Advertisment

ପୁଅ ପାଇଁ ଜାପାନ ପ୍ରଧାନମନ୍ତ୍ରୀ ହଟହଟା; ସଚିବ ପଦରୁ ତଡ଼ି ଦେଲେ

ବାପା ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ କ୍ଷମତାର ଦୁରୁପଯୋଗ କରି ହଟହଟା ହେଲେ ପୁଅ। ଏହାକୁ ନେଇ ସମଗ୍ର ଦେଶରେ ଆକ୍ରୋଶ ଦେଖିବାକୁ ମିଳିଥିବା ବେଳେ ଶେଷରେ ବାପା ହିଁ ନିଜ ପୁଅକୁ ସମସ୍ତ ଦାୟିତ୍ୱରୁ ହଟାଇଦେଲେ।

author-image
Niharika Rout
Japan pm with son

Japan pm with son

ବାପା ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ କ୍ଷମତାର ଦୁରୁପଯୋଗ କରି ହଟହଟା ହେଲେ ପୁଅ। ଏହାକୁ ନେଇ ସମଗ୍ର ଦେଶରେ ଆକ୍ରୋଶ ଦେଖିବାକୁ ମିଳିଥିବା ବେଳେ ଶେଷରେ ବାପା ହିଁ ନିଜ ପୁଅକୁ ସମସ୍ତ ଦାୟିତ୍ୱରୁ ହଟାଇଦେଲେ। ଏପରି ଘଟଣା ଜାପାନରେ ଘଟିଛି। ଏଥିପାଇଁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ାଙ୍କ ବଡ଼ ପୁଅ ଶୋଟାରୋଙ୍କୁ ନିଜ ପଦରୁ ହାତ ଧୋଇବାକୁ ପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଆବାସିକ ନିବାସରେ ସାଙ୍ଗସାଥୀଙ୍କ ସହ ପାର୍ଟି କରିବା ତାଙ୍କୁ ମହଙ୍ଗା ପଡ଼ିଛି।

Advertisment

କିଶିଡ଼ାଙ୍କ ଆବାସିକ ନିବାସରେ ତାଙ୍କ ବଡ଼ ପୁଅ ଶୋଟାରୋ ନିଜର କିଛି ସାଙ୍ଗସାଥୀଙ୍କ ସହ ମିଶି ପାର୍ଟି କରିବା ସହ ଖୁବ୍‌ ମଜାମସ୍ତି କରିଥିଲେ। କେଉଁଠି ଶୋଟାରୋ ତଥା ତାଙ୍କ ସାଙ୍ଗମାନେ ରେଡ କାର୍ପେଟରେ ଲୋଟି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ କେଉଁଠି ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ଜାଗାରେ ଫଟୋ ପୋଜ ଦେଉଥିଲେ। ଆଉ ଏକ ଫଟୋରେ ପ୍ରଧାନମନ୍ତ୍ରୀ ପ୍ରେସ୍‌କୁ ସମ୍ବୋଧନ କରିବା ସ୍ଥାନରେ ଛିଡ଼ା ହୋଇ ବିଭିନ୍ନ ପୋଜରେ ଫଟୋ ଦେବାକୁ ପଛାଇ ନାହାନ୍ତି।

ଏହି ସବୁ ଫଟୋ ଭାଇରାଲ ହେବା ପରେ ସମଗ୍ର ଦେଶରେ ଏହାକୁ ନେଇ ଏକ ପ୍ରକାର ହଙ୍ଗାମା ସୃଷ୍ଟି ହେଲା। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ କିଶିଦାଙ୍କ ସବୁ ଚେଷ୍ଟା ଫେଲ୍‌ ମାରିବା ପରେ ଗତ ରାତିରେ ସେ ପୁଅକୁ ନିଜ ରାଜନୈତିକ ସଚିବ ପଦରୁ ବହିଷ୍କାର କରିଥିବା ସ୍ପଷ୍ଟ କରିଛନ୍ତି।

Advertisment

ଏଥସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ସଚିବ ରୂପେ ଶୋଟାରୋଙ୍କର ଜନସାଧାରଣଙ୍କ ପ୍ରତି ଦାୟିତ୍ୱ ରହିଥିଲା। ହେଲେ ସେ ଏହାକୁ ଭଲ ଭାବେ ତୁଲାଇ ପାରି ନାହାନ୍ତି। ସେ ନିଜ ପଦର ଗାରିମାକୁ ଭୁଲିଗଲେ। ସେ ଯେଉଁ କାମ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଅନୁଚିତ। ତେଣୁ ମୁଁ ତାଙ୍କଠୁ ସବୁ ପ୍ରକାର ଦାୟିତ୍ୱ କାଢ଼ି ନେଉଛି । ଏଥିସହ ଆସନ୍ତା ଗୁରୁବାର ତାଙ୍କ ରାଜନୈତିକ ସଚିବ ପଦ ପାଇଁ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ବଛାଯିବ ବୋଲି ସେ କହିଛନ୍ତି।

ଶୋଟାରୋ ପ୍ରଥମ ଥର ପାଇଁ ଏପରି କରି ନାହାନ୍ତି। ଏହା ପୂର୍ବରୁ ବି ସେ ଏପରି କାମ ପାଇଁ ଅପବାଦ ମୁଣ୍ଡାଇ ସାରିଛନ୍ତି। ନିଜ ପିତାଙ୍କ ସହ ଶୋଟାରୋ ବ୍ରିଟେନ ଓ ପ୍ୟାରିସ ଗସ୍ତରେ ଯାଇଥିବା ବେଳେ ସେଠାରେ ସେ ଖୁବ୍‌ ଏନଜୟ କରିଥିଲେ। ଦୂତାବାସ୍‌ କାର୍‌କୁ ସେ ବ୍ୟକ୍ତିଗତ ବୁଲିବା ତଥା ସପିଂ ମଲ୍‌ ଯିବା ପାଇଁ ବ୍ୟବହାର କରୁଥିଲେ। ଏଥିଯୋଗୁ ତାଙ୍କୁ ଖୁବ୍‌ ସମାଲୋଚିତ ହେବାକୁ ପଡ଼ିଥିଲା।

ଗତ ଅକ୍ଟୋବରରେ କିଶିଦା ୮ ଜଣ ସଚିବଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେଥିରୁ ଗୋଟିଏ ପଦରେ ସେ ନିଜ ପୁଅଙ୍କୁ ବସାଇଥିଲେ। ଏହାକୁ ବିପକ୍ଷ ଗୋଷ୍ଠୀ ଖୁବ୍‌ ସମାଲୋଚନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ପରିବାରବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଆଣିଥିଲେ।

Japan Pm