Advertisment

ହିନ୍ଦୁ ପତ୍ନୀଙ୍କ ଧର୍ମ ବିଶ୍ୱାସ ପାଇଁ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଜେଡି ଭାନ୍ସ!

ରିପବ୍ଲିକାନ ପାର୍ଟି ତରଫରୁ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ବେଳେ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କ ନାମ ଘୋଷଣା କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
jd-vance  with wife

jd-vance with wife

ଆମେରିକା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ଏହା ରୋଚକ ମୋଡ଼ ନେଉଛି। ରିପବ୍ଲିକାନ ପାର୍ଟି ତରଫରୁ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ବେଳେ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କ ନାମ ଘୋଷଣା କରାଯାଇଛି। ଜେଡି ଭାନ୍ସ ଭାରତୀୟ ବଂଶୋଦ୍ଭବ ତଥା ହିନ୍ଦୁ ଧର୍ମାବଲମ୍ବୀ ଊଷା ଚିଲୁକୁରୀଙ୍କୁ ବିବାହ କରିଛନ୍ତି। ତାଙ୍କ ପତ୍ନୀଙ୍କ ଧର୍ମବିଶ୍ୱାସ ତାଙ୍କୁ ସବୁ ସମୟରେ ସହାୟତା କରି ଆସିଛି ବୋଲି ଭାନ୍ସ କହିଛନ୍ତି।

Advertisment

ପୂର୍ବରୁ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଆମେରିକାର ଉପରାଷ୍ଟ୍ରପତି ଥିବା ବେଳେ ଏଥର ଜେଡି ଭାନ୍ସ ନିର୍ବାଚନ ଜିତିଲେ ଭାରତର ଜ୍ୱାଇଁ ଏହି ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି।

ଔହାୟୌର ସିନେଟର ଜେଡି ଭାନ୍ସ ଟ୍ରମ୍ପଙ୍କ କଠୋର ବିରୋଧୀ ଥିବା ବେଳେ ତାଙ୍କୁ ନିଜର ସହଯୋଗୀ କରି ଟ୍ରମ୍ପ ବିରୋଧୀଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରିଛନ୍ତି। ଏନେଇ ଟ୍ରମ୍ପ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ କହିଛନ୍ତି, ବହୁ ବିଚାରବିମର୍ଶ ପରେ ଆମେରିକାର ଉପରାଷ୍ଟ୍ରପତି ପଦ ନିମନ୍ତେ ସବୁଠୁ ଉପଯୁକ୍ତ ବ୍ୟକ୍ତି ଜେଡି ଭାନ୍ସଙ୍କ ନାମକୁ ଫାଇନାଲ୍‌ କରାଯାଇଛି।

Advertisment

ଏକ ସାକ୍ଷାତକାରରେ ୩୮ ବର୍ଷୀୟ ଜେଡି ଭାନ୍ସ ନିଜ ସଫଳତାର ସମସ୍ତ ଶ୍ରେୟ ପତ୍ନୀ ଊଷା ଓ ତାଙ୍କ ହିନ୍ଦୁ ବିଚାରଧାରାକୁ ଦେଇଛନ୍ତି। ଜଣେ ହିନ୍ଦୁ ହୋଇ ବି ପତ୍ନୀ ସବୁବେଳେ ତାଙ୍କୁ ନିଜ ସ୍ୱତନ୍ତ୍ର ଧାର୍ମିକ ବିଚାରଧାରା ଆପଣାଇବାକୁ ପ୍ରବର୍ତ୍ତାଉଥିଲେ।

ସେ କହିଛନ୍ତି, ମୁଁ ପ୍ରଥମେ ପ୍ରୋଟେଷ୍ଟାଣ୍ଟ ଥିଲି। ତେବେ କେବେ ବାପ୍‌ଟାଇଜ୍‌ ବା ପାଣିରେ ପବିତ୍ର ହୋଇ ନ ଥିଲି। ମାତ୍ର ମୁଁ ୨୦୧୮ ମସିହାରେ ବାପ୍‌ଟାଇଜ୍‌ ବା ପାଣିରେ ପବିତ୍ର ହୋଇ କ୍ୟାଥୋଲିକ୍‌ ହେଲି। ମୋ ଧର୍ମ ନେଇ ଉଷା ମତେ ସବୁବେଳେ ସମର୍ଥନ କରି ଆସିଛନ୍ତି। 

ଏନେଇ ଊଷା କହିଛନ୍ତି, ମୋ’ ପିତାମାତା ହେଉଛନ୍ତି ହିନ୍ଦୁ। ସେମାନେ ଖୁବ୍‌ ଭଲ ଅଭିଭାବକ। ମୋ’ ସ୍ୱାମୀ କୌଣସି ଜିନିଷ ସନ୍ଧାନରେ ଥିବା ବେଳେ ତାହାକୁ ପାଇବାରେ ମୁଁ ତାଙ୍କୁ ସବୁ ପ୍ରକାର ସମର୍ଥନ ଯୋଗାଇ ଆସିଛି।

ଏବେ ଜେଡି ଭାନ୍ସ ରିପବ୍ଲିକାନ ପାର୍ଟିରେ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କାର୍ଯ୍ୟକ୍ରମ କରୁଛନ୍ତି। ଏପରି ସ୍ଥିତିରେ ସ୍ୱାମୀଙ୍କ ପାଖେ ପାଖେ ରହି ତାଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଚାଲିଛନ୍ତି ଊଷା।

Yale ଲ’ ସ୍କୁଲରେ ପଢ଼ୁଥିବା ବେଳେ ଉଭୟ ଊଷା ଓ ଜେଡି ଭାନ୍ସଙ୍କ ଦେଖାସାକ୍ଷାତ ହୋଇଥିଲା। ଏହାପରେ ଉଭୟ ପରସ୍ପର ପ୍ରେମରେ ପଡ଼ି ଯାଇଥିବା ବେଳେ ୨୦୧୪ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଓ ଗୋଟେ ଝିଅ ଅଛନ୍ତି। ଦୁଇ ପୁଅଙ୍କ ନାମ ହେଉଛି ଇବାନ୍‌ ଓ ବିବେକ ଏବଂ ଝିଅର ନାମ ମିରାବେଲ୍‌। 

USA