Advertisment

ସାହିତ୍ୟରେ ନୋବେଲ୍ ପାଇବେ ଜୋନ ଫୋସେ

ନରୱେର ଲେଖକ ଫୋସେଙ୍କୁ 2023 ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ମିଳିବ।

author-image
Debibandita Barick
ଅଦ୍ୟତନ ହୋଇଛି
Jon Fosse

Jon Fosse

ଘୋଷଣା ହେଲା ଚଳିତ ବର୍ଷର ସାହିତ୍ୟରେ ନୋବେଲ୍ ବିଜେତାଙ୍କ ନାମ। 2023 ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପାଇବେ ଜୋନ ଫୋସେ। ନୋବେଲ୍ ଏକାଡେମୀ ଆଜି ତାଙ୍କ ନାମ ଘୋଷଣା କରିଛି।

Advertisment

ନରୱେର ଲେଖକ ହେଉଛନ୍ତି ଜୋନ ଫୋସେ। ତାଙ୍କର ବହୁ ଅଭିନବ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍ ଦିଆଯାଇଛି। ଗତବର୍ଷ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ମିଳିଥିବା ନୋବେଲ୍। 

Advertisment

ଏହା ପୂର୍ବରୁ ଭେଷଜ, ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ କ୍ଷେତ୍ରେ ନୋବେଲ୍ ବିଜେତାଙ୍କ ନାମ ଘୋଷଣା ସରିଛି। ଭେଷଜରେ ଦୁଇ ଜଣ ବିଜ୍ଞାନୀ କାଟାଲିନ କାରିକୋ(Katalin Kariko) ଏବଂ ଡ୍ରିଉ ୱିଜମ୍ୟାନ(Drew Weissman)ଙ୍କ ନାମ ଘୋଷଣା ହୋଇଥିବା ବେଳେ ପଦାର୍ଥ ବିଜ୍ଞାନରେ ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ  କ୍ରାଉଜ(Ferenc Krausz), ଆନୀ ଏଲ'ହୁଇଲିଅର(Anne L’Huillier) ପାଇବେ ନୋବେଲ୍।

ସେହିପରି ମାଉଙ୍ଗି ଜି. ବାୱେନ୍ଦି(Moungi G. Bawendi), ଲୋଇସ୍ ଇ. ବ୍ରୁସ(Louis E. Brus) ଏବଂ ଆଲେକ୍ସି ଏଲ. ଏକିମୋଭ(Alexei I. Ekimov)ଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ମିଳିବ। ଅକ୍ଟୋବର 10ରେ ନୋବେଲ୍ ପୁରସ୍କାରର ଉଦ୍ଧାବକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ୍ ପୁରସ୍କାର ଦିଆଯାଏ। 

Nobel 2023 Nobel Literature Prize Nobel Prize In Literature Nobel Prize 2023 Nobel