Advertisment

Masood Azhar: ଅନଲାଇନରେ ମହିଳାଙ୍କ ପାଇଁ ଜୈଶର ଜିହାଦୀ କୋର୍ସ, ଫି’ ୧୫୬ ଟଙ୍କା

ପ୍ରତିଦିନ କୋର୍ସରେ ସାମିଲ ହୋଇଥିବା ମହିଳାଙ୍କୁ ୪୦ ମିନିଟ ଧରି ଜିହାଦ ଓ ଇସଲାମ ସମ୍ପର୍କରେ ବୁଝାଯିବ। ଆଝାରର ଦୁଇ ଭଉଣୀ ସାଦିୟା ଆଝାର ଓ ସମୈରା ଆଝାର ମିଳିତ ଭାବେ ମହିଳାମାନଙ୍କୁ ଜମାତ ଉଲ ମୁମିନାତରେ ସାମିଲ ହେବାକୁ ବୁଝାଇବେ।

author-image
Hemant Lenka
Jaish

ମସୁଦ ଆଝାର

ପାକିସ୍ତାନ(Pakistan)ରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ନୂଆ ରଣନୀତି। ଭାରତୀୟ ଅପରେସନ ସିନ୍ଦୂରରେ ଛିନଛତ୍ର ହୋଇ ଯାଇଥିବା ଜୈଶ କେମିତି ତା’ର ପ୍ରଥମ ମହିଳା ବ୍ରିଗେଡ ଖୋଲିଛି, ତା’ର ରିପୋର୍ଟ କିଛି ଦିନ ତଳେ ପ୍ରକାଶ ପାଇଥିଲା। ମିଳିତ ଜାତିସଂଘ ଦ୍ୱାରା ଆତଙ୍କୀ ସଂଗଠନର ଟ୍ୟାଗ୍‌ ପାଇଥିବା ଜୈଶ ପକ୍ଷରୁ ଜମାତ ଉଲ ମୁମିନାତ ନାଁରେ ପ୍ରଥମ ମହିଳା ୟୁନିଟ ତିଆରି କରାଯାଇଛି। 

Advertisment

ଏବେ ଏହି ସଂଗଠନ ପକ୍ଷରୁ ମହିଳାଙ୍କ ପାଇଁ ଅନଲାଇନରେ ଜିହାଦୀ କୋର୍ସ ଲଞ୍ଚ କରାଯାଇଛି। ଏହାର ନାଁ ତୁଫାତ ଅଲ ମୁମିନାତ ରଖାଯାଇଛି। ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରିବା, ଅନଲାଇନରେ ଜିହାଦୀ ଟ୍ରେନିଂ ଦେବା ଓ ମହିଳାଙ୍କୁ ସଂଗଠନରେ ସାମିଲ କରିବା ହେଉଛି ଏହି କୋର୍ସର ଲକ୍ଷ୍ୟ। 

କୋର୍ସ ଅଧୀନରେ ସଂଗଠନର ପ୍ରତିଷ୍ଠାତା ମସୁଦ ଆଝାର, ଜୈଶର କମାଣ୍ଡର ଓ ଜୈଶ ଆତଙ୍କବାଦୀଙ୍କ ପରିବାରରେ ଥିବା ମହିଳା ସଦସ୍ୟମାନେ ଅନ୍ୟମାନଙ୍କୁ ଜିହାଦ ଓ ଇସଲାମ କଥା କହି ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇବେ। ସେମାନଙ୍କ ବ୍ରେନୱାଶ କରି ସଂଗଠନ ପାଇଁ କାମ କରିବାକୁ ପ୍ରବର୍ତ୍ତାଇବେ। ଅନଲାଇନରେ ସବୁ କିଛି ହେବ। ଏହା ନଭେମ୍ବର ୮ରୁ ବିଧିବଦ୍ଧ ଭାବେ ଆରମ୍ଭ କରିବାକୁ ଜୈଶ ନିଷ୍ପତ୍ତି ନେଇଛି। 

Advertisment

ପ୍ରତିଦିନ କୋର୍ସରେ ସାମିଲ ହୋଇଥିବା ମହିଳାଙ୍କୁ ୪୦ ମିନିଟ ଧରି ଜିହାଦ ଓ ଇସଲାମ ସମ୍ପର୍କରେ ବୁଝାଯିବ। ଆଝାରର ଦୁଇ ଭଉଣୀ ସାଦିୟା ଆଝାର ଓ ସମୈରା ଆଝାର ମିଳିତ ଭାବେ ମହିଳାମାନଙ୍କୁ ଜମାତ ଉଲ ମୁମିନାତରେ ସାମିଲ ହେବାକୁ ବୁଝାଇବେ। ଜାମାତର ସବୁ ଦାୟିତ୍ୱ ମସଦୁ ଆଝାର ତା’ର ସାନ ଭଉଣୀ ସାଦିୟା ଆଝାରକୁ ଦେଇଛି। 

ଆଝାର ସଂଗଠନ ଚଳାଇବାକୁ ଚାନ୍ଦା ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି। ମହିଳାଙ୍କ ପାଇଁ ଅନଲାଇନ ଜିହାଦୀ କୋର୍ସ ଆରମ୍ଭ କରାଯିବା ସହ ଏହାର ଫି’ ୫୦୦ ପାକିସ୍ତାନ ମୁଦ୍ରା ବା ଭାରତୀୟ ମୁଦ୍ରାରେ ୧୫୬ ଟଙ୍କା ରହିଛି।

କୋର୍ସରେ ସାମିଲ ହେଉଥିବା ପ୍ରତିଟି ମହିଳା ୧୫୬ ଟଙ୍କା ଦେବେ ଓ ସେମାନଙ୍କୁ ଅନଲାଇନରେ ଗୋଟିଏ ଫର୍ମ ମଧ୍ୟ ପୂରଣ କରିବାକୁ ପଡ଼ିବ। 

ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ବାହାବଲପୁରରେ ଥିବା ଜୈଶ ମୁଖ୍ୟାଳୟକୁ ଉଡ଼ାଇ ଦେଇଥିଲା। ଏଥିରେ ମସୁଦ ଆଝାର ପରିବାରର ଅନେକ ସଦସ୍ୟ ନିହତ ହୋଇଥିଲେ। ନିହତଙ୍କ ମଧ୍ୟରେ ସାଦିୟାର ସ୍ୱାମୀ ୟୁସୁଫ ଆଝାର ମଧ୍ୟ ରହିଥିଲା। ଏବେ ସାଦିୟା ନେତୃତ୍ୱରେ ଜୈଶ ତା’ର ମହିଳା ବିଗ୍ରେଡ ଆରମ୍ଭ କରିଛି। 
ଏପ୍ରିଲ ୨୨ ପହଲଗାମ ନରସଂହାରରେ ସାମିଲ ଥିବା ଉମର ଫାରୁକର ପତ୍ନୀ ଆଫ୍ରୀୁ ଫାରୁକ ମଧ୍ୟ ମହିଳେ ବ୍ରିଗେଡରେ ରହିଛି।

ଆଝାର ଅକ୍ଟୋବର ୮ରେ ଜାମାତ ମହିଳା ୟୁନିଟ ସମ୍ପର୍କରେ ଘୋଷଣା କରିଥିଲେ। ଅକ୍ଟୋବର ୧୯ରେ ପାକିସ୍ତାନ ଅଧିକୃତ କଶ୍ମୀର ଆୟୋଜିତ ଦୁଖତାରନ-ଇ-ଇସଲାମରେ ମହିଳାଙ୍କୁ ବିଧିବଦ୍ଧ ଭାବେ ସଂଗଠନରେ ସାମିଲ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। 

କୁହାଯାଉଛି ଯେ ଏହି ଆତଙ୍କବାଦୀ ସଂଗଠନରେ ଜୈଶର ସଦସ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ପତ୍ନୀ ଓ ଆର୍ଥିକ ପଛୁଆ ବର୍ଗର ମହିଳାଙ୍କୁ ସାମିଲ କରାଯାଉଛି। ବିଶେଷ କରି ବାହାବଲପୁର, କରାଚି, ମୁଜାଫରବାଦ, କୋଟଲି, ହରିପୁର ଓ ମାନସେହରା ଠାରେ ଥିବା କେନ୍ଦ୍ରଗୁଡ଼ିକରେ ପଢ଼ୁଥିବା ଯୁବତୀ ଏବଂ ମହିଳାମାନଙ୍କୁ ଜମାତ-ଉଲ-ମୁମିନାତ ପାଇଁ ଟାର୍ଗେଟ କରାଯାଉଛି। 

ଜୈଶର ମହିଳା ୱିଙ୍ଗ ମାନସିକ ଯୁଦ୍ଧରେ ସାମିଲ ହେବ। ସଂଗଠନ ସମ୍ପର୍କରେ ପ୍ରଚାର କରିବ ଓ ତୃଣମୂଳ ସ୍ତରରେ ନିଯୁକ୍ତି କଥା ବୁଝିବ।  ସୋଶାଲ ମିଡିଆ, ହ୍ୱାଟସ ଆପ ଗ୍ରୁପ ଓ କିଛି ମଦ୍ରାସାରେ ଜମାତ-ଉଲ-ମୁମିନାତର କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରାଯାଉଛି। ଜମ୍ମୁ-କଶ୍ମୀର, ଉତ୍ତର ପ୍ରଦେଶ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଅନଲାଇନ ଦ୍ୱାରା ଜମାତ-ଉଲ-ମୁମିନାତିର ନେଟୱର୍କକୁ ବିସ୍ତାର କରିବାକୁ ପ୍ରୟାସ ଚାଲିଛି। 

ଜୈଶ ପୂର୍ବରୁ ମହିଳାମାନଙ୍କୁ ସଶସ୍ତ୍ର ଜିହାଜ ଓ ଲଢ଼େଇ ମିଶନରୁ ଦୂରେଇ ରଖୁଥିଲା। କିନ୍ତୁ ଭାରତର ଶାଣିତ ଜବାବ ପରେ ଜୈଶ ନିଜର  ଆଭିମୁଖ୍ୟ ବଦଳାଇଛି। ମସୁଦ ଆଝାର (Masood Azhar) ଓ ତା’ ଭାଇ ତଲହା ଅଲ ସୈଫ ମିଳିତ ଭାବେ ମହିଳା ଶାଖା ଖୋଲିବାକୁ ଅନୁମତି ଦେଇଛନ୍ତି। ଏବେ ଏହାର ମହିଳା ୱିଙ୍ଗ ମଧ୍ୟ ଧୀରେଧୀରେ ସକ୍ରିୟ ହୋଇଛି। 

ଆଇଏସଆଇଏସ୍‌, ବୋକୋ ହାରାମ, ହମାସ ଓ ଏଲଟିଟି ଭଳି ଆତଙ୍କବାଦୀ ସଂଗଠନ ଗୁଡ଼ିକ ପୂର୍ବରୁ ମହିଳାମାନଙ୍କୁ ଆତ୍ମଘାତୀ ହମଲା ପାଇଁ ବ୍ୟବହାର କରୁଥିଲେ। କିନ୍ତୁ ଲସ୍କ, ଜୈଶ (jaish) ଓ ହିଜବୁଲ ଭଳି ସଂଗଠନ ମହିଳାମାନଙ୍କୁ ଆଦୌ ବ୍ୟବହାର କରୁ ନଥିଲା। ଏବେ ଜୈଶ ପ୍ରଥମଥର ପାଇଁ ନିଜର ମହିଳା ଶାଖା ଖୋଲିଛି। 

Pakistan Masood Azhar jaish