Advertisment

ରେଜଲ୍ଟକୁ ନେଇ ସସପେନ୍ସ: ଜେଲରେ ଇମ୍ରାନ ଖାନ, ବିଜୟୀ ଭାଷଣ ଦେଲା AI ଭର୍ସନ

ଇମ୍ରାନ ଖାନଙ୍କ ପୂର୍ବରୁ ନବାଜ ଶରିଫ ମଧ୍ୟ ନିର୍ବାଚନରେ ତାଙ୍କ ଦଳ ବିଜୟୀ ହୋଇଥିବା କହିଥିଲେ। ମ୍ୟାଜିକ ନମ୍ବର ୧୩୩ ଠାରୁ ପିଏମଏଲଏନ ବହୁତ ପଛରେ ରହିଛି।

Imran Khan

Imran Khan

Advertisment

ପାକିସ୍ତାନ ନିର୍ବାଚନ ରେଜଲ୍ଟକୁ ନେଇ ସସପେନ୍ସ ଜାରି ରହିଛି। ୩୬ ଘଣ୍ଟାରୁ ଅଧିକ ସମୟ ହେଲା ଭୋଟ ଗଣତି ଜାରି ରହିଥିଲେ ହେଁ ଏଯାଏ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇନାହିଁ। ଟ୍ରେଣ୍ଡିଂ ଅନୁଯାୟୀ ପାକିସ୍ତାନ ତେହରିକ ଇ ଇନସାଫ(ପିଟିଆଇ) ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି। ତଥାପି ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲଏନର ସୁପ୍ରିମୋ ନବାଜ ଶରିଫ ତାଙ୍କ ଦଳ ସରକାର ଗଠନ କରିବାକୁ ଯାଉଥିବା କହିଥିଲେ। 

Advertisment

ଏବେ ଏହାକୁ କାଉଣ୍ଟର କରି ଇମ୍ରାନ ଖାନଙ୍କ ଦଳ ପିଟିଆଇ ମଧ୍ୟ ବିଜୟ ବାର୍ତ୍ତା ଦେଇଛି। ଇମ୍ରାନ ଖାନ ଜେଲରେ ଥିଲେ ମଧ୍ୟ ତାଙ୍କ ଦଳ ପକ୍ଷରୁ କୃତ୍ରିମ ଗୁଇନ୍ଦା ବା ଏଆଇ ଦ୍ୱାରା ଗୋଟିଏ ବିଜୟ ବାର୍ତ୍ତା ତିଆରି କରାଯାଇଛି।

ଏଥିରେ ଇମ୍ରାନ ଖାନଙ୍କ ଏଆଇ ଭର୍ସନର ଭିଡିଓ ରହିଛି। ଇମ୍ରାନ ଖାନଙ୍କ ଏଆଇ ଭର୍ସନ ଦେଶବାସୀଙ୍କୁ ବିଜୟୀ ବାର୍ତ୍ତା ଦେଇଛନ୍ତି। ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଇମ୍ରାନ ଖାନ ନିଜର ବିଜୟୀ ଭାଷଣରେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ନବାଜ ଶରିଫଙ୍କ ଲଣ୍ଡନ ପ୍ଲାନ ଫେଲ ମାରିଥିବା ସେ କହିଛନ୍ତି।

Advertisment

ସେ ଦେଶବାସୀଙ୍କୁ କହିଛନ୍ତି, “ଆପଣମାନଙ୍କ ଭୋଟ ପାଇଁ ଲଣ୍ଡନ ପ୍ଲାନ ଫେଲ ମାରିଛି। ତାଙ୍କ(ନବାଜ ଶରିଫ) ଉପରେ କୌଣସି ପାକିସ୍ତାନୀ ଭରସା କରନ୍ତି ନାହିଁ। ସମସ୍ତେ ଆପଣମାନଙ୍କର ଭୋଟ ଶକ୍ତି ଦେଖିଛନ୍ତି। ଏବେ ଆପଣମାନେ ନିଜ ଭୋଟର ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରନ୍ତୁ। ଆପଣମାନେ ମୋ ବିଶ୍ୱାସ ରଖିଛନ୍ତି ଓ ନିର୍ବାଚନ ଦିନରେ ଆପଣମାନେ ଯେତେ ସଂଖ୍ୟାରେ ଭୋଟ ଦେଇଥିଲେ, ତାହା ମୋ ପାଇଁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ରହିଥିଲା।

ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆପଣମାନଙ୍କ ବିପୁଳ ଯୋଗାଦାନ ଯୋଗୁ ଲଣ୍ଡନ ପ୍ଲାନ ଫେଲ ମାରିଛି। ନବାଜ ଶରିଫ ଏମିତି ଜଣେ ନେତା ଯାହାଙ୍କର କୌଣସି ଆକଳନ ନାହିଁ। ତାଙ୍କ ଦଳ ୩୦ଟି ଆସନରେ ପଛରେ ଥିଲେ ମଧ୍ୟ ସେ ବିଜୟୀ ଭାଷଣ ଦେଇଛନ୍ତି।”

ନିର୍ବାଚନରେ ତାଙ୍କ ଦଳ ପିଟିଆଇକୁ ଏକତରଫା ବିଜୟ କରାଇଥିବାରୁ ଇମ୍ରାନ ଖାନଙ୍କ ଏଆଇ ଭର୍ସନ ପାକିସ୍ତାଦବାସୀଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।

ଇମ୍ରାନ ଖାନଙ୍କ ପୂର୍ବରୁ ନବାଜ ଶରିଫ ମଧ୍ୟ ନିର୍ବାଚନରେ ତାଙ୍କ ଦଳ ବିଜୟୀ ହୋଇଥିବା କହିଥିଲେ। ମ୍ୟାଜିକ ନମ୍ବର ୧୩୩ ଠାରୁ ପିଏମଏଲଏନ ବହୁତ ପଛରେ ରହିଛି। ତଥାପି ନବାଜ ଶରିଫ ତାଙ୍କ ଦଳ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିବା ଦାବି କରିଥିଲେ। ଅବଶ୍ୟ ସେ ପିପିପି ସହ ମେଣ୍ଟ କରି ସରକାର ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏଯାଏ ପାକିସ୍ତାନରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ମିଳିନାହିଁ।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe