Advertisment

ପୁଣି ଢଳୁଛି 'ଲିନିଂ ଟାୱାର୍', ଇଟାଲୀର ବୋଲଗ୍ନା ସହରରେ ଚାଞ୍ଚଲ୍ୟ

ସହରରେ ଥିବା ସର୍ବ ପୁରାତନ ତଥା ସୁଉଚ୍ଚ ଗାରିସେଣ୍ଡା ଟାୱାର ବା 'ଲିନିଙ୍ଗ୍ ଟାୱାର୍' ଢଳିବାକୁ ଲାଗୁଛି।

author-image
Debibandita Barick
ଅଦ୍ୟତନ ହୋଇଛି
Leaning Tower

Leaning Tower

ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ଇଟାଲୀର ବୋଲଗ୍ନା ସହର। କାରଣ ଏହି ସହରରେ ଥିବା ସର୍ବ ପୁରାତନ 'ଲିନିଂ ଟାୱାର୍' ଭାବେ ଜଣାଶୁଣା ଗାରିସେଣ୍ଡା ଟାୱାର ପୁଣି ଢଳିବାକୁ ଲାଗୁଛି। କାଳେ ଟାୱାରଟି ଭୁଶୁଡି ପଡିବ, ସେ ଆଶଙ୍କାରେ ସହରରେ ହାଇଆଲର୍ଟ ଜାରି କରାଯାଇଛି।

Advertisment

୧୫୦ ଫୁଟ ଉଚ୍ଚ ଏହି ଟାୱାର ଚତୁର୍ଦ୍ଦଶ ଶତାବ୍ଦୀରୁ ୪ ଡିଗ୍ରୀ ଢଳି ଯାଇଥିଲା। ଏହି ସମୟରେ ଅଧିକାରୀମାନେ ଟାୱାର ଅବସ୍ଥିତିକୁ ସମତୁଲ କରିବା ପାଇଁ କୋଠାର ଉପରି ଭାଗରୁ କିଛି ଅଂଶ ହଟାଇବାକୁ ଚେଷ୍ଟା କରିଥିଲେ। ଟାୱାରର ଅଖଣ୍ଡତା ବଜାୟ ରଖିବା ପାଇଁ ଇଟାଲୀ ପ୍ରଶାସନ ବର୍ଷ ବର୍ଷ ଧରି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। କିନ୍ତୁ ବର୍ତ୍ତମାନ ଟାୱାର ଅଧିକ ମାତ୍ରାରେ ଢଳିବାକୁ ଲାଗିଛି, ଯାହା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ଉଲ୍ଲେଖଯାଗ୍ୟ ଯେ ସେହି ଇଟାଲୀର ପିସା ସ୍ଥିତ ପ୍ରସିଦ୍ଧ ଲିନିଂ ଟାୱାର ୫ ଡିଗ୍ରୀ ଢ଼ଳି ରହିଛି।

ଏବେ ବୋଲୋଗ୍ନା ସହରର ଲିନିଂ ଟାୱାର ଭୁଶୁଡ଼ି ପଡ଼ିବାର ଆଶଙ୍କା କରାଯାଉଛି। ତେଣୁ କର୍ତ୍ତୃପକ୍ଷ ସେଠାକାର ନାଗରିକମାନଙ୍କ ସ୍ଥାନାନ୍ତର ପାଇଁ ଯୋଜନା କରୁଛନ୍ତି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଟାୱାରଟି ହଠାତ୍ ଏବଂ ଅପ୍ରତ୍ୟାଶିତ ଭାବରେ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଖପାଖ ଅଞ୍ଚଳରେ ଥିବା ଅଟ୍ଟାଳିକାକକୁ ସୁରକ୍ଷିତ ରଖିବା ପାଇଁ ଟାୱାର ଚାରିପାଖରେ ଏକ ଧାତୁ ରିଙ୍ଗ ସ୍ଥାପନ କରିବାକୁ ଯୋଜନା କରାଯାଉଛି।

Advertisment

୨୦୧୯ଠାରୁ ଟାୱାର ଭିତ୍ତିଭୂମି ଉପରେ ନଜର ରଖିଥିବା ଏକ ବୈଜ୍ଞାନିକ କମିଟି ଏହି ଚେତାବନୀ ଦେଇଛନ୍ତି। ସେମାନେ ସେନ୍ସର ଲଗାଇ ଟାୱାରର ଗତିବିଧି ଉପରେ ନଜର ରଖିଛନ୍ତି। 

ସୂଚନାଯୋଗ୍ୟ ଯେ, ଇଟାଲୀର ବୋଲଗ୍ନା ସହରରେ ଏହିଭଳି ଦୁଇଟି ଲିନିଂ ବା ଢଳି ରହିଥିବା ଟାୱାର ରହିଛି। ସେହିପରି ପିସାରେ ଅନ୍ୟ ଏକ ଟାୱାର ରହିଛି। ପିସାର ଲିନିଂ ଟାୱାର ଅଧିକ ପ୍ରସିଦ୍ଧ ଓ ସେଠାକୁ ଅଧିକ ପର୍ଯ୍ୟଟକ ଯାଇଥାନ୍ତି।

Leaning Tower Bologna In High Alert Garisenda Tower