Advertisment

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଅଜହରର ଘନିଷ୍ଠ ସହଯୋଗୀ ନିପାତ

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ-ଇ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଅଜହରର ଘନିଷ୍ଠ ସହଯୋଗୀ ଥିଲା ମୌଲାନା ରହୀମ।

author-image
Debibandita Barick
Representative Image

Representative Image

ଭାରତ ଟାର୍ଗେଟରେ ଥିବା ଆଉ ଜଣେ ଆତଙ୍କବାଦୀ ପାକିସ୍ତାନରେ ନିପାତ। ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ-ଇ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଅଜହରର ଘନିଷ୍ଠ ସହଯୋଗୀ ମୌଲାନା ରହୀମ ଉଲ୍ଲା ନିପାତ ହୋଇଛି। ଏକ ଧାର୍ମିକ ସଭାରେ ଯୋଗଦେବାକୁ ଯିବା ସମୟରେ ରହୀମକୁ ଗୁଳି କରି ନିପାତ କରାଯାଇଛି।

Advertisment

କେହି ଅଜ୍ଞାତ ବ୍ୟକ୍ତି ରହୀମକୁ ଗୁଳି କରିଥିବା କହିଛି କରାଚି ପୁଲିସ। କରାଚି ପୁଲିସ କହିଛି ଯେ, ଏହା ଏକ 'ଟାର୍ଗେଟ୍ କିଲିଂ' ଏବଂ 'ଆତଙ୍କବାଦ କାର୍ଯ୍ୟକଳାପ।'

ସେ ଯାହାବି ହେଉ, ପାକିସ୍ତାନ ନିଜ ଦେଶରେ ସ୍ଥାନ ଦେଉଥିବା ଗୋଟିଏ ପରେ ଗୋଟିଏ ଆତଙ୍କୀ ସଫା ହେଉଛନ୍ତି। ଚଳିତ ମାସରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇ ସାରିଲେଣି। ସମସ୍ତେ ଭାରତ ଟାର୍ଗେଟରେ ଥିଲେ। 

Advertisment

ଏହାପୂର୍ବରୁ କିଛି ଅଜ୍ଞାତ ବ୍ୟକ୍ତି ଲଶ୍କର-ଏ-ତୋଏବା କମାଣ୍ଡର ଆକ୍ରମ ଖାନକୁ ପାକିସ୍ତାନର ରାସ୍ତା ଉପରେ ଗୁଳି କରି ନିପାତ କରିଥିଲେ। ଗାଜୀ ପୂର୍ବରୁ, ଜମ୍ମୁ-କଶ୍ମୀର 2018 ସୁଞ୍ଜୁୱାନ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଖ୍ୱାଜା ଶାହିଦକୁ ଅପହରଣ ପରେ ମୁଣ୍ଡ କାଟ୍ କରାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ, 2018-2020 ମଧ୍ୟରେ ଲଶ୍କର ଟିମର ସଦସ୍ୟ ଆକ୍ରମ ଖାନ ଛଦ୍ମନାମ ଗାଜୀ ଏକାଧିକ ଆତଙ୍କୀ ହମଲାରେ ସାମିଲ ରହିଥିଲା। ଗତ ଦୁଇ ବର୍ଷ ମଧ୍ୟରେ କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ଅନୁପ୍ରବେଶରେ ପ୍ରମୁଖ ଭୂମିକା ନିଭାଇଥିଲା। ସବୁଠୁ ବଡ କଥା ହେଉଛି କି ବର୍ତ୍ତମାନ ନିପାତ ହୋଇଥିବା ରହୀମ ଉଲ୍ଲା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଅଜହରର ଘନିଷ୍ଠ ସହଯୋଗୀ ଥିଲା।

Terrorist Killed Terrorist Killed In Pakistan