Advertisment

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ଫୁଟିଲା ବୋମା

ୟାକାୟାମା ସହରରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ମଞ୍ଚରେ ଉପସ୍ଥିତ ଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

author-image
Niharika Rout
Japan PM

Japan PM

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ାଙ୍କ ସଭାସ୍ଥଳରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ । ୟାକାୟାମା ସହରରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ମଞ୍ଚରେ ଉପସ୍ଥିତ ଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି। 

Advertisment

ଦ ଜାପାନ ଟାଇମ୍ସ ମୁତାବକ, ପ୍ରଧାନମନ୍ତ୍ରୀ କିଶିଡ଼ା ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ନିମନ୍ତେ ୟାକାୟାମା ସହରକୁ ଯାଇଥିଲେ। ସେଠାରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବା ପୂର୍ବରୁ ହଠାତ୍‌ ସଭାସ୍ଥଳରେ କିଛି ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳ ସମ୍ପୂର୍ଣ୍ଣ ଭାବେ ଧୂଆଁମୟ ହୋଇ ଯାଇଥିଲା।

ଏହାଦେଖି ଉପସ୍ଥିତ ଲୋକେ ଧାଁଦୌଡ଼ କରିବାକୁ ଆରମ୍ଭ କଲେ। ବିସ୍ଫୋରଣରେ ପ୍ରଧାନମନ୍ତ୍ରୀ କିଶିଡ଼ାଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ସେଠାରୁ ଅନ୍ୟତ୍ର ନେଇ ଯାଇଥିଲେ ।

Advertisment

ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳରେ ସ୍ମୋକ୍ କିମ୍ବା ପାଇପ୍ ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। ବୋମା ପକାଇଥିବା ବ୍ୟକ୍ତିଙ୍କୁ ଜାପାନ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ଜାପାନର ନାରା ସହରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଗତ ବର୍ଷ ଜୁଲାଇରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ  ଜଣେ ଆତତାୟୀ ଗୁଳି ମାଡ଼ କରିଥିଲେ। ଏହି ଗୁଳି ମାଡ଼ରେ ସିଞ୍ଜୋ ଆବେଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଜାପାନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଏବେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳରେ ବିସ୍ଫୋରଣ ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାଇଛି।

Bomb Blast Japan