Advertisment

ଟ୍ରମ୍ପ ସରକାରରେ ଆଉ ଜଣେ ଭାରତୀୟଙ୍କ ଏଣ୍ଟ୍ରି, ଜୟଙ୍କୁ ମିଳିଲା ବଡ଼ ଦାୟିତ୍ୱ

କରୋନା କାଳରେ ଲକଡାଉନ ଓ ମାସ୍କ ନୀତିକୁ ବିରୋଧ କରିଥିବା ଭାରତୀୟ ବୈଜ୍ଞାନିକ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ଡୋନାଲ୍ଡ ଟ୍ରମ୍ପ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH)ର ନିର୍ଦ୍ଦେଶକ ଦାୟିତ୍ୱ ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Jay Bhattacharya

Jay Bhattacharya

ଟ୍ରମ୍ପଙ୍କ ସରକାରରେ ହେଲା ଆଉ ଜଣେ ଭାରତୀୟଙ୍କ ଏଣ୍ଟ୍ରି। ଭାରତୀୟ ବୈଜ୍ଞାନିକ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ ଦେଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH)ର ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। NIH ହେଉଛି ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ଏବଂ ପାଣ୍ଠି ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ।

Advertisment

ଜୟ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଟ୍ରମ୍ପ ୨.୦ ସରକାରରେ ସର୍ବୋଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଟେସଲା କମ୍ପାନୀ ମାଲିକ ଏଲୋନ୍ ମସ୍କଙ୍କ ସହ ସରକାରୀ ଦକ୍ଷତା ବିଭାଗ (DOJ) ର ନେତୃତ୍ୱ ନେବାକୁ ଭାରତୀୟ-ଆମେରିକୀୟ ବିବେକ ରାମସ୍ୱାମୀଙ୍କୁ ବାଛିଥିଲେ। ଅବଶ୍ୟ, ଏହା ଏକ ସ୍ୱେଚ୍ଛାକୃତ ପଦବୀ। ଏଥିପାଇଁ ଆମେରିକା ସିନେଟ୍ ଦ୍ୱାରା ମଞ୍ଜୁରୀ ଆବଶ୍ୟକତା ନାହିଁ। ଏହାର ଅର୍ଥ ଏହି ବିଭାଗ ଟ୍ରମ୍ପଙ୍କ କ୍ୟାବିନେଟ ସହିତ ସିଧାସଳଖ ସଂଯୁକ୍ତ ନୁହେଁ ଏବଂ ଏହା ସରକାର ବାହାରେ କାମ କରିବ।

ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, 'ଜୟ ଭଟ୍ଟାଚାର୍ଯ୍ୟ, M.D., Ph.D. ଙ୍କୁ NIHର ନିର୍ଦ୍ଦେଶକ ଭାବେ ମନୋନୀତ କରି ମୋତେ ଅତ୍ୟନ୍ତ ଖୁସି ଲାଗୁଛି। ଭଟ୍ଟାଚାର୍ଯ୍ୟ ରବର୍ଟ ଏଫ. କେନେଡି ଜୁନିଅରଙ୍କ ସହ ମିଶି ଦେଶରେ ମେଡିକାଲ ରିସର୍ଚ୍ଚ ଦିଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ। ଏମାନେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଦିଗରେ କାର୍ଯ୍ୟ କରିବେ ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ଏବଂ ଲୋକଙ୍କ ଜୀବନ ରକ୍ଷା କରିବ।'

Advertisment

ଜୟ ଭଟ୍ଟାଚାର୍ଯ୍ୟ କିଏ?

୫୬ ବର୍ଷୀୟ ଜୟ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ ପଶ୍ଚିମବଙ୍ଗର କୋଲକାତାରେ ହୋଇଥିଲା। ସେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ। ୧୯୯୦ରେ ଷ୍ଟାନଫୋର୍ଡ ୟୁନିର୍ଭସିଟିରେ ସ୍ନାତକୋତ୍ତର ଏବଂ ପରେ ମାଷ୍ଟର ଅଫ୍ ଆର୍ଟ ସମାପ୍ତ କରିଥିଲେ। ଏହା ପରେ ସେ ଡକ୍ଟର ଅଫ୍ ମେଡିସିନ୍ (MD) ଡିଗ୍ରୀ ହାସଲ କରିଥିଲେ। ୨୦୦୦ ମସିହାରେ ଅର୍ଥନୀତିରେ ପିଏଚଡି କରିଥିଲେ। ବର୍ତ୍ତମାନ ସେ ଷ୍ଟାନଫୋର୍ଡ ୟୁନିର୍ଭସିଟିରେ ହେଲ୍ଥ ପଲିସିର ପ୍ରଫେସର ଅଛନ୍ତି। କେବଳ ସେତିକି ନୁହେଁ ଜୟ ଭଟ୍ଟାଚାର୍ଯ୍ୟ ନ୍ୟାସନାଲ ବ୍ୟୁରୋ ଅଫ୍ ଇକୋନୋମିକ୍ ରିସର୍ଚ୍ଚର ଜଣେ ସହଯୋଗୀ ତଥା ହୁଭର ଇନଷ୍ଟିଚ୍ୟୁଟ୍, ଷ୍ଟାନଫୋର୍ଡ ଇନଷ୍ଟିଚ୍ୟୁଟ୍ ଫର ଇକୋନୋମିକ୍ ପଲିସି ରିସର୍ଚ୍ଚ ଏବଂ ଫ୍ରିମ୍ୟାନ୍ ସ୍ପୋଗଲି ଇନଷ୍ଟିଚ୍ୟୁଟ୍ର ଜଣେ ବରିଷ୍ଠ ସହକର୍ମୀ ଅଟନ୍ତି।

ଅକ୍ଟୋବର ୨୦୨୦ରେ କରୋନା କାଳରେ ଲଗାଯାଇଥିବା ଲକ୍‌ଡାଉନ୍‌ ଓ ମାସ୍କ ନୀତିକୁ ଜୟ ଭଟ୍ଟାଚାର୍ଯ୍ୟ ଦୃଢ଼ ବିରୋଧ କରିଥିଲେ। କରୋନାରୁ ସୁରକ୍ଷା ପାଇଁ ସେ ଏହାକୁ ଲୋକମାନଙ୍କ ମଧ୍ୟରେ ବିସ୍ତାର କରିବାକୁ ଏବଂ ହାର୍ଡ ଇମ୍ୟୁନିଟି ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ତେବେ ତାଙ୍କର ଏଭଳି ମତ ପାଇଁ ତାଙ୍କୁ ସୋଶାଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିଥିଲା।

USA Donald Trump Jay Bhattacharya