Advertisment

Terrorists: ପାକିସ୍ତାନର ବାହାବଲପୁରରେ ଜୈଶ ଓ ଲସ୍କର ଆତଙ୍କବାଦୀଙ୍କ ବଡ଼ ମେଳି

ଜୈଶ-ଇ-ମହମ୍ମଦ ଭାରତରେ ବଡ଼ଧରଣର ଆତ୍ମଘାତୀ ହମଲା ପାଇଁ ମସୁଧା କରିଛି। ଲାଲକିଲ୍ଲା କାର ବିସ୍ଫୋରଣ ପରେ ପୁଣି ଭାରତରେ ବିସ୍ଫୋରଣ କରିବା ଲକ୍ଷ୍ୟରେ ରହିଛି ଜୈଶ। ଏଥିପାଇଁ ସଂଗଠନ ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା।

jaish

ସାମ୍ନାକୁ ଆସିଥିବା ଫଟୋ

Advertisment

ପାକିସ୍ତାନରେ ସକ୍ରିୟ ଦୁଇ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦର ସଦସ୍ୟମାନଙ୍କ ବଡ଼ ମେଳି। ପାକିସ୍ତାନର ବାହାବଲପୁର ଠାରେ ଦୁଇ ଆତଙ୍କବାଦୀ(Terrorists) ସଂଗଠନର ଶତାଧିକ ସଦସ୍ୟ ଏକାଠି ବୈଠକ କରୁବାର ଫଟୋ ସାମ୍ନାକୁ ଆସିଛି। 

Advertisment

ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନାର ଏୟାର ଷ୍ଟ୍ରାଇକରେ ବାହାବଲପୁର ଠାରେ ଥିବା ଜୈଶ ମୁଖ୍ୟାଳୟ ଛିନଛତ୍ର ହୋଇ ଯାଇଥିଲା। ସେହି ସ୍ଥାନରେ ହିଁ ଜୈଶ ଓ ଲସ୍କର ସଦସ୍ୟମାନଙ୍କ ମିଟିଂ ହୋଇଛି। ଲସ୍କରର ଉପ ମୁଖ୍ୟ ସୈଫୁଲ୍ଲା କସୁରୀ ଜୈଶର କମାଣ୍ଡରମାନଙ୍କ ସହ ଆଲୋଚନା କରୁଥିବା ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳୁଛି। ଏହି ଫଟୋ ହିଁ ଭାରତୀୟ ଗୁଇନ୍ଦା ସଂସ୍ଥା ଦେଉଥିବା ତଥ୍ୟକୁ ମଧ୍ୟ ସତ ପ୍ରମାଣିତ କରିଛି।

ଦୁଇ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଏବେ ମିଳିତ ଭାବେ ପାକିସ୍ତାନର ଛତ୍ରଛାୟା ତଳେ ସକ୍ରିୟ ଥିବା କଥା ଏହି ଫଟୋ ପୁଣି ପ୍ରମାଣିତ କରିଛି। ଦୁଇ ସଂଗଠନର ଶତାଧିକ ସଦସ୍ୟ ବାହାବଲପୁରରେ ବୈଠକ କରି ନିଜର ପରବର୍ତ୍ତୀ ରଣନୀତିକୁ ଚୂଡ଼ାନ୍ତ କରିଥିବା ମଧ୍ୟ କୁହାଯାଉଛି। ଭାରତ ବିରୋଧୀ କୌଣସି ବଡ଼ଧରଣର ପଦକ୍ଷେପ ନେବାକୁ ବାହାବଲପୁରରେ ସେମାନେ ବୈଠକ କରିଥିବା ଆଶଙ୍କା କରାଯାଉଛି। 

Advertisment

ଗୁଇନ୍ଦା ସୂତ୍ରରେ କୁହାଯାଇଛି ଯେ ଅପରେସନ ସିନ୍ଦୂର ବେଳେ ବାହାବଲପୁର ବ୍ୟତୀତ ପାକିସ୍ତାନ ଅଧିକୃତ କଶ୍ମୀରର ରାୱାଲକୋଟରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡଗୁଡ଼ିକ ଧ୍ୱଂସ ହୋଇଥିଲା। ଏହାକୁ ସଂଗଠନ ପକ୍ଷରୁ ପୁଣି ତିଆରି କରାଯାଇଛି।

ଏହି ଲଞ୍ଚ ପ୍ୟାଡଗୁଡ଼ିକ ତିଆରି ହେବା ପରେ ସମ୍ଭବତଃ ବାହାବଲପୁରରେ ବୈଠକ ହୋଇଛି। ଲଞ୍ଚ ପ୍ୟାଡଗୁଡ଼ିକ ଜରିଆରେ କେମିତି ଆତଙ୍କବାଦୀମାନଙ୍କୁ ଭାରତକୁ ପଠାଯିବ, ସେ ବିଷୟରେ ଆଲୋଚନା ପାଇଁ ଜୈଶ ଓ ଲସ୍କରର ସଦସ୍ୟମାନେ ମେଳି କରିଥିବା ଜାତୀୟ ଗଣମାଧ୍ୟମଗୁଡ଼ିକ ଖବର ପ୍ରକାଶ କରିଛନ୍ତି। 

ଗତ ମାସରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଜୈଶ-ଇ-ମହମ୍ମଦ ଭାରତରେ ବଡ଼ଧରଣର ଆତ୍ମଘାତୀ ହମଲା ପାଇଁ ମସୁଧା କରିଛି। ଲାଲକିଲ୍ଲା କାର ବିସ୍ଫୋରଣ ପରେ ପୁଣି ଭାରତରେ ବିସ୍ଫୋରଣ କରିବା ଲକ୍ଷ୍ୟରେ ରହିଛି ଜୈଶ। ଏଥିପାଇଁ ସଂଗଠନ ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। 

Terrorists
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe