Advertisment

Masood Azhar: ଜୈଶର ପ୍ରଥମ ମହିଳା ଆତଙ୍କୀ ବ୍ରିଗେଡ୍‌, ନେତୃତ୍ୱ ନେଉଛି ମସୁଦ ଆଝାରର ଭଉଣୀ

ମହିଳା ଶାଖା ଜମାତ-ଉଲ-ମୋମିନାତିରେ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଯାଇଛି। ଅକ୍ଟୋବର ୮ରୁ ବାହାବଲପୁରରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ସୂତ୍ର ଅନୁସାରେ, ଜୈଶ ମହିଳା ୱିଙ୍ଗର ନେତୃତ୍ୱ ସାଦିୟା ଆଝାର ନେଉଛି। ସାଦିୟା ହେଉଛି ମସୁଦ ଆଝାରର ଭଉଣୀ।

Jaish

ମସୁଦ ଆଝାର

Advertisment

ଭାରତର ଅପରେସନ ସିନ୍ଦୁରରେ ବଡ଼ ଝଟକା ପାଇଥିବା କୁଖ୍ୟାତ ଆତଙ୍କବାନୀ ସଂଗଠନ ଜୈଶ-ଇ-ମହମ୍ମଦ ଏବେ ଅଣ୍ଟା ସଳଖିବାକୁ ଉଦ୍ୟମ ଆରମ୍ଭ କରିଛି। ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନା ପାକିସ୍ତାନ(Pakistan)ର ବାହାବଲପୁରରେ ଥିବା ଜୈଶର ମୁଖ୍ୟାଳୟ ମର୍କଜ ସୁଭାନାଲ୍ଲାକୁ ଧ୍ୱଂସ କରିଥିଲା। 

Advertisment

ଏହି ଝଟକା ପରେ ଏବେ ଜୈଶ ନୂଆ ରଣନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛି। ଏହି ଆତଙ୍କୀ ସଂଗଠନ ପକ୍ଷରୁ ନିଜର ପ୍ରଥମ ମହିଳା ବ୍ରିଗେଡ ଖୋଲିବାକୁ ଯାଉଥିବା ଘୋଷଣା କରିଛି। ଜୈଶର ପ୍ରଥମ ମହିଳା ଆତଙ୍କୀ ଶାଖାର ନାଁ ଜମାତ-ଉଲ- ମୋମିନାତ ରଖାଯାଇଛି। ଜୈଶର ମୁଖିଆ ମୌଲାନା ମସୁଦ ଆଝାର ନାଁରେ ଜାରି ହୋଇଥିବା ଗୋଟିଏ ଚିଠି ଦ୍ୱାରା ଏହି ଖବରକୁ ସାର୍ବଜନୀନ କରାଯାଇଛି।

ମହିଳା ଶାଖା ଜମାତ-ଉଲ-ମୋମିନାତରେ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଯାଇଛି। ଅକ୍ଟୋବର ୮ରୁ ବାହାବଲପୁରରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ସୂତ୍ର ଅନୁସାରେ, ଜୈଶ ମହିଳା ୱିଙ୍ଗର ନେତୃତ୍ୱ ସାଦିୟା ଆଝାର ନେଉଛି। ସାଦିୟା ହେଉଛି ମସୁଦ ଆଝାରର ଭଉଣୀ।

Advertisment

ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଷ୍ଟ୍ରାଇକରେ ଆଝାର ପରିବାର ଏକାଧିକ ସଦସ୍ୟ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ସାଦିୟାର ସ୍ୱାମୀ ୟୁସୁଫ ଆଝାର ରହିଥିଲା। ୟୁସୁଫର ମୃତ୍ୟୁ ପରେ ଜୈଶ ଗଠନ କରିଥିବା ମହିଳା ୱିଙ୍ଗର ମୁଖିଆ ଭାବେ ତା’ ପତ୍ନୀ ସାଦିୟାକୁ ନିଯୁକ୍ତି ମିଳିଛି। 

କୁହାଯାଉଛି ଯେ ଏହି ଆତଙ୍କବାଦୀ ସଂଗଠନରେ ଜୈଶର ସଦସ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ପତ୍ନୀ ଓ ଆର୍ଥିକ ପଛୁଆ ବର୍ଗର ମହିଳାଙ୍କୁ ସାମିଲ କରାଯାଉଛି। ବିଶେଷ କରି ବାହାବଲପୁର, କରାଚି, ମୁଜାଫରବାଦ, କୋଟଲି, ହରିପୁର ଓ ମାନସେହରା ଠାରେ ଥିବା କେନ୍ଦ୍ରଗୁଡ଼ିକରେ ପଢ଼ୁଥିବା ଯୁବତୀ ଏବଂ ମହିଳାମାନଙ୍କୁ ଜମାତ-ଉଲ-ମୋମିନାତ ପାଇଁ ଟାର୍ଗେଟ କରାଯାଉଛି। 

ଜୈଶର ମହିଳା ୱିଙ୍ଗ ମାନସିକ ଯୁଦ୍ଧରେ ସାମିଲ ହେବ। ସଂଗଠନ ସମ୍ପର୍କରେ ପ୍ରଚାର କରିବ ଓ ତୃଣମୂଳ ସ୍ତରରେ ନିଯୁକ୍ତି କଥା ବୁଝିବ।  ସୋଶାଲ ମିଡିଆ, ହ୍ୱାଟସ ଆପ ଗ୍ରୁପ ଓ କିଛି ମଦ୍ରାସାରେ ଜମାତ-ଉଲ-ମୋମିନାତର କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରାଯାଉଛି। ଜମ୍ମୁ-କଶ୍ମୀର, ଉତ୍ତର ପ୍ରଦେଶ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଅନଲାଇନ ଦ୍ୱାରା ଜମାତ-ଉଲ- ମୋମିନାତିର ନେଟୱର୍କକୁ ବିସ୍ତାର କରିବାକୁ ପ୍ରୟାସ ଚାଲିଛି। 

ଜୈଶ ପୂର୍ବରୁ ମହିଳାମାନଙ୍କୁ ସଶସ୍ତ୍ର ଜିହାଜ ଓ ଲଢ଼େଇ ମିଶନରୁ ଦୂରେଇ ରଖୁଥିଲା। କିନ୍ତୁ ଭାରତର ଶାଣିତ ଜବାବ ପରେ ଜୈଶ ନିଜର  ଆଭିମୁଖ୍ୟ ବଦଳାଇଛି। ମସୁଦ ଆଝାର(Masood Azhar) ଓ ତା’ ଭାଇ ତଲହା ଅଲ ସୈଫ ମିଳିତ ଭାବେ ମହିଳା ଶାଖା ଖୋଲିବାକୁ ଅନୁମତି ଦେଇଛନ୍ତି। ଏବେ ଏହାର ମହିଳା ୱିଙ୍ଗ ମଧ୍ୟ ଧୀରେଧୀରେ ସକ୍ରିୟ ହୋଇଛି। 
ଆଇଏସଆଇଏସ୍‌, ବୋକୋ ହାରାମ, ହମାସ ଓ ଏଲଟିଟି ଭଳି ଆତଙ୍କବାଦୀ ସଂଗଠନ ଗୁଡ଼ିକ ପୂର୍ବରୁ ମହିଳାମାନଙ୍କୁ ଆତ୍ମଘାତୀ ହମଲା ପାଇଁ ବ୍ୟବହାର କରୁଥିଲେ। କିନ୍ତୁ ଲସ୍କ, ଜୈଶ(jaish) ଓ ହିଜବୁଲ ଭଳି ସଂଗଠନ ମହିଳାମାନଙ୍କୁ ଆଦୌ ବ୍ୟବହାର କରୁ ନଥିଲା। ଏବେ ଜୈଶ ପ୍ରଥମଥର ପାଇଁ ନିଜର ମହିଳା ଶାଖା ଖୋଲିଛି। 

Pakistan Masood Azhar jaish
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe