Joe Biden
ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ଅଧାରୁ ଉଠିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଦେଲେନି ଉତ୍ତର। ଅଧାରୁ ପ୍ରେସ୍ କନ୍ଫ୍ରେନ୍ସ ଛାଡି ଚାଲିଗଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି।
ପ୍ରକୃତରେ ଆମରେିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବାର ପ୍ରଭାବ ବିଶ୍ୱବ୍ୟାପୀ ଦେଖାଦେଇଛି। ୨୦୦୮ ପରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏହା ସବୁଠାରୁ ବଡ ସଙ୍କଟ। ସୋମବାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବା ସମ୍ପର୍କରେ ଏକ ପ୍ରେସ କନ୍ଫରେନ୍ସ ରଖାଯାଇଥିଲା। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୋଗ ଦେଇଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ଆମେରିକା ରାଷ୍ଟ୍ରପତି।
ଏହି ସମ୍ମିଳନୀରେ ଜଣେ ସାମ୍ବାଦିକ ବାଇଡେନ୍ଙ୍କୁ ସିଲିକନ ଭ୍ୟାଲି ବ୍ୟାଙ୍କ ଦେବାଳିଆ କାହିଁକି ହେଲା ନେଇ ପ୍ରଶ୍ନ କରିଥିଲେ। ଏଥିସହ ଏହାର ପ୍ରଭାବ ଆମେରିକାର ଉପରେ ପଡିବ ନା ନାହିଁ ବୋଲି ସେ ପଚାରିଥିଲେ। ଏହା ଶୁଣି ହଠାତ୍ ବାଇଡେନ୍ ବିଗିଡି ଯାଇଥିଲେ। ଏଥିସହ ଏ ପ୍ରଶ୍ନର କିଛି ଉତ୍ତର ନ ଦେଇ ସାମ୍ବାଦିକ ସମ୍ମିଳନୀରୁ ଅଧାରୁ ଉଠି ପଳାଇ ଯାଇଥିଲେ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ୟୁଜର୍ସମାନେ ବାଇଡେନ୍ଙ୍କ ଏହି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି।
ତେବେ ବାଇଡେନ୍ ଏଭଳି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ଛାଡି ଚାଳିଯିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ପ୍ରେସ କନ୍ଫ୍ରେନ୍ସକୁ ଅଧାରି ଛାଡି ଚାଲିଯାଇଛନ୍ତି। ଏହି କାର୍ଯ୍ୟ ହେତୁ ତାଙ୍କୁ ପୂର୍ବରୁ ଟ୍ରୋଲ ମଧ୍ୟ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Joe_Biden_1678780334.jpg)