Advertisment

'ମୋ ପତ୍ନୀଙ୍କୁ ଟଏଲେଟ କ୍ଲିନର ମିଶା ଖାଦ୍ୟ ଦିଆଯାଇଛି'

ବୁଶରା ବିବି ନିକଟରେ ଏକ ଦୁର୍ନୀତି ମାମଲା ସମେତ ୭୧ ବର୍ଷୀୟ ଇମ୍ରାନଙ୍କ ସହ ତାଙ୍କର ଅବୈଧ ବିବାହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ଇସଲାମାବାଦ ସ୍ଥିତ ତାଙ୍କ ବଙ୍ଗଳା 'ବାନି ଗାଲା'ରେ ଗୃହବନ୍ଦୀ କରାଯାଇଛି।

ଅଦ୍ୟତନ ହୋଇଛି
Imran Khan and Bushra Bibi

Imran Khan and Bushra Bibi

Advertisment

ମୋ ପତ୍ନୀଙ୍କ ଖାଦ୍ୟରେ ଟଏଲେଟ୍ କ୍ଲିନର ମିଶାଇ ଖାଇବାକୁ ଦିଆଯାଉଛି। ଏଥିପାଇଁ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡିଛି। ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।

Advertisment

ଜେଲ୍‌ରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଇମ୍ରାନ ଖାନ୍‌ ଦାବି କରିଛନ୍ତି ଯେ, ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଟଏଲଟ୍ କ୍ଲିନର ମିଶା ଖାଦ୍ୟ ଖାଇବାକୁ ଦିଆଯାଉଛି। ଏଥିପାଇଁ ତାଙ୍କ ସ୍ୱାସ୍ଥ ବିଗିଡିଛି। ଏହି ବିଷାକ୍ତ ଖାଦ୍ୟ ଖାଇ ତାଙ୍କ ପେଟ ସଂକ୍ରମିଣ ହୋଇଛି। ପିଟିଆଇ ପ୍ରମୁଖ ରାଓ୍ୱଲପିଣ୍ଡିର ଅଦିୟାଲା ଜେଲ୍‌ରେ ଦୁର୍ନୀତି ମାମଲାର ଏକ ଶୁଣାଣି ବେଳେ ଏହି ଅଭିଯୋଗ ଆଣିଛନ୍ତି।

ଶୌକତ ଖାନମ ହସ୍ପିଟାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅସୀମ ୟୁସୁଫ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ବୁଶରା ବିବିଙ୍କ ସ୍ୱାସ୍ଥ୍ୟ ପାରୀକ୍ଷା କରିବା ପାଇଁ ସୁପାରିଶ କରିଥିଲେ। କିନ୍ତୁ ଜେଲ୍‌ ଅଧିକାରୀ ପାକିସ୍ତାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେଜ୍‌ ହସ୍ପିଟାଲରେ ଯାଞ୍ଚ କରିବା ପାଇଁ ଅଡି ବସିଥିଲେ ବୋଲି ପୂର୍ବତନ କ୍ରିକେଟର ଇମ୍ରାନ୍‌ ଖାନ୍‌ ଅଭିଯୋଗ କରିଛନ୍ତି।

Advertisment

ଗତ ଏପ୍ରିଲ ୧୭ ତାରିଖରେ ଇମ୍ରାନ ଖାନ୍‌ ଅଭିଯୋଗ କରିଥିଲେ ଯେ, ବୁଶରା ବିବିଙ୍କୁ ବନ୍ଦୀ କରିବା ପଛରେ ପାକିସ୍ତାନ ସେନା ପ୍ରମୁଖ ଜେନେରାଲ ଅସୀମ ମୁନିର୍‌ ସିଧାସଳଖ ଦାୟୀ ଅଟନ୍ତି। ଯଦି ତାଙ୍କ ପତ୍ନୀଙ୍କୁ କିଛି ବି ହୁଏ ତେବେ ସେ ମୁନିର୍‌ଙ୍କୁ ଛାଡିବେ ନାହିଁ ବୋଲି ଧମକ ଦେଇଥିଲେ।

କହିରଖୁ ଯେ, ବୁଶରା ବିବି ନିକଟରେ ଏକ ଦୁର୍ନୀତି ମାମଲା ସମେତ ୭୧ ବର୍ଷୀୟ ଇମ୍ରାନଙ୍କ ସହ ତାଙ୍କର ଅବୈଧ ବିବାହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ଇସଲାମାବାଦ ସ୍ଥିତ ତାଙ୍କ ବଙ୍ଗଳା 'ବାନି ଗାଲା'ରେ ଗୃହବନ୍ଦୀ ଭାବେ ରଖାଯାଇଛି। ସେପଟେ ଗତ ବର୍ଷ ଅଗଷ୍ଟ ମାସରୁ ଅଦିୟାଲା ଜେଲ୍‌ରେ ବନ୍ଦୀ ଅଛନ୍ତି ଇମ୍ରାନ୍‌ ଖାନ୍‌।

Poisoned Food Imran Khan Toilet Cleaner Bushra Bibi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe