Advertisment

ସ୍ୱୀକାର କଲା ଜୈଶ: ଅପରେସନ ସିନ୍ଦୂରରେ ‘ଖଣ୍ଡଖଣ୍ଡ ହୋଇଯାଇଛି’ ମସୁଦ ଆଝାରର ପରିବାର

ପ୍ରଥମଥର ପାଇଁ ଆଝାର ପରିବାର ସଦସ୍ୟ ଅପରେସନ ସିନ୍ଦୂର ଷ୍ଟ୍ରାଇକରେ ନିହତ ହୋଇଥିବା କଥାକୁ ସ୍ୱୀକାର କରିଛି ଜୈଶ।

Jaish

Jaish

Advertisment

ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ବାହାବଲପୁର ସ୍ଥିତି ମୁଖ୍ୟାଳୟରେ ଭୟଙ୍କର ହମଲା କରିଥିଲା। ଏହି ଷ୍ଟ୍ରାଇକରେ ଜୈଶ ମୁଖିଆ ମସୁଦ ଆଝାରର ପରିବାର ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରଥମଥର ପାଇଁ ଆଝାର ପରିବାର ସଦସ୍ୟ ଅପରେସନ ସିନ୍ଦୂର ଷ୍ଟ୍ରାଇକରେ ନିହତ ହୋଇଥିବା କଥାକୁ ସ୍ୱୀକାର କରିଛି ଜୈଶ।

Advertisment

ଜୈଶର ଜଣେ ଟପ୍‌ କମାଣ୍ଡର ନିଜେ ସର୍ବସମ୍ମୁଖରେ ସମସ୍ତଙ୍କୁ ଏକଥା ଜଣାଇଛି। ସୋଶାଲ ମିଡିଆରେ ଜୈଶର ଟପ କମାଣ୍ଡର ମସଦୁ ଇଲୟାସ କଶ୍ମିରୀର ଗୋଟିଏ ଭିଡିଓ ଭାଇରାଲ ହେଉଛି। ସେ ମଞ୍ଚ ଉପରେ ଛିଡ଼ା ହୋଇ ଭାଷଣ ଦେଉଥିବା ବେଳେ ତା’ର ସୁରକ୍ଷା ପାଇଁ ବନ୍ଧୁକଧାରୀ ଛିଡ଼ା ହୋଇଛନ୍ତି। ମଞ୍ଚରେ ଛିଡ଼ା ହୋଇ ସେ ଅପରେସନ ସିନ୍ଦୂରରେ ଜୈଶ ସାମ୍ନା କରିଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଉଛନ୍ତି।

ବାହାବଲପୁରେ ଥିବା ଜୈଶ ମୁଖ୍ୟାଳୟ ଜାମିଆ ମସଜିଦ ସୁଭାନ ଆଲ୍ଲାରେ ମେ’ ୭ରେ ହୋଇଥିବା ଆକ୍ରମଣରେ ଆଝାରର ପରିବାର ଖଣ୍ଡଖଣ୍ଡ ହୋଇଯାଇଥିବା କଶ୍ମିରୀ କହୁଥିବା ଶୁଣିବାକୁ ମିଳୁଛି। ସେ କହିଛି, “ସବୁ କିଛି ବଳିଦାନ ଦେବା ପରେ ମେ’ ୭ରେ ଭାରତୀୟ ସେନା ବାହାବଲପୁରରେ ମୌଲାନା ମସୁଦ ଆଝାରର ପରିବାରକୁ ଖଣ୍ଡଖଣ୍ଡ କରି ଦେଇଥିଲା।”

Advertisment

ବାହାବଲପୁର ଷ୍ଟ୍ରାଇକ

ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଅପରେସନ ବେଳେ ବାହାବଲପୁର ବ୍ୟତୀତ ଆଉ ୮ଟି ଆତଙ୍କୀ ଠିକଣାରେ ଭାରତୀୟ ସେନା ପ୍ରଚଣ୍ଡ ହମଲା କରିଥିଲା। ଉଭୟ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଠିକଣାରେ ଏପରି ହମଲା କରାଯାଇଥିଲା।

ପାକିସ୍ତାନର ୧୨ତମ ସର୍ବବୃହତ୍ତ ସହର ହେଉଛି ବାହାବଲପୁର। ଏହା ଲାହୋର ଠାରୁ ୪୦୦ କିମି ଦୂର। ସେଠାରେ ଭାରତୀୟ ସେନା କରିଥିବା ଷ୍ଟ୍ରାଇକରେ ଆଝାର ପରିବାରର ୧୦ ଜଣ ସଦସ୍ୟଙ୍କ ସମେତ ଅନେକ ଆତଙ୍କୀ ପ୍ରାଣ ହରାଇଥିଲେ। ନିହତଙ୍କ ମଧ୍ୟରେ ଆଝାରର ବଡ଼ ଭଉଣୀ, ଭିଣୋଇ, ଭଣଜା, ପତ୍ନୀ, ଭାଣେଜୀ ଓ ପରିବାରର ୫ ଜଣ ସଦସ୍ୟ ରହିଥିଲେ।

ଆକ୍ରମଣରେ ଜୈଶ ମୁଖ୍ୟାଳୟ ପୂରା ଛିନଛତ୍ର ହୋଇ ଯାଇଥିଲା। କିନ୍ତୁ ଏଯାଏ ଜୈଶ କିମ୍ବା ପାକିସ୍ତାନ ମୃତାହତଙ୍କ ସମ୍ପର୍କରେ କିଛି ବି କହି ନଥିଲା। ହେଲେ ଏବେ ଜୈଶର ଟପ କମାଣ୍ଡର କଶ୍ମିରୀ ନିଜେ ଆଝାର ସହିଥିବା କ୍ଷତିର ହିସାବ ଦେଇଛି।

Operation Sindoor jaish
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe