Advertisment

ଜେଲ୍‌ରୁ ବାହାରିଲେ ଜୁଲିଅନ ଆସାଞ୍ଜ, ୫ ବର୍ଷ ପରେ ମିଳିଲା ମୁକ୍ତି

୨୦୧୦ରେ ୱିକିଲିକ୍ସ ଆମେରିକା ସେନାର ହଜାର ହଜାର ଗୁପ୍ତ ଡକ୍ୟୁମେଣ୍ଟ ଲିକ୍ କରିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Julian Assange

Julian Assange

ଜେଲ୍‌ରୁ ବାହାରିଲେ ଜୁଲିଅନ୍‌ ଆସାଞ୍ଜ। ଓ୍ୱିକିଲିକ୍ସ ଓ୍ୱେବସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ଙ୍କୁ ୫ ବର୍ଷ ପରେ ମିଳିଲା ମୁକ୍ତି। ସୋମବାର ତଥା ଜୁନ୍‌ ୨୪ ତାରିଖରେ ବେଲମାର୍ସର ସର୍ବାଧିକ ସୁରକ୍ଷା କାରାଗାରରୁ ତାଙ୍କୁ ମୁକ୍ତ କରାଯାଇଛି। ଏନେଇ ଓ୍ୱିକିଲିକ୍ସ ସୋଶାଲ ମିଡିଆ ପୋଷ୍ଟ କରି ସୂଚନା ଦେଇଛି।

Advertisment

ସୂଚନା ମୁତାବକ, ଲଣ୍ଡନ ହାଇକୋର୍ଟରୁ ଆସାଞ୍ଜଙ୍କୁ ଜାମିନ ମିଳିଛି। ସୋମବାର ଅପରାହ୍ଣରେ ଷ୍ଟାନଷ୍ଟେଡ ବିମାନବନ୍ଦରରେ ତାଙ୍କୁ ଛାଡି ଦିଆଯାଇଥିଲା, ଯେଉଁଠାରୁ ସେ ଅଷ୍ଟ୍ରେଲିଆ ଅଭିମୁଖେ ଯାଇଛନ୍ତି।

ୱିକିଲିକ୍ସ କହିଛି ଯେ ଆମେରିକାର ଜାତୀୟ ତଥା ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁପ୍ତ ଡକ୍ୟୁମେଣ୍ଟ ଲିକ୍ ଅଭିଯୋଗରେ ୫୨ ବର୍ଷୀୟ ଆସାଞ୍ଜଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ ଆମେରିକା ସହ ଏକ ଡିଲ୍‌ ପରେ ଦୀର୍ଘ ୧୯୦୧ ଦିନ ପରେ ସେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆରେ ଥିବା ତାଙ୍କ ଘରକୁ ଫେରିବାକୁ ଅନୁମତି ମିଳିଛି।

Advertisment

ଆମେରିକାର ନ୍ୟାୟ ବିଭାଗ ସହିତ ଜୁଲିଅନ ଆସାଞ୍ଜ ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଆସାଞ୍ଜ ଆମେରିକାର ଗୋପନୀୟ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାକୁ ନେଇ ରାଜି ହୋଇଥିଲେ। ଏହି ଚୁକ୍ତି ଅନୁଯାୟୀ ଏବେ ତାଙ୍କୁ ମୁକ୍ତ କରାଯାଇଛି।

୨୦୧୦ରେ ଆଫଗାନିସ୍ତାନ ଏବଂ ଇରାକ ଯୁଦ୍ଧ ସମୟରେ ୱିକିଲିକ୍ସ ଆମେରିକା ସେନାର ହଜାର ହଜାର ଗୋପନୀୟ ତଥ୍ୟ ଲିକ୍ କରିଥିଲା। ଏହାପରେ ଆମେରିକା ସରକାର ଓ୍ୱିକିଲିକ୍ସର ଯାଞ୍ଚ ଆରମ୍ଭ କରିଥିଲା। କମ୍ପ୍ୟୁଟରର ଦୂରୁପଯୋଗ କରି ୧୫ ବର୍ଷ ପୂର୍ବେ ଆମେରିକାର କେତେକ ଗୋପନୀୟ ଦସ୍ତାବିଜ୍‌କୁ ଅସାଞ୍ଜ ତାଙ୍କ ଓ୍ୱେବ୍‌ସାଇଟ୍‌ରେ ପ୍ରଘଟ କରିବା ନେଇ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏହାପରେ ଆସାଞ୍ଜ ଲଣ୍ଡନସ୍ଥିତ ଇକ୍ୟୁଏଡର ଦୂତାବାସ ଶରଣରେ ୭ ବର୍ଷ ରହିବା ପରେ ୫ ବର୍ଷ ହେଲା ଲଣ୍ଡନର ହାଇସିକ୍ୟୁରିଟି ବେଲମାର୍ଶ କାରାଗାରରେ ଥିଲେ।

ଆସାଞ୍ଜଙ୍କ ପ୍ରତ୍ୟାର୍ପଣକୁ ନେଇ ସ୍ୱିଡେନ ଏବଂ ଆମେରିକା ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ଏହି ସମୟରେ, ୨୦୧୨ରେ ଆସାଞ୍ଜ ଲଣ୍ଡନରେ ଥିବା ଇକ୍ୟୁଏଡର ଦୂତାବାସରେ ଆଶ୍ରୟ ନେଇଥିଲେ। ସେ ୨୦୧୨ରୁ ୨୦୧୯ ଯାଏ ଲଣ୍ଡନରେ ଥିବା ଇକ୍ୟୁଏଡର ଦୂତାବାସରେ ଥିଲେ। ଏହି ସମୟରେ, ଦୂତାବାସର ଏକ କୋଠରୀରେ ସୀମିତ ଥିବା ଆସାଞ୍ଜଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ କରାଯାଇଥିଲା। ରୁମର କାନ୍ଥରେ ମଳ ଲଗାଇବା ଏବଂ ପପ୍ ଷ୍ଟାର୍ ଲେଡି ଗାଗାଙ୍କୁ ଦୂତାବାସରେ ଭେଟିବାର ଖବର ତାଙ୍କ ସମସ୍ୟା ବଢ଼ାଇ ଦେଇଥିଲା। 

ଇକ୍ୟୁଏଡର ସରକାର ଏଥିରେ ଖୁସି ନଥିଲେ। ଏହପରେ ଇକ୍ୟୁଏଡର୍ ତାଙ୍କଠାରୁ ରାଜନୈତିକ ସୁରକ୍ଷା ଛଡ଼ାଇ ନେଇଥିଲା। ସୁରକ୍ଷା ହଟିଯିବା ମାତ୍ରେ ବ୍ରିଟିଶ ପୁଲିସ ଦୂତାବାସରେ ପ୍ରବେଶ କରି ତାଙ୍କୁ ଘୋଷାରି ଆଣିଥିଲା। ଏହିପରି ଭାବରେ ତାଙ୍କୁ ବହୁ ବର୍ଷ ଧରି ନିର୍ଯାତନା ଦେବା ପରେ ଗିରଫ କରାଯାଇଥିଲା। ସେ ୨୦୧୯ରୁ  ଲଣ୍ଡନର ବେଲମର୍ଶ ଜେଲରେ ଥିଲେ। 

Britain Julian Assange WikiLeaks Founder US Military Document