ଇଟାଲୀରେ ବିମାନ କର୍ମଚାରୀଙ୍କ ଧର୍ମଘଟ। ଗତକାଲି(ଜୁଲାଇ 15)ରୁ ଧର୍ମଘଟ ଲାଗି ରହିଥିବାରୁ ସେଠାରେ ହଜାର ହଜାର ବିଦେଶୀ ନାଗରିକ ଫସି ରହିଛନ୍ତି। ଏଥିରେ ଶହ ଶହ ଭାରତୀୟ ପର୍ଯ୍ୟଟକ ମଧ୍ୟ ରହିଛନ୍ତି। ଏହି ଧର୍ମଘଟ ଯୋଗୁଁ ଶତାଧିକ ବିମାନ ବାତିଲ କରାଯାଇଛି। କେବଳ ଇଟାଲୀରେ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରାୟ 1000 ବିମାନ ବାତିଲ କରାଯାଇଥିବା ସୂଚନା ମିଳିଛି।
ବର୍ତ୍ତମାନ ୟୁରୋପରେ ଗ୍ରୀଷ୍ମଋତୁ ଚାଲିଛି। ଏହି ସମୟରେ ସେଠାକୁ ବିଦେଶରୁ ଅନେକ ପର୍ଯ୍ୟଟକ ଯାଇଥାନ୍ତି। ଧର୍ମଘଟ ଯୋଗୁଁ ଏଠାରେ ପର୍ଯ୍ୟଟକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଧର୍ମଘଟ ସାଙ୍ଗକୁ ପାଗ ମଧ୍ୟ ଉତ୍ତପ୍ତ ରହିଛି। ସେଠାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସରୁ 45 ଡିଗ୍ରୀ ସେଲସିୟସରେ ପହଞ୍ଚିବା ନେଇ ଆକଳନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ଖ୍ରୀଷ୍ଟମାସରେ ବଡ଼ ଆଟାକ: ୟୁକ୍ରେନ ଉପରେ ୭୦ ମିସାଇଲ, ୧୦୦ ଡ୍ରୋନ ମାଡ଼ କଲା ରୁଷ
ୟୁକ୍ରେନ ସରକାରଙ୍କ କହିବା କଥା ଯେ ଖ୍ରୀଷ୍ଟମାସରେ ହୋଇଥିବା ଆକ୍ରମଣ ଯୋଗୁ ଶକ୍ତି ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି।
International
ଲ୍ୟାଣ୍ଡିଂ ବେଳେ ବିମାନରେ ବିସ୍ଫୋରଣ, ଥିଲେ ୭୨ ଯାତ୍ରୀ
ବିମାନବନ୍ଦର ନିକଟରେ ଅବତରଣ କରିବା ସମୟରେ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
International
ବିସ୍ଫୋରଣ ପରେ ବୁଡ଼ିଗଲା କାର୍ଗୋ ଜାହାଜ, ୨ ନିଖୋଜ
ଇଞ୍ଜିନ ରୁମ୍ରେ ବିସ୍ଫୋରଣ ହେବା ପରେ ଜାହାଜଟି ବୁଡ଼ି ଯାଇଥିବା ରୁଷ୍ ମନ୍ତ୍ରଣାଳୟ କହିଛି।
International
ମହାକାଶରେ ଖ୍ରୀଷ୍ଟମାସ ପାଳିଲେ ସୁନୀତା, ଉଠିଲା ପ୍ରଶ୍ନ
ସୁନୀତା ଏବଂ ବୁଚ୍ କେବଳ ଆଠ ଦିନର ଯାତ୍ରା ପାଇଁ ମହାକାଶକୁ ଯାଇଥିଲେ। କିନ୍ତୁ ଟେକ୍ନିକାଲ ତ୍ରୁଟି ଓ ଅନ୍ୟାନ୍ୟ ବାଧା ଯୋଗୁ ଉଭୟ ପ୍ରାୟ ଏକ ବର୍ଷ ମହାକାଶରେ ବିତାଇକୁ ବାଧ୍ୟ ହୋଇଛନ୍ତି।
International
ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ହମ୍ଲା, ୧୫ ମୃତ
ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଅଛନ୍ତି।