Advertisment

ଇଟାଲୀରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମେଲୋନି

ଇଟାଲୀରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି।

Giorgia Meloni

Giorgia Meloni

Advertisment

ଇଟାଲୀରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଶ୍ରମିକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

Advertisment

ସୂଚନା ଅନୁସାରେ, ଇଟାଲୀର ଏକ ଫାର୍ମରେ କାମ କରୁଥିବା ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ବୈଦ୍ୟୁତିକ ଯନ୍ତ୍ରରେ ଘାଷ କାଟିବା ସମୟରେ ତାଙ୍କ ହାତ କଟି ଯାଇଥିଲା। ଏହାପରେ ତାଙ୍କର ସହଶ୍ରମିକମାନେ କଟା ହାତ ସହ ତାଙ୍କୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ସେହିଠାରେ ପଡ଼ି ପଡି ଶେଷରେ ଶ୍ରମିକଙ୍କର ଜୀବନ ଚାଲି ଯାଇଥିଲା।

ମୃତକ ଜଣକ ହେଉଛନ୍ତି ସତନମ ସିଂହ। ସେ ଆଇନଗତ କାଗଜପତ୍ର ବିନା ସେଠାରେ ଏକ କମ୍ପାନୀରେ କାମ କରୁଥିଲେ। ଗତ ସପ୍ତାହରେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ଏହି ଘଟଣା ସମଗ୍ର ଦେଶରେ ବ୍ୟାପକ ଆନ୍ଦୋଳନ ସୃଷ୍ଟି କରିଛି।

Advertisment

ଆନ୍ଦୋଳନକାରୀମାନେ ସତନମ ପରିବାରକୁ ନ୍ୟାୟ ଦେବା ସହ ଶ୍ରମିକ ସୁରକ୍ଷା ଆଇନ ଆଣିବାକୁ ଦାବି କରିଛନ୍ତି। ଆନ୍ଦୋଳନ ତୀବ୍ର ହେବା ପରେ ଏବେ ମାମଲା ଇଟାଲୀ ସଂସଦରେ ପହଞ୍ଚିଛି। 

ଆଜି ପ୍ରଧାନମନ୍ତ୍ରୀ ମେଲୋନି ସଂସଦରେ ଏହି ପ୍ରସଙ୍ଗ ଉଠାଇ ଶୋକବ୍ୟକ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Worker Death Italy PM Giorgia Meloni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe