Advertisment

ମାତ୍ର ୩୦ ବର୍ଷ ବୟସରେ ଚାଲିଗଲେ ଏହି ଲୋକପ୍ରିୟ ବଡି ବିଲଡର୍‌

ଜର୍ମାନୀର ଲିଣ୍ଡନେର ଜଣେ ୟୁଟ୍ୟୁବର ଭାବେ ପରିଚୟ ହାସଲ କରିଥିଲେ। ତାଙ୍କୁ ସମସ୍ତେ ଜୋଏସଥେଟିକ୍ସ ଭାବେ ମଧ୍ୟ ଜାଣିଥିଲେ।

Body

Body

Advertisment

ସୋଶାଲ ମିଡିଆରେ ଫିଟନେସର ଟିପ୍ସ ସହ ନିଜକୁ ଜଣେ ଲୋକପ୍ରିୟ ବଡି ବିଲଡର୍‌ ଭାବେ ପରିଗଣିତ କରିଥିବା ଜୋ ଲିଣ୍ଡନେର ଆଉ ନାହାନ୍ତି। ମାତ୍ର ୩୦ ବର୍ଷ ବୟସରେ ହଠାତ୍‌ ତାଙ୍କର ମୃତ୍ୟୁ ଘଟିଛି। ରକ୍ତ ଚାପ ପାଇଁ ସୃଷ୍ଟି ହେଉଥିବା Aneurysm ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଲିଣ୍ଡନେରଙ୍କ ଅକସ୍ମାତ ବିୟୋଗ ସମସ୍ତଙ୍କୁ ସବ୍ଧ କରି ଦେଇଛି।

Advertisment

ଜର୍ମାନୀର ଲିଣ୍ଡନେର ଜଣେ ୟୁଟ୍ୟୁବର ଭାବେ ପରିଚୟ ହାସଲ କରିଥିଲେ। ତାଙ୍କୁ ସମସ୍ତେ ଜୋଏସଥେଟିକ୍ସ ଭାବେ ମଧ୍ୟ ଜାଣିଥିଲେ। ଦି ମେଟ୍ରୋରେ ପ୍ରକାଶିତ ଖବର ଅନୁଯାୟୀ, ଏହି ବଡି ବିଲଡର ଜଣଙ୍କ ବେଶ କିଛି ବର୍ଷ ହେଲା ଥାଇଲ୍ୟାଣ୍ଡରେ ରହୁଥିଲେ। ସେଠାରେ ସେ କେମିତି ତାଙ୍କ ଜୀବନ କାଟୁଛନ୍ତି, ତା’ର ଗୋଟିଏ ଭିଡିଓ ମଧ୍ୟ ଶେୟାର କରିଥିଲେ।

ଜର୍ମାନୀର ଏହି ଷ୍ଟାରଙ୍କ ୟୁଟ୍ୟୁବରେ ସବସ୍କ୍ରାଇବରଙ୍କ ସଂଖ୍ୟା ୯,୪୦,୦୦୦। ସେ ନିୟମିତ ନିଜ ଅନୁଗାମୀଙ୍କୁ ୱାର୍କଆଉଟ ଟିପ୍ସ ସହ ଡାଏଟ ଓ ବିଭିନ୍ନ ପ୍ରକାରର ଜୋତା ସମ୍ପର୍କରେ ଭିଡିଓ ଦ୍ୱାରା ସୂଚନା ଦିଅନ୍ତି।

Advertisment

ତାଙ୍କ ସହ ତାଙ୍କର ଗର୍ଲଫ୍ରେଣ୍ଡ ନିଚା ମଧ୍ୟ ଥାଇଲ୍ୟାଣ୍ଡରେ ରହୁନ୍ତି। ସେ ଏହି ଦୁଃଖଦ ଖବରକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଗତକାଲି ଲିଣ୍ଡନେର Aneurysm ଯୋଗୁ ପ୍ରାଣ ହରାଇଥିବା ସେ କହିଛନ୍ତି। ସେ ନିଜ ପ୍ରେମିକଙ୍କୁ ବିଶ୍ୱର ସବୁଠାରୁ ଚମତ୍କାର ଓ ଅଦ୍ଭୂତ ବ୍ୟକ୍ତି ବୋଲି କହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନେକ ଲୋକ ମଧ୍ୟ ଲିଣ୍ଡନେରଙ୍କୁ ସୋଶାଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଶାଇ ଶୋକ ପ୍ରକାଶ କରିଛନ୍ତି।

Social Media Bodybuilder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe