PM Modi & President Joe Biden
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଉ ଏକ ଭୁଲା ଷ୍ଟୋରୀ ସାମ୍ନାକୁ ଆସିଛି। କ୍ୱାଡ ସମ୍ମିଳନୀର ମଞ୍ଚରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ବୋଧିତ କରିବାର ଥିଲା, କିନ୍ତୁ ସେ ମୋଦିଙ୍କ ନାଁ ଭୁଲିଯାଇ ଥଙ୍ଗମଙ୍ଗ ହୋଇଥିବାର ଏକ ଭିଡିଓ ଭାଇରାଲ ହେଉଛି।
ଆମେରିକାରେ ଚାଲିଥିବା କ୍ୱାଡ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଏହି ସମ୍ମିଳନୀରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବେନ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଉପସ୍ଥିତ ଥିଲେ।
ଆଜି ସକାଳେ ଦେଲୱାରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସମସ୍ତ ରାଷ୍ଟ୍ରମୁଖ୍ୟମାନେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ କର୍କଟ ରୋଗର ହ୍ରାସ ପାଇଁ କ୍ୟାନସର ମୁନଶର୍ଟ ଇନିସିଏଟିଭ ଲଞ୍ଚ କରିଥିଲେ।
ରାଷ୍ଟ୍ରପତି ବାଇଡେନଙ୍କୁ କ୍ୟାନସର ମୁନଶର୍ଟ ପଦକ୍ଷେପ ବାବଦରେ ଆଲୋଚନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରିଚିତ କରାଇବାର ଥିଲା। କିନ୍ତୁ ସେ ଭୁଲି ଯାଇଥିଲେ। ଥଙ୍ଗମଙ୍ଗ ହୋଇ କାହାକୁ ଡାକିବି ବୋଲି ପଚାରିଥିଲେ। ସେ କହିଥିଲେ, "ମୋତେ ଏହାପରେ କାହାଙ୍କୁ ପରିଚିତ କରାଇବାର ଥିଲା। ଏହାପରେ କିଏ?"
ବାଇଡେନଙ୍କ ଏପରି ପ୍ରଶ୍ନ ଶୁଣିବା ପରେ କାର୍ଯ୍ୟକ୍ରମ ଉପସ୍ଥାପକ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ କହିଥିଲେ। ନିଜର ବକ୍ତବ୍ୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସଭାକୁ ଆସନ୍ତୁ ବୋଲି ସେ କହିଥିଲେ।
ତେବେ ବାଇଡେନଙ୍କ ଏପରି ଭୁଲା ଗୁଣ ପ୍ରଥମ ନୁହେଁ। 81 ବର୍ଷୀୟ ରାଷ୍ଟ୍ରପତି ବାଇଡେନ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ଏବଂ କମଲା ହାରିସଙ୍କୁ 'ଟ୍ରମ୍ପ' ବୋଲି କହିଥିଲେ। ବାସ୍ତବରେ ୱାଶିଂଟନରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀରେ ଏପରି କହିଥିଲେ ବାଇଡେନ। ଏହାକୁ ନେଇ ତାଙ୍କୁ ଅନେକ ସମୟରେ ସମାଲୋଚନାର ଶିକାର ହେବାକୁ ପଡେ। ଏଥିସହ ତାଙ୍କ ମାନସିକ ସ୍ଥିତିକୁ ନେଇ ମଧ୍ୟ ଚିନ୍ତା ପ୍ରକଟ ପାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us