Advertisment

Nobel Prize 2025: ଅର୍ଥନୀତି ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ବିଶ୍ୱର ୩ ଜଣ ବିଶିଷ୍ଟ ଅର୍ଥନୀତିକ ବିଶାରଦ ଜୋଏଲ ମୋକିର, ଫିଲିପେ ଅଘିଓନ ଓ ପିଟର ହୋୱିଟ୍ଟ ଚଳିତ ବର୍ଷ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଛନ୍ତି। ୩ ଜଣଙ୍କୁ ନୋବେଲ(Nobel) ମିଳିଥିଲେ ହେଁ ଏହାର ଅଧା ଅର୍ଥ ଜୋଏଏ ମୋକୟରଙ୍କୁ ମିଳିବ।

Nobel

୩ ଅର୍ଥନୀତିଜ୍ଞ

Advertisment

ଅର୍ଥନୀତି ବିଜ୍ଞାନରେ ୨୦୨୫ ବର୍ଷ ପାଇଁ ୩ ଜଣଙ୍କୁ ମିଳିଛି ନୋବେଲ ପୁରସ୍କାର। ବିଶ୍ୱର ୩ ଜଣ ବିଶିଷ୍ଟ ଅର୍ଥନୀତିକ ବିଶାରଦ ଜୋଏଲ ମୋକିର, ଫିଲିପେ ଅଘିଓନ ଓ ପିଟର ହୋୱିଟ୍ଟ ଚଳିତ ବର୍ଷ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଛନ୍ତି। ଉଦ୍ଭାବନ ଓ ଅର୍ଥନୀତିକ ଅଭିବୃଦ୍ଧିରେ ସେମାନଙ୍କ ସର୍ବଶ୍ରେଷ୍ଠ କାମ ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିଛି।

Advertisment

ନୋବେଲ କମିଟି(Nobel Panel)ର କହିବା କଥା ଯେ ୩ ଅର୍ଥଶାସ୍ତ୍ରୀ ଇନୋଭେସନ ଚାଳିତ ଅର୍ଥନୀତି ଅଭିବୃଦ୍ଧିକୁ ବିସ୍ତୃତ ଭାବେ ବୁଝାଇବାକୁ ସକ୍ଷମ ହୋଇଥିଲେ। ତେଣୁ ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। 

୩ ଜଣଙ୍କୁ ନୋବେଲ(Nobel) ମିଳିଥିଲେ ହେଁ ଏହାର ଅଧା ଅର୍ଥ ଜୋଏଏ ମୋକୟରଙ୍କୁ ମିଳିବ। କାରଣ ସେ ଟେକ୍ନୋଲୋଜିକାଲ ପ୍ରକ୍ରିୟା ଦ୍ୱାରା ସନ୍ତୁଳିତ ଅଭିବୃଦ୍ଧିର ଆବଶ୍ୟକ ରାସ୍ତାକୁ ଚିହ୍ନଟ କରିଛନ୍ତି। ଅର୍ଥାତ ଅର୍ଥନୈତିକ ଅଭିବୃଦ୍ଧିର ବ୍ୟାଖ୍ୟା ପାଇଁ ଜୋଏଲ ମୋକିରଙ୍କୁ ନୋବେଲ୍‌ ମିଳିଛି।

Advertisment

ପୁରସ୍କାର ବାକି ଅଧା ଅର୍ଥ ଫିଲିପେ ଓ ପିଟର ପାଇବେ। ଉଭୟ କ୍ରିକେଟିଭ ଡେଷ୍ଟ୍ରକସନ ଦ୍ୱାରା ସନ୍ତୁଳିତ ଅଭିବୃଦ୍ଧିର ଥିୱରୀକୁ ସାମ୍ନାକୁ ଆଣିଥିଲେ। ସୃଜନଶୀଳତାରେ ନିରନ୍ତର ଅଭିବୃଦ୍ଧିର ତତ୍ତ୍ୱ ବାହାର କରିଥିଲେ ଏହି ଦୁଇ ଅର୍ଥନୀତିଜ୍ଞ।

ଜୋଏଲ ହେଉଛନ୍ତି ଜଣେ ହଲାଣ୍ଡ-ଇସ୍ରାଏଲ-ଆମେରିକା ଅର୍ଥନୀତିଜ୍ଞ। ଏବେ ସେ ଆମେରିକାର ନର୍ଥୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରେ କାମ କରୁଛନ୍ତି। ସେ ସବୁବେଳେ ଐତିହାସିକ ପ୍ରମାଣକୁ ବ୍ୟବହାର କରି ସମାଜ କେମିତି ସ୍ଥିର ଅର୍ଥନୀତିରୁ ନିଜସ୍ୱ ସନ୍ତୁଳିତ ଅର୍ଥନୀତିକ ଅଭିବୃଦ୍ଧିକୁ ଗତି କଲା, ତା’କୁ ବୁଝିବାକୁ ଚେଷ୍ଟା କରୁଛନ୍ତି।

ଫିଲିପେ ହେଉଛନ୍ତି କଲେଜ ଡେ ଫ୍ରାନ୍ସ ଓ ପିଟର ହୋୱିଟ୍ଟ ବ୍ରାଉନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ଅର୍ଥନୀତିକ ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାର ମିଳିଛି। 

ଅର୍ଥନୀତି ସହ ଚଳିତ ନୋବେଲ ସିଜିନ ଶେଷ ହୋଇଛି। ଗତ ସୋମବାର ଠାରୁ ନୋବେଲ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ଭେଷଜ, ତା’ପରେ ପଦାର୍ଥ, ବୁଧବାର ରସାୟନ, ଗୁରୁବାର ସାହିତ୍ୟ ଓ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା। ଆଜି ଅର୍ଥନୀତିରେ ନୋବେଲ(Nobel In Economics) ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି।

ଭେଷଜ, ପଦାର୍ଥ, ରସାୟନ ଓ ଅର୍ଥନୀତିରେ ୩ ଜଣ ଲେଖାଏ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଛି। ଚଳିତ ବର୍ଷ ସାହିତ୍ୟରେ ଲାସଜଲୋ କ୍ରାଜନାହୋରକାଇ ଓ ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଜିତିଛନ୍ତି। 

Nobel Panel Nobel In Economics Nobel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe