Advertisment

୧୦ ବର୍ଷ ପରେ ନିଜ ଜୀବନ ସାଥୀଙ୍କ ଠାରୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି

ମେଲୋନି ଓ ଜିଆମବ୍ରୁନୋ ବାହା ହୋଇ ନଥିଲେ ମଧ୍ୟ ଲିଭ ଇନରେ ରହୁଥିଲେ। ସେମାନଙ୍କର ଗୋଟିଏ ଛୋଟ ଝିଅ ମଧ୍ୟ ରହିଛି।

Meloni

Meloni

Advertisment

ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରରେ ଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ୧୦ ବର୍ଷ ହେଲା ବାହା ନ ହୋଇ ଯେଉଁ ଟିଭି ଉପସ୍ଥାପକଙ୍କ ସହ ଜୀବନ କାଟୁଥିଲେ, ତାଙ୍କ ଠାରୁ ମେଲୋନି ଅଲଗା ହୋଇ ଯାଇଛନ୍ତି।

Advertisment

ଟିଭି ସାମ୍ବାଦିକ ଆଣ୍ଡ୍ରେଆ ଜିଆମବ୍ରୁନୋ ସର୍ବସମ୍ମୁଖରେ ମହିଳାଙ୍କୁ ନେଇ ଅତ୍ୟନ୍ତ ଅସଭ୍ୟ ଓ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା। ଜିଆମବ୍ରୁନୋଙ୍କ ଏପରି ହରକତ ପାଇଁ ମିଲୋନି ତାଙ୍କ ସହ ସବୁ ସମ୍ପର୍କ କାଟି ଦେଇଛନ୍ତି।

ନିଜ ଫେସବୁକରେ ମେଲୋନି ଲେଖିଛନ୍ତି, “୧୦ ବର୍ଷ ହେଲା ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କ ସହ ମୋର ଥିବା ସବୁ ସମ୍ପର୍କରେ ଏହି ଠାରେ ଶେଷ ହୋଇଛି। ବେଶ କିଛି ଦିନ ହେବ ଆମ ରାସ୍ତା ଅଲଗା ହୋଇ ରହିଥିଲା। ଏବେ ସମସ୍ତଙ୍କୁ ସେ ବିଷୟରେ କହିବାର ଉପଯୁକ୍ତ ସମୟ ଆସିଯାଇଛି।” ମେଲୋନି ଓ ଜିଆମବ୍ରୁନୋ ବାହା ହୋଇ ନଥିଲେ ମଧ୍ୟ ଲିଭ ଇନରେ ରହୁଥିଲେ। ସେମାନଙ୍କର ଗୋଟିଏ ଛୋଟ ଝିଅ ମଧ୍ୟ ରହିଛି।

Advertisment

ଏମଏଫଏଇ ମିଡିଆ ଗ୍ରୁପ୍‌ର ମାଲିକାନାରେ ଚାଲିଥିବା ମିଡିଆ ସେଟ୍‌ର ଗୋଟିଏ ନ୍ୟୁଜ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ କାମ କରନ୍ତି ଜିଆମବ୍ରୁନୋ। ଚଳିତ ସପ୍ତାହରେ ପ୍ରସାରିତ ଟିଭି କାର୍ଯ୍ୟକ୍ରମରେ ସେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିସହ ଚ୍ୟାନେଲର ମହିଳା ସହକର୍ମୀଙ୍କ ପ୍ରତି ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ସେ ଜଣେ ମହିଳା ସହକର୍ମୀଙ୍କୁ କହିଥିଲେ ଯେ “କାହିଁକି ମୁଁ ତୁମକୁ ଆଗରୁ ଦେଖା ହେଲିନି?”

ଗୁରୁବାର ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମରେ ଜିଆମବ୍ରୁନୋ ନିଜର ଅନୈତିକ ସମ୍ପର୍କ ପାଇଁ ସର୍ବସମ୍ମୁଖରେ ଗର୍ବ କରିଥିଲେ ଓ ମହିଳା ସହକର୍ମୀମାନଙ୍କୁ ତାଙ୍କ ସହ କାମ କରିବାକୁ ହେଲେ ଗ୍ରୁପ ସେକ୍ସ କରିବାକୁ ପଡ଼ିବ ବୋଲି ମଧ୍ୟ ଲଜ୍ୟାହୀନଙ୍କ ଭଳି କହିଥିଲେ।

ଏହାପୂର୍ବରୁ ମଧ୍ୟ ସେ ଗୋଟିଲ ଗଣଦୁଷ୍କର୍ମ ମାମଲାରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଅଗଷ୍ଟ ମାସରେ ସେ ଦେଇଥିବା ବୟାନ ବେଶ ବିବାଦୀୟ ହୋଇଥିଲା।

Italy Giorgia Meloni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe