Earthquake
ଜାପାନରେ ବଡ଼ ଧରଣର ଭୂକମ୍ପ। ୬.୯ ତୀବ୍ରତାର ଜୋରଦାର ଝଟକା ଅନୁଭୂତ। ଏହାର କେନ୍ଦ୍ରସ୍ଥଳ ଜାପାନର କ୍ୟୁଶୁ। ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି।
ରିଂ ଅଫ ଫାୟାରରେ ଆସୁଥିବାରୁ ଜାପାନ ବାରମ୍ବାର ଭୂକମ୍ପର ଶିକାର ହେଉଛି। ଗତବର୍ଷ ଅଗଷ୍ଟ ୮ ତାରିଖରେ ଜାପାନରେ କ୍ରମାଗତ ଦୁଇଟି ବଡ଼ ଧରଣର ଭୂକମ୍ପ ଝଟକା ଲାଗିଥିଲା। ୬.୯ ଓ ୭.୧ ତୀବ୍ରତାର ଦୁଇ ଭୂକମ୍ପ ଝଟକା କ୍ୟୁଶୁ ଓ ଶିକୋକୁରେ ଅନୁଭୂତ ହୋଇଥିଲା। ଏହାପରେ ମଧ୍ୟ ସୁନାମୀ ଆଲର୍ଟ ଜାରି କରାଯାଇଥିଲା। ହେଲେ କୌଣସି କ୍ଷୟକ୍ଷତି ହୋଇନଥିଲା। ଏହା ପୂର୍ବରୁ ଗତବର୍ଷ ଜାନୁଆରୀ ୧ ତାରିଖ ଦିନ ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଥିଲା ଜାପାନର ସୁଜୁ, ୱାଜିମା ଓ ଏହାର ଆଖପାଖ ଅଞ୍ଚଳରେ। ଏଥିରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା।
ଏହି କ୍ରମରେ ଆଜି ଲାଗିଥିବା ଶକ୍ତିଶାଳୀ ଭୂକମ୍ପରେ କୌଣସି କ୍ଷୟକ୍ଷତି ରିପୋର୍ଟ ଏବେ ଯାଏଁ ଆସିନାହିଁ। ଜାପାନ ପାଣିପାଗ ବିଭାଗ କହିଛି ଯେ ମିୟାଜାକି ପ୍ରଦେଶରେ ସ୍ଥାନୀୟ ସମୟ ରାତି ୯ଟା ୧୯ ମିନିଟରେ ଏହି ଭୂକମ୍ପ ଝଟକା ଲାଗିଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂକମ୍ପ ୩୭ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
