Advertisment

ୟୁ-ଟର୍ଣ୍ଣ ନେଲେ ବାଇଡେନ୍‌, ପୁଅକୁ ଦୋଷମୁକ୍ତ କଲେ

ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ଚଳିତ ବର୍ଷ ବେଆଇନ୍‌ ବନ୍ଧୁକ ଓ ଆୟକର ଛାଡ଼ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

author-image
Madhupriya Mistry
Joe Biden And Son

Joe Biden And Son

ୟୁ-ଟର୍ଣ୍ଣ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଆମେରିକା ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳ ଶେଷ ହେବାର ଠିକ୍‌ ପୂର୍ବରୁ ସେ ନେଇଛନ୍ତି ବଡ଼ ନିଷ୍ପତ୍ତି। ନିଜ ପୁଅ ହଣ୍ଟରକୁ କରିଛନ୍ତି ଦୋଷମୁକ୍ତ। ବିନା ସର୍ତ୍ତରେ ପୁଅର ସବୁ ଅପରାଧକୁ ସେ କ୍ଷମା କରିଦେଇଛନ୍ତି। ଏନେଇ ରବିବାର ଖୋଦ୍‌ ବାଇଡେନ୍‌ ଏନେଇ ସୂଚନା ଦେଇଛନ୍ତି।

Advertisment

ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ଚଳିତ ବର୍ଷ ବେଆଇନ୍‌ ବନ୍ଧୁକ ଓ ଆୟକର ଛାଡ଼ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହ୍ୱାଇଟ୍‌ ହାଉସ୍‌ ଅନେକ ଥର ଜୋର ଦେଇ କହିଥିଲା ଯେ, ବାଇଡେନ୍‌ ନିଜ ପୁଅର ଦଣ୍ଡକୁ କ୍ଷମା କରିବେ ନାହିଁ। ସେ ନିଜର ରାଷ୍ଟ୍ରପତି କ୍ଷମତାକୁ ପରିବାର ପାଇଁ ଉପଯୋଗ କରିବେ ନାହିଁ। କିନ୍ତୁ ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ନିଜ ପୁଅକୁ କ୍ଷମା କରି ଦେଇଛନ୍ତି। ହଣ୍ଟରର ସବୁ ଅପରାଧିକ ମାମଲାକୁ ରଫା-ଦଫା କରିଦେଇଛନ୍ତି ବାଇଡେନ୍‌।

ବାଇଡେନ୍‌ ଏନେଇ କହିଛନ୍ତି ଯେ, 'ମୁଁ ମୋ ପୁଅକୁ କ୍ଷମା କରିଛି। ଯେବେଠାରୁ ମୁଁ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିଛି, ମୁଁ କହିଥିଲି ଯେ ନ୍ୟାୟ ବିଭାଗ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିରେ ମୁଁ ହସ୍ତକ୍ଷେପ କରିବି ନାହିଁ ଏବଂ ମୁଁ ଏହି ପ୍ରତିଶ୍ରୁତି ପାଳନ କରିଛି। କିନ୍ତୁ ମୋ ପୁଅକୁ ଅନ୍ୟାୟ କରାଯାଇ ଟାର୍ଗେଟ କରାଯାଉଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।

Advertisment

ପୁଅ ଅଣ୍ଟରକୁ ଭାଙ୍ଗିବା ପାଇଁ ଚେଷ୍ଟା କରି ସେମାନେ ମୋତେ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଜାରିଶୁଣି ଟାର୍ଗେଟ କରାଯାଇଥିବା ବାଇଡେନ୍‌ ଅଭିଯୋଗ ଆଣିଛନ୍ତି। କାହିଁକି ଜଣେ ବାପା ଏବଂ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି ତାହା ଆମେରିକୀୟମାନେ ବୁଝିବେ ବୋଲି କହିଛନ୍ତି ବାଇଡେନ୍‌।

ହଣ୍ଟର୍ଙ୍କୁ ଜୋ ବାଇଡେନ୍‌ ଦୋଷ ମୁକ୍ତ କରିବା ପାଇଁ ଏବେ ଆଉ ତାଙ୍କ ଅପରାଧ ତାଙ୍କୁ ପାଇଁ ଦଣ୍ଡିତ କରାଯିବ ନାହିଁ। ତାଙ୍କୁ କାରାଗାରକୁ ପଠାଯିବାର ସମ୍ଭାବନାକୁ ଦୂର କରିବା ସହ ମାମଲାର ତଦାରଖ କରୁଥିବା ବିଚାରପତି ବର୍ତ୍ତମାନ ଦଣ୍ଡ ଶୁଣାଣି ବି ରଦ୍ଦ କରିବେ।

କହିରଖୁ ଯେ, ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳ ୨୦ ଜାନୁୟାରୀ ୨୦୨୫ରେ ଶେଷ ହେବ। ଏହା ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। 

Hunter Biden USA Joe Biden