Advertisment

କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି

ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

author-image
Niharika Rout
joe biden

joe biden

କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ବାଇଡେନଙ୍କଠାରେ କୋଭିଡ-୧୯ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ୨ ବର୍ଷ ପରେ ପୁଣି ଥରେ ବାଇଡେନ୍ କରୋନାରେ ସଂକ୍ରମିତ ହୋଇଛନ୍ତି।

ଲସ୍ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ପରେ ବାଇଡେନ୍ ଆମେରିକାର ଡେଲାୱେର ଫେରିଆସି ସେଠାରେ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡ଼ିଛି।

Advertisment

ଆମେରିକାରେ ଆଗକୁ ନିର୍ବାଚନ ଥିବା ବେଳେ ଏହି ସମୟରେ ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା, ତାଙ୍କର ନିର୍ବାଚନୀ ପ୍ରଚାର ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି।

ପୂର୍ବରୁ ଜୁଲାଇ ୨୦୨୨ରେ ବାଇଡେନ୍ କୋଭିଡରେ ସଂକ୍ରମିତ ହୋଇଥିଲେ। ତେବେ ରାଷ୍ଟ୍ରପତି ପଦରେ ବସିବା ପୂର୍ବରୁ ସେ କୋଭିଡ୍ ଟିକା ନେଇସାରିଥିଲେ।

White House USA Joe Biden Coronavirus