Advertisment

ବାଇଡେନଙ୍କ କ୍ଷୋଭ, କହିଲେ- ନଭଲୀନଙ୍କ ମୃତ୍ୟୁ ପାଇଁ କେବଳ ପୁଟିନ ହିଁ ଦାୟୀ

‘ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ଖବର ମୋତେ ଆଶ୍ଚର୍ଯ୍ୟ କରିନି । ଏହାକୁ ଅବିଶ୍ୱାସ କରିବାର ବି କିଛି କାରଣ ନାହିଁ। କାରଣ ମୁଁ ଜାଣିଛି ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ପାଇଁ କେବଳ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହିଁ ଦାୟୀ। ’

ଅଦ୍ୟତନ ହୋଇଛି
Joe Biden & Alexei Navalny

Joe Biden & Alexei Navalny

Advertisment

‘ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ଖବର ମୋତେ ଆଶ୍ଚର୍ଯ୍ୟ କରିନି । ଏହାକୁ ଅବିଶ୍ୱାସ କରିବାର ବି କିଛି କାରଣ ନାହିଁ। ବରଂ ଏହା ଶୁଣି ମୁଁ ଅଧିକ କ୍ରୋଧିତ ହୋଇ ପଡ଼ିଛି। କାରଣ ମୁଁ ଜାଣିଛି ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ପାଇଁ କେବଳ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହିଁ ଦାୟୀ। ’ ରୁଷିଆରେ ବିରୋଧୀ ଦଳ ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚରମ ବିରୋଧୀ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ପରେ ଏପରି ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

Advertisment

୪୭ ବର୍ଷୀୟ ନଭଲୀନ ରୁଷର ପ୍ରମୁଖ ବିରୋଧୀ ଦଳ ନେତାଥିବା ବେଳେ ସେ ସବୁବେଳେ ରୁଷରେ ପୁଟିନ ସରକାର କରୁଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ। ୨୦୨୧ରେ ସେ ଜର୍ମାନୀରୁ ରୁଷ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସୋଭିଏତ ଯୁଗର ଜଣେ ଏଜେଣ୍ଟକୁ ବିଷ ଦେଇ ହତ୍ୟା ପାଇଁ ଚେଷ୍ଟା କରିବା ଘଟଣାରେ ତାଙ୍କୁ ୧୯ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହାପରେ ଗତକାଲି ସନ୍ଦେହଜନକ ପରିସ୍ଥିତିରେ ଜେଲ ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେ ସମ୍ପର୍କରେ ଜଣାପଡିନାହିଁ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଲେକ୍ସିଙ୍କ ମୃତ୍ୟୁ ଖବର ଶୁଣି ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଲେକ୍ସିଙ୍କ ମୃତ୍ୟୁ ପାଇଁ ପୁଟିନ ଦାୟୀ । ପୁଟିନ ସରକାରଙ୍କ ଦୁର୍ନୀତି, ହିଂସା ବିରୋଧରେ ମୁହଁ ଖୋଲିଥିବାରୁ ତାଙ୍କୁ ପୂର୍ବରୁ ବିଷ ଦିଆଯିବା ସହ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା ବୋଲି  ସିଧାସଳଖ ଅଭିଯୋଗ କରିଛନ୍ତି ବାଇଡେନ । ଏହି ଘଟଣା ସମଗ୍ର ବିଶ୍ୱବାସୀଙ୍କୁ ମର୍ମାହତ କରିଥିବା ସେ କହିଛନ୍ତି। 

Advertisment

ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି, ପୁଟିନ ସରକାରଙ୍କ ଦ୍ୱାରା ହେଉଥିବା ଭ୍ରଷ୍ଟାଚାର, ହିଂସା ତଥା ଅନ୍ୟ ଘୃଣ୍ୟ କାମକୁ ଆଲେକ୍ସି ନାଭାଲନୀ ଦୃଢତାର ସହ ବିରୋଧ କରୁଥିଲେ। ଏହାର ଜବାବରେ ପୁଟିନ ତାଙ୍କୁ ଗିରଫ କରି ଜେଲ୍‌ରେ ବିଷ ଦେଇଥିଲେ। ଜେଲ୍‌ରେ ତାଙ୍କୁ ଏକୁଟିଆ ରଖାଯିବା ସହ ପ୍ରବଳ ନିର୍ଯାତନା ଦିଆଯାଉଥିଲା। କିନ୍ତୁ ଏଥିର ଭୟଭୀତ ନ ହୋଇ ଆଲେକ୍ସି ଦୃଢ ଭାବେ ପୁଟିନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ଏଥିସହ ସେ କହିଛନ୍ତି, ୨୦୨୦ ମସିହାରେ ଆଲେକ୍ସି ନାଭାଲନୀ ସାଇବେରିଆରେ ନିର୍ବାଚନ କାଟୁଥିବା ବେଳେ ତାଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିଲା। ରୁଷ ପକ୍ଷରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୁଟିନ ସରକାର କିନ୍ତୁ ଏହାକୁ ଖଣ୍ଡନ କରିଥିଲେ। ଏହାପରେ ଆଲେକ୍ସି ଚାହିଁଥିଲେ ବାହାର ଦେଶରେ ସୁରକ୍ଷିତ ଭାବେ ରହି ପାରିଥାନ୍ତେ। କିନ୍ତୁ ସେ ନିଜ ଦେଶକୁ ଖୁବ୍‌ ଭଲ ପାଉଥିଲେ। ନିଜ ଦେଶ ମାଟିରେ ପାଦ ଦେଲେ ତାଙ୍କୁ ଗିରଫ କରାଯିବା ସହ ହତ୍ୟା କରି କରାଯାଇ ପାରେ ବୋଲି ସେ ଭଲ ଭାବେ ଜାଣିଥିଲେ। ଏହାପରେ ବି ସେ ନିଜ ଦେଶକୁ ଫେରିଥିଲେ ଆଉ ପୁଟିନ ତାଙ୍କୁ ବିଭିନ୍ନ ମିଥ୍ୟା କେସ୍‌ରେ ଫସାଇ ଗିରଫ କରିଥିଲେ।

ତାଙ୍କ ମୃତ୍ୟୁ ଖବର ଯଦି ସତ ତେବେ ଏହାକୁ ବିଶ୍ୱାସ ନ କରିବାର କିଛି କାରଣ ନାହିଁ। କାରଣ ରୁଷ ଅଧିକାରୀ ଖୁବ୍‌ ମନଗଢ଼ା କାହାଣୀ ଦୁନିଆ ସମ୍ମୁଖରେ ରଖିଥାନ୍ତି। ତେବେ ମୋର ଯାହା ବିଶ୍ୱାସ, ଆଲେକ୍ସିଙ୍କ ମୃତ୍ୟୁ ପାଇଁ କେବଳ ପୁଟିନ ହିଁ ଦାୟୀ ।

Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe