Advertisment

ଏଣିକି କାଗଜ ଦେଖାଇ ପ୍ରମାଣ ଦେବାକୁ ପଡ଼ିବ!

ଯେଉଁମାନେ ଆଇନଗତ ଉପାୟରେ କାର୍ଯ୍ୟ କିମ୍ବା ଶିକ୍ଷାର୍ଥୀ ଭିସାରେ ରହୁଛନ୍ତି, ସେମାନଙ୍କୁ ମଧ୍ୟ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କାଗଜ ଦେଖାଇବାକୁ ହେବ।

USA

USA

Advertisment

ଆପଣଙ୍କ ପେପର ଦେଖାନ୍ତୁ! ଏପରି ଦାବି ଆମେରିକାରେ ବାସ୍ତବ ରୂପ ନେବାକୁ ଯାଉଛି। ଆମେରିକାରେ ରହୁଥିବା ବିଦେଶୀ ନାଗରିକଙ୍କୁ କାଗଜ ଦେଖାଇ ସେମାନଙ୍କ ପରିଚୟ ଓ ପଞ୍ଜିକରଣର ପ୍ରମାଣ ଦେବାକୁ ପଡ଼ିବ। ଯେଉଁମାନେ ଆଇନଗତ ଉପାୟରେ କାର୍ଯ୍ୟ କିମ୍ବା ଶିକ୍ଷାର୍ଥୀ ଭିସାରେ ରହୁଛନ୍ତି, ସେମାନଙ୍କୁ ମଧ୍ୟ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କାଗଜ ଦେଖାଇବାକୁ ହେବ।

Advertisment

ଆମେରିକା ଡିପାର୍ଟମେଣ୍ଟ ଅଫ ହୋମଲ୍ୟାଣ୍ଡ ସିକ୍ୟୁରିଟି(DHS) ଏନେଇ କଡ଼ା ନିର୍ଦ୍ଦେଶ ଜାରି କରିଛି। DHS କହିଛି ଯେ “୧୮ ବର୍ଷ କିମ୍ବା ତା’ର ଅଧିକ ବୟସ୍କ ସମସ୍ତ ଅଣ ନାଗରିକମାନେ ସର୍ବଦା ସେମାନଙ୍କ ପଞ୍ଜୀକରଣ ପ୍ରମାଣପତ୍ର ସାଙ୍ଗରେ ଧରି ଭ୍ରମଣ କରନ୍ତୁ। ପ୍ରଶାସନ ପକ୍ଷରୁ DHSକୁ କଡ଼ାକଡ଼ି ଭାବେ ବେଶ ପ୍ରାଥମିକତାର ସହ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହି ନିୟମରେ କୌଣସି ପ୍ରକାରର ଅବହେଳା କରାଯାଇ ପାରିବ ନାହିଁ।”

ଆମେରିକାର ଗୋଟିଏ ଜିଲ୍ଲା ଜଜ ନିକଟରେ ଟ୍ରମ୍ପଙ୍କ ନୂଆ ଇମିଗ୍ରେସନ ନିୟମକୁ ଲାଗୁ କରିବାକୁ ଅନୁମତି ଦେଇଥିଲେ। ଏହି ନିୟମ ଅନୁସାରେ, ଆମେରିକାରେ ରହୁଥିବା ପ୍ରବାସୀମାନଙ୍କୁ ସରକାରଙ୍କ ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ ଓ ସର୍ବଦା ପଞ୍ଜିକରଣ ସଂକ୍ରାନ୍ତ ଦସ୍ତାବିଜ ସାଙ୍ଗରେ ଧରି ବୁଲିବାକୁ ପଡ଼ିବ। ଶୁକ୍ରବାର ଠାରୁ ଏହା ଆମେରିକାରେ ଲାଗୁ ହୋଇଛି। ଏହି ପଞ୍ଜିକରଣ ପ୍ରକ୍ରିୟା ଦ୍ୱାରା ଆମେରିକାରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକମାନେ ପ୍ରଭାବିତ ହେବେ।

Advertisment

DHSର ତଥ୍ୟ କହୁଛି ଯେ ୨୦୨୨ ସୁଦ୍ଧା ଆମେରିକାରେ ବେଆଇନ ଭାରତୀୟଙ୍କ ସଂଖ୍ୟା ୨.୨୦ ଲକ୍ଷ ରହିଥିଲା। ତେବେ ଆଉ ଏକ ସଂସ୍ଥା କହିଛି ଯେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୭ ଲକ୍ଷରେ ପହଞ୍ଚି ଯାଇଛି। ତେଣୁ ପଞ୍ଜିକରଣ ପ୍ରକ୍ରିୟା ଦ୍ୱାରା ଭାରତୀୟମାନେ ପ୍ରଭାବିତ ହେବେ।

ଇମିଗ୍ରେସନ ଆଟର୍ଣ୍ଣି ପକ୍ଷରୁ କୁହାଯାଇଛି ଯେ ବୈଧ ଭିସା କିମ୍ବା ଗ୍ରୀନ କାର୍ଡ, ନିଯୁକ୍ତି ସଂକ୍ରାନ୍ତ ଦସ୍ତାବିଜ, ସୀମା ପାର କାର୍ଡ କିମ୍ବା ଆଇ-୯୪ ଆଡିମିସନ ରେକର୍ଡଧାରୀମାନେ ପୂର୍ବରୁ ହିଁ ପଞ୍ଜିକରଣ କରି ସାରିଛନ୍ତି। ତେଣୁ ସେମାନେ ନୂଆ ପଞ୍ଜିକରଣ ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହେବେ ନାହିଁ। କିନ୍ତୁ ଏଚ-୧ବି ଭିସା କିମ୍ବା ଶିକ୍ଷାର୍ଥୀ ଭିସାଧାରୀ ବିଦେଶୀମାନଙ୍କୁ ୨୪ ଘଣ୍ଟା ସେମାନଙ୍କ ପଞ୍ଜିକରଣ ଦସ୍ତାବିଜ ଧରି ବୁଲିବାକୁ ପଡ଼ିବ। ସେହିପରି ସେମାନଙ୍କ ପିଲାମାନଙ୍କୁ ପୁନଃ ପଞ୍ଜିକରଣ କରିବାକୁ ପଡ଼ିବ ଓ ୧୪ତମ ଜନ୍ମ ଦିନର ୩୦ ଦିନ ମଧ୍ୟରେ ଫିଙ୍ଗର ପ୍ରିଣ୍ଟ ଦାଖଲ କରିବାକୁ ହେବ। ସେମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ ହେଁ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ହେବ।

ଯଦି କେହି ବିଦେଶୀ ନାଗରିକ ବୈଧ କାଗଜପତ୍ର ସତ୍ତ୍ୱେ ସେମାନଙ୍କ ଠିକଣା ପରିବର୍ତ୍ତନ କରୁଛନ୍ତି, ତା’ହେଲେ ତାଙ୍କୁ ୧୦ ଦିନ ମଧ୍ୟରେ ପ୍ରାଧିକୃତ ଅଧିକାରୀଙ୍କୁ ଜଣାଇବାକୁ ପଡ଼ିବ। ଯଦି କେହି ଏହାକୁ ଉଲ୍ଲଙ୍ଘନ କରନ୍ତି, ତା’ହେଲେ ତାଙ୍କୁ ୫ ହଜାର ଡଲାର ଯାଏ ଫାଇନ କିମ୍ବା ୩୦ ଦିନରୁ ଅଧିକ ଜେଲଦଣ୍ଡ ମିଳିପାରେ।

DHSର ସଚିବ ଗୋଟିଏ ପ୍ରେସ ବିବୃତିରେ କହିଛନ୍ତି ଯେ ଆମେରିକାରେ ୩୦ରୁ ଅଧିକ ଦିନ ରହୁଥିବା ବିଦେଶୀ ନାଗରିକମାନେ ଏଲିଅନ ରେଜିଷ୍ଟ୍ରେସନ ଆକ୍ଟ ଅଧୀନରେ ପଞ୍ଜିକରଣ କରିବାକୁ ବାଧ୍ୟ। ଯଦି ସରକାରଙ୍କ ନିକଟରେ କେହି ପଞ୍ଜିକରଣ କରିବାରେ ବିଫଳ ହେଉଛନ୍ତି, ତା’ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ଏଥିପାଇଁ ଜୋରିମାନା ସହ ଜେଲଦଣ୍ଡ ମଧ୍ୟ ମିଳିପାରେ।

ରାଷ୍ଟ୍ରପତି ଟ୍ରମ୍ପ ଓ DHS ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଉଛି ଯେ ଯଦି କେହି ଆମେରିକାରେ ବେଆଇନ ଭାବେ ରହୁଛନ୍ତି, ତା’ହେଲେ ସେମାନେ ଏବେ ଚାଲି ଯାଆନ୍ତୁ। ଯଦି ଆପଣମାନେ ଏବେ ଚାଲି ଯିବେ, ତା’ହେଲେ ଆପଣମାନେ ଭବିଷ୍ୟତରେ ଆମେରିକା ପକ୍ଷରୁ ମିଳୁଥିବା ସ୍ୱାଧୀନତାର ସୁଯୋଗ ପାଇବେ ଓ ନିଜର ଆମେରିକା ସ୍ୱପ୍ନକୁ ପୂରଣ କରିପାରିବେ। ଟ୍ରମ୍ପ ପ୍ରଶାସନ ସମସ୍ତ ପ୍ରକାରର ଇମିଗ୍ରେସନ ଆଇନ କଡ଼ାକଡ଼ି ଭାବେ ପାଳନ କରିବ ବୋଲି DHS କହିଛି।

DHSର ନିୟମ

ଏପ୍ରିଲ ୧୧ ସୁଦ୍ଧା ଆମେରିକା ରହୁଥିବା ବିଦେଶୀ ନାଗରିକଙ୍କୁ ତୁରନ୍ତ ପଞ୍ଜିକରଣ କରିବାକୁ ପଡ଼ିବ। ଯେଉଁମାନେ ଏପ୍ରିଲ ୧୧ ପରେ ଆସୁଛନ୍ତି, ସେମାନଙ୍କୁ ଆମେରିକାରେ ପ୍ରବେଶ କରିବାର ୩୦ ଦିନ ମଧ୍ୟରେ ପଞ୍ଜିକରଣ କରିବାକୁ ହେବ। ଯେଉଁମାନଙ୍କୁ ପଞ୍ଜିକୃତ ବିଦେଶୀ ନାଗରିକର ମାନ୍ୟତା ମିଳିଛି, ସେମାନଙ୍କ ପିଲାମାନଙ୍କୁ ୧୪ ବର୍ଷ ହେବା ମାତ୍ର ପୁନଃ ପଞ୍ଜିକରଣ କରିବାକୁ ପଡ଼ିବ। ଆମେରିକାରେ ୩୦ରୁ ଅଧିକ ଦିନ ହେଲା ରହୁଥିବା ନାବାଳକ/ନାବାଳିକାଙ୍କ ପଞ୍ଜିକରଣ କରିବାକୁ DHS ସେମାନଙ୍କ ବାପା ମା’ଙ୍କୁ କହିଛି।

USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe