Advertisment

ବାଇଡେନଙ୍କ କାରକେଡକୁ ପିଟିଲା କାର୍‌; ବନ୍ଧା ହେଲେ ଡ୍ରାଇଭର

ବାଇଡେନଙ୍କ କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା ।

ଅଦ୍ୟତନ ହୋଇଛି
Biden

Biden

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡ ସହ ପିଟିହେଲା କାର୍‌ । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ଗତକାଲି ଏହି ଘଟଣା ଘଟିଛି ।

Advertisment

ବାଇଡେନଙ୍କ କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ ଗାଡ଼ିଠାରୁ ମାତ୍ର ୧୩୦ ଫୁଟ ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ଆମେରିକାର ସିକ୍ରେଟ ସର୍ଭିସ ଏହି ଘଟଣାର ତଦନ୍ତ କରୁଛି ।

ହ୍ୱାଇଟ ହାଉସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ ଗତ ରାତି ପ୍ରାୟ ୮ଟା ବଳେ ୱିମିଙ୍ଗଟନସ୍ଥିତ ବାଇଡେନ- ହେରିସ ୨୦୨୪ ମୁଖ୍ୟାଳୟରୁ ବାହାରିଥିଲେ। ତାଙ୍କ ସହ ତାଙ୍କ ନିର୍ବାଚନୀ କ୍ୟାମ୍ପେନ୍‌ ଟିମ୍‌ ବି ଥିଲେ। ମାତ୍ର ବାଇଡେନଙ୍କ କାର୍‌କେଡ ବାହାରିବାର କିଛି ସମୟ ପରେ ଏକ VVIP ନମ୍ବର ପ୍ଲେଟ ଥିବା ଗାଡ଼ି ସମ୍ମୁଖରେ ବାଇଡେନ୍‌ଙ୍କ କାରକେଡର ଏକ ଏସୟୁଭି ଗାଡ଼ିକୁ ଧକ୍କା ଦେଇଥିଲା।

Advertisment

ଏହଦେଖି ବାଇଡେନଙ୍କ ସିକ୍ରେଟ ସର୍ଭିସ ଏଜେଣ୍ଟ ତୁରନ୍ତ ଆକ୍ସନ ମୁଡକୁ ଆସିଯିବା ସହ ଉକ୍ତ କାରର୍‌ ଚାଳକଙ୍କୁ କାବୁ କରି ନେଇଥିଲେ। ଏଥିସହ ଟକ୍କର ମାରିଥିବା କାର୍‌କୁ ସେମାନେ ସିଜ୍‌ କରି ଦେଇଛନ୍ତି। ଏହାପରେ ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନିଆଯାଇଥିଲା।

USA Joe Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe