Advertisment

୨ ମହିଳା ଓ ୨ ପୁଲିସ୍‌ଙ୍କୁ ହତ୍ୟା କରିଥିବା ଯୁବକଙ୍କୁ ବାନ୍ଧିଲା ଜାପାନ ପୁଲିସ୍‌

ଘର ଭିତରେ ଥିବା ଯୁବକଜଣକ ପୁଲିସ୍‌ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୨ ପୁଲିସ୍‌ ଅଧିକାରୀ ଟଳି ପଡ଼ିଥିଲେ। ଏହାସତ୍ତ୍ୱେ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସମ୍ଭବ ନ ହେବାରୁ ସେଠାରେ ହିଁ ସେ ଆଖି ବୁଜି ଦେଇଥିଲେ।

Police

Police

Advertisment

ଦୁଇ ମହିଳାଙ୍କ ସମେତ ୨ ପୁଲିସ୍‌ ଅଧିକାରୀଙ୍କୁ ହତ୍ୟା କରି ଗତକାଲିଠୁ କେନ୍ଦ୍ରୀୟ ଜାପାନରେ ଆତଙ୍କ ଖେଳାଇ ରଖିଥିବା ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଆଜି ସକାଳୁ ମାଡ଼ି ବସିଛି ପୁଲିସ୍‌। ଉକ୍ତ ଯୁବକଙ୍କ ପାଖରେ ବନ୍ଧୁକ ଥିବା ବେଳେ ହାତରେ ଛୁରୀ ବି ଥିଲା। ଏହି ଘଟଣା ଗତକାଲିଠୁ ଜାପାନ ଟେଲିଭିଜନର ମୁଖ୍ୟ ଖବର ପାଲଟିଥିବା ବେଳେ ଆଜି ସକାଳୁ ପୁଲିସ୍ ତାଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି।

Advertisment

କେନ୍ଦ୍ରୀୟ ଜାପାନରେ ଥିବା ନାକାନୋ ସହରରେ ଜଣେ ମହିଳାଙ୍କୁ ଛୁରା ମାଡ଼ ହେଉଥିବା ଖବର ପାଇ ଗତକାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଉକ୍ତ ସମୟରେ ଯୁବକଙ୍କ ଛୁରା ମାଡ଼ରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇଥିବା ଆଉ ଜଣେ ମହିଳାଙ୍କୁ ମଧ୍ୟ ଯୁବକଜଣକ ଛୁରା ମାଡ଼ କରି ଗୁରୁତର କରିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ମାତ୍ର ଘର ଭିତରେ ଥିବା ଯୁବକଜଣକ ପୁଲିସ୍‌ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୨ ପୁଲିସ୍‌ ଅଧିକାରୀ ଟଳି ପଡ଼ିଥିଲେ। ଏହାସତ୍ତ୍ୱେ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇ ପାରି ନ ଥିଲ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଘଟଣାସ୍ଥଳରେ ହିଁ ସେ ଆଖି ବୁଜି ଦେଇଥିଲେ।

Advertisment

ଏହାପରେ ପୁଲିସ୍‌ ଉକ୍ତ ଘରକୁ ଚାରିପଟୁ ଘେରି ଯାଇଥିବା ବେଳେ ପ୍ରାୟ ୩ଶହ ମିଟର ଅଞ୍ଚଳକୁ ସିଲ୍‌ କରି ଦେଇଥିଲା। ଏଥିସହ ଘରୁ ନ ବାହାରିବାକୁ କିମ୍ବା ଝରକା ନ ଖୋଲିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କୁହାଯାଇଥିଲା।

ବହୁ ସମୟର ଛକାପଞ୍ଝା ପରେ ଶେଷରେ ପୁଲିସ୍‌ ଆଜି ସକାଳୁ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ପୁଲିସ୍‌ ଗାଡ଼ିରେ ଭର୍ତ୍ତି କରି ନେଇ ପଳାଇଥିବା ଜଣାଯାଇଛି। ଉକ୍ତ ଯୁବକଙ୍କ ବାପା ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ସେ ଏପରି କାହିଁକି କଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି।

ସୂଚନାଯୋଗ୍ୟ, ଜାପାନରେ ବନ୍ଧୁକ ଲାଇସେନ୍ସକୁ ଖୁବ୍‌ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ସତ୍ତ୍ୱେ ଏପରି ଘଟଣା ବାରମ୍ବାର ଘଟୁଛି। ଫଳରେ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

Attack On Police Police Deadbody Japan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe