Advertisment

ଗୋଟିଏ କଙ୍କଡ଼ା ତରକାରୀର ଦାମ୍‌ ୫୬ ହଜାର ଟଙ୍କା!

ଏକ ରେସ୍ତୋରାଁରେ କଙ୍କଡ଼ା ଡିସ୍ ଖାଇବା ପରେ ଏତେ ଟଙ୍କାର ବିଲ୍ ଆସିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Carb Dish

Carb Dish

ସିଙ୍ଗାପୁରର ଏକ ରେସ୍ତୋରାଁରେ କଙ୍କଡ଼ା ଡିସ୍ ଖାଇବା ପରେ ବିଲ୍ ଦେଖି ଜାପାନ ପର୍ଯ୍ୟଟକ ତାଜୁବ। ଗୋଟିଏ କଙ୍କଡ଼ାର ତରକାରି ମିଲ୍ ପାଇଁ ୫୬ ହଜାର ଟଙ୍କା ବିଲ୍ ଦେଖି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ପର୍ଯ୍ୟଟକ। ଡିସର ମୂଲ୍ୟ ବାବଦରେ ରେସ୍ତୋରାଁ ପକ୍ଷରୁ ତାଙ୍କୁ ସଠିକ୍ ବାବେ ଅବଗତ କରାଯାଇ ନଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ। ପୁଲିସ ଉପସ୍ଥିତିରେ ରେସ୍ତୋରାଁ ମ୍ୟାନେଜର ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି। ପୂରା ଘଟଣା କଣ ଥିଲା, ଜାଣନ୍ତୁ।

Advertisment

ସୂଚନା ଅନୁସାରେ, ନିକଟରେ ଜାପାନର ଜଣେ ପର୍ଯ୍ୟଟକ ତାଙ୍କର ୩ ଜଣ ସାଙ୍ଗମାନଙ୍କ ସହ ସିଙ୍ଗାପୁର ଗସ୍ତ କରିଥିଲେ। ଏହି ସମୟରେ ସେ ଏକ ରେସ୍ତୋରାଁ ଯାଇଥିଲେ। ସେଠାରେ ସେ ଚାରି ଜଣଙ୍କ ପାଇଁ କଙ୍କଡ଼ା ଡିସ୍ ଅର୍ଡର୍ କରିଥିଲେ। ମହିଳା ଜଣକ ଆଲାସ୍କାନ୍ କିଙ୍ଗ ଚିଲି କ୍ରାବ୍ ଡିସ୍ ଅର୍ଡର କରିଥିଲେ। ଖାଇବା ପରେ ତାଙ୍କ ଆଗରେ ଥିବା ବିଲ୍ ଦେଖି ସେମାନେ ତାଜୁବ୍ ହୋଇ ଯାଇଥିଲେ। 

କାରଣ ଚାରି ପ୍ଲେଟ୍ ଖାଦ୍ୟ ପାଇଁ ୫୬,୫୦୩ ଟଙ୍କା ବିଲ୍ ଆସିଥିଲା, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ପୁଲିସରେ ଏନେଇ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ୱେଟର୍ ତାଙ୍କୁ ଗୋଟିଏ ପ୍ଲେଟ୍ ପାଇଁ ୨୦ ଡରାଲ୍ ଅର୍ଥାତ୍ ୧,୬୬୧ ଟଙ୍କା ବୋଲି କହିଥିଲେ। ମାତ୍ର ପ୍ରତି ୧୦୦ ଗ୍ରାମ୍ କଙ୍କଡ଼ା ପାଇଁ ଏଠାରେ ଚାର୍ଜ ଲାଗୁ ହେବା ନିୟମ ବାବଦରେ ଜଣାଇନଥିବା କହିଥିଲେ। ଚାରି ଜଣ ମହିଳା ପର୍ଯ୍ୟଟକ ୩ କିଲୋ ୫୦୦୦ ଗ୍ରାମର ଗୋଟିଏ କଙ୍କଡ଼ା ତରକାରି ଖାଇଥିଲେ। ଆଉ ରେସ୍ତୋରାଁ ନିୟମ ଅନୁସାରେ ତାଙ୍କର ୫୬,୫୦୩ ଟଙ୍କାର ବିଲ୍ ଆସିଥିଲା।

Advertisment

ଜାପାନ ପର୍ଯ୍ୟଟକ ଏଥିପାଇଁ ୱେଟରଙ୍କୁ ଦାୟୀ କରିଥିଲେ। କିନ୍ତୁ ରେସ୍ତୋରାଁ ମ୍ୟାନେଜର ଏଥିରେ କର୍ମଚାରୀଙ୍କର କୌଣସି ଭୁଲ୍ ନଥିବା ସ୍ପଷ୍ଟୀକରଣ ଦେଇଥିଲେ। କାରଣ ତାଙ୍କ ରେସ୍ତୋରାଁରେ ଗ୍ରାହକଙ୍କ ସମ୍ମୁଖରେ ଖାଦ୍ୟର ଓଜନ ଏବଂ ବିଲ୍ ରଖାଯାଏ। ଏନେଇ ସେମାନେ ଅର୍ଡର କରିବା ପରେ ହିଁ ଖାଦ୍ୟ ପ୍ରସ୍ତୁତ ହୁଏ। ଅନ୍ୟ ଗ୍ରାହକମାନେ ମଧ୍ୟ ଏହିପରି ସମାନ ମେନୁ ପାଇଁ ଟଙ୍କା ଦେଉଥିବା କହିଥିଲେ। କିଛି ସମୟ ଆଲୋଚନା ହେବା ପରେ ରେସ୍ତୋରାଁ ପକ୍ଷରୁ ସେମାନଙ୍କୁ ୭୮ ଡଲାର ବା ୬,୪୭୯ ଟଙ୍କାର ରିହାତି ଦିଆଯାଇଥିଲା। 

ପରେ ସେମାନେ ଏନେଇ ସିଙ୍ଗାପୁର ପର୍ଯ୍ୟଟନ ବିଭାଗରେ ମଧ୍ୟ ଅଭିଯୋଗ କରିଛନ୍ତି।

Crab Dish Japanese Tourist In Singapore Crab Dish Price 56 Thousand