Advertisment

ସାଂଘାତିକ ଠକିଲେ ଗହଣା ବ୍ୟବସାୟୀ; ୩ଶହ ଟଙ୍କାର ନକଲି ଅଳଙ୍କାର ଦେଇ ଠକିନେଲେ ୬ କୋଟି

୩ଶହ ଟଙ୍କାର ନକଲି ଅଳଙ୍କାର ଦେଇ ଠକିନେଲେ ୬ କୋଟି। ଜଣେ ଆମେରିକୀୟ ମହିଳାଙ୍କୁ ଏପରି କଳାକନା ବୁଲାଇଛନ୍ତି ରାଜସ୍ଥାନ ଜୟପୁରର ଏକ ଜୁଏଲର୍ସର ମାଲିକ ଓ ତାଙ୍କ ପୁଅ ।

ଅଦ୍ୟତନ ହୋଇଛି
jaipur-us-woman-buys-jewellery

jaipur-us-woman-buys-jewellery

Advertisment

୩ଶହ ଟଙ୍କାର ନକଲି ଅଳଙ୍କାର ଦେଇ ଠକିନେଲେ ୬ କୋଟି। ଜଣେ ଆମେରିକୀୟ ମହିଳାଙ୍କୁ ଏପରି କଳାକନା ବୁଲାଇଛନ୍ତି ରାଜସ୍ଥାନ ଜୟପୁରର ଏକ ଜୁଏଲର୍ସର ମାଲିକ ଓ ତାଙ୍କ ପୁଅ । ପୁଲିସ୍‌ ଏପରି କାରନାମା କରିଥିବା ଅଭିଯୁକ୍ତ ବାପପୁଅଙ୍କୁ ଖୋଜୁଥିବା ବେଳେ ସେମାନେ ଫେରାର ହୋଇ ଯାଇଛନ୍ତି।

Advertisment

ଆମେରିକୀୟ ନାଗରିକ ଚେରିଶ ପ୍ରାୟ ୨ ବର୍ଷ ପୂର୍ବେ ଜୟପୁର ବୁଲିବାକୁ ଆସଥିବା ବେଳେ ଏକ ଜୁଏଲାରୀକୁ ଯାଇଥିଲେ। ସେଠାରେ କିଛି ହୀରା ଓ ସୁନା ଖୋଦିତ ଗହଣା ତାଙ୍କର ପସନ୍ଦ ହୋଇଥିବା ବେଳେ ତାହାର ମୂଲ୍ୟ ୬ କୋଟି ବୋଲି ଦୋକାନ ମାଲିକ କହିଥିଲେ। ଏପରିକି ଏହାର ହଲ୍‌ମାର୍କ ସାର୍ଟିଫିକେଟ ବି ସେ ଦେଇଥିଲେ। ଫଳରେ ବିଶ୍ୱାସ ହେବାରୁ ମହିଳାଜଣକ ଉକ୍ତ ଅଳଙ୍କାର କିଣି ତାହାକୁ ନିଜ ସହ ଆମେରିକା ନେଇ ଯାଇଥିଲେ।

ସେଠାରେ ଏକ ଜୁଏଲାରୀ ପ୍ରଦର୍ଶନୀରେ ମହିଳାଜଣକ ନିଜ ଅଳଙ୍କାର ପ୍ରଦର୍ଶନ କରିଥିଲେ। ମାତ୍ର ସେଠାରେ ତାହା ନକଲି ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ପୁଣିଥରେ ଭାରତ ଫେରି ଉକ୍ତ ଗହଣା ଦୋକାନକୁ ଯାଇଥିଲେ । ସେଠାରେ ପୁଣି ଥରେ ଅଳଙ୍କାରର ଶୁଦ୍ଧତା ଯାଞ୍ଚ ପରେ ତାହା ନକଲି ବୋଲି ସ୍ପଷ୍ଟ ହୋଇଥିଲା। ଏନେଇ ମହିଳାଜଣକ ଆମେରିକୀୟ ଦୂତାବାସକୁ ଅବଗତ କରାଇଥିଲେ।

Advertisment

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜୁଏଲର୍ସର ମାଲିକ ରାଜେନ୍ଦ୍ର ସୋନୀ ଓ ତାଙ୍କ ପୁଅ ଗୌରବ ସୋନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାତ୍ର ଉଭୟ ବାପ ପୁଅ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ଉଭୟଙ୍କୁ ଖୋଜୁଥିବା ବେଳେ ଗୌରବଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ ଜାରି କରିଛି। ଏଥିସହ ପୁଲିସ୍‌ ହଲମାର୍କ ସାର୍ଟିଫିକେଟ ଜାରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି।

ଏନେଇ ମହିଳାଜଣକ କହିଛନ୍ତି, ଉଭୟ ବାପପୁଅ ମୋତେ ସାଂଘାତିକ ଠକିଛନ୍ତି। ହୀରା କହି ମୋତେ କେବଳ ଷ୍ଟୋନ ଦେଇଛନ୍ତି। ୧୪ କ୍ୟାରେଟ ସୁନା ବଦଳରେ ୨ କ୍ୟାରେଟର ସୁନା ଦେଇଛନ୍ତି। ଏପରିକି ପ୍ରମାଣପତ୍ର ବି ନକଲି ଦେଇଛନ୍ତି।

USA Rajasthan Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe