜିନିଷକୁ ଟ୍ରାକ୍‌କୁ ନେଇ ଆସିବୁ ବୋଲି କହିଛନ୍ତି ଟ୍ରମ୍ପ ।

ଏଥିସହ କମଳା ହାରିସଙ୍କ ପ୍ରାର୍ଥିତ୍ୱକୁ ବାଇଡେନ ସମର୍ଥନ କରିବା ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ବାଇଡେନଙ୍କ ତୁଳନାରେ କମଳା ହାରିସଙ୍କୁ ପରାଜିତ କରିବା ଖୁବ୍ ସହଜ ହେବ ।

ଏନେଇ ଆମେରିକାର ରିପବ୍ଲିକାନ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ ନିଜ ମତବ୍ୟକ୍ତ କରି ବାଇଡେନଙ୍କୁ ସବୁଠୁ ଖରାପ ରାଷ୍ଟ୍ରପତି ରୂପେ ବିବେଚନା କରିଛନ୍ତି। ଦେଶର ସୀମାକୁ ଖୋଲିବା ପାଇଁ ଆଗତ ପ୍ରସ୍ତାବରେ ବାଇଡେନ ସାଇନ୍‌ କରିବା ପରେ ତାହା ଆଇନ୍‌ରେ ପରିଣତ ହୋଇଥିଲା। ଉକ୍ତ ସମୟରେ କମଳା ହାରିସ୍‌ ବି ଉକ୍ତ ପ୍ରସ୍ତାବରେ ବାଇଡେନଙ୍କ ସହ ସାଇନ୍‌ କରିଥିଲେ। ତେଣୁ ସେ ବାଇଡେନଙ୍କ ଅସଫଳତାରେ ଭାଗିଦାରୀ ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସବୁବେଳେ ଦେଶବାସୀଙ୍କୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଉଥିଲେ। ତେଣୁ ଡେମୋକ୍ରାଟିକ୍‌ ପାର୍ଟି ଯାହାକୁ ବି ରାଷ୍ଟ୍ରପତି ପଦ ପାଇଁ ମଇଦାନକୁ ଓହ୍ଲାଇବ, ଆମେ ତାଙ୍କ ସହ ମୁହାଁମୁହିଁ ହେବାକୁ ଓ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ । କାରଣ ଟ୍ରମ୍ପ ଓ ମୁଁ ଆମେରିକାକୁ ସୁରକ୍ଷା ଦେବାକୁ ନିଜ ପ୍ରାଥମିକ କର୍ତ୍ତବ୍ୟ ଭାବୁଛୁ।

Joe Biden Donald Trump USA Election Kamala Harris