ଆମେରିକା ରାଷ୍ଟ୍ରପତି ନିର୍ବାଚନ; କମଳା ହାରିସ ହେଲେ ଡେମୋକ୍ରାଟିକ୍ ପ୍ରାର୍ଥୀ

ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଲା ହାରିସ୍ । ଆଜି ଏନେଇ ନିଜେ ସୂଚନା ଦେଇଛନ୍ତି ଖୋଦ ଉପରାଷ୍ଟ୍ରପତି କମଲା ହାରିସ୍ ।

kamala harris

କମଳା ହାରିସ୍‌ ।

Niharika Rout
  • Published: Saturday, 27 July 2024
  • Updated: 27 July 2024, 08:58 AM IST

Sports

Latest News

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦୀର୍ଘ ଦିନ ଧରି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଲାଗି ରହିଥିବା ସସ୍‌ପେନ୍ସ ଉପରୁ ପରଦା ହଟିଛି। ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଲା ହାରିସ୍ । ଆଜି ଏନେଇ ନିଜେ ସୂଚନା ଦେଇଛନ୍ତି ଖୋଦ ଉପରାଷ୍ଟ୍ରପତି କମଲା ହାରିସ୍ ।

ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ୍ ହାଉସ ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ନିଜ ସମର୍ଥନ ଜଣାଇଥିଲେ । କମଲା ହାରିସ୍ ମଧ୍ୟ ଏଥିପାଇଁ ଜୋ ବାଇଡେନ୍ ଏବଂ ପାର୍ଟିକୁ କୃତଜ୍ଞତା ଜଣାଇଛନ୍ତି। ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ।

ଆଜି ସେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆବଶ୍ୟକ ଫର୍ମ ପୂରଣ କରିଥିବା କହିବା ସହ ଏଥର ଆମେରିକା ନିର୍ବାଚନ ଜିଣିବେ ବୋଲି ଆଶା ପ୍ରକାଶ କରିଛନ୍ତି । ପ୍ରତିଟି ଭୋଟ୍ ପାଇବା ପାଇଁ କଠିନ ପରିଶ୍ରମ କରିବେ । ନଭେମ୍ବରରେ ବିଜୟ ତାଙ୍କର ହିଁ ହେବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ୍ ।

Also Read

ବୟସାଧିକ କାରଣରୁ ୮୧ ବର୍ଷୀୟ ବାଇଡେନ ନିଜେ ରାଷ୍ଟ୍ରପତି ଦୌଡ଼ରୁ ବାହାରି ଯାଇଥିବା ବେଳେ ଏହି ପଦ ନିମନ୍ତେ ଉପରାଷ୍ଟ୍ରପତି କମଳା ହାରିସଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କମଳା ହାରିସ ହିଁ ସର୍ବୋତ୍ତମ ବୋଲି କହିଥିଲେ ବାଇଡେନ୍।

କମଳା ହାରିସ ଡେମୋକ୍ରାଟିକ୍‌ ପ୍ରାର୍ଥୀ ହେଲେ ତାଙ୍କୁ ବି ହରାଇବା ସହଜ ହେବ ବୋଲି କହିଛନ୍ତି ଆମେରିକାର ରିପବ୍ଲିକାନ ପ୍ରାର୍ଥୀ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ।

ପ୍ରଥମ ଭାରତୀୟ ମହିଳା ଓ ପ୍ରଥମେ ଅଶ୍ୱେତ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ପଦରେ ବସି ଇତିହାସ ରଚିଥିଲେ କମଳା ହାରିସ । ୨୦୨୦ ନଭେମ୍ବରରେ ହୋଇଥିବା ନିର୍ବାଚନରେ ଉପରାଷ୍ଟ୍ରପତି ପଦ ଜିତିବା ପରେ ୫୯ ବର୍ଷୀୟ କମଳା ହାରିସ କହିଥିଲେ, ସେ ଉପରାଷ୍ଟ୍ରପତି ପଦରେ ବସିଥିବା ପ୍ରଥମ ମହିଳା ହୋଇ ପାରନ୍ତି, ମାତ୍ର କେବେ ବି ଅନ୍ତିମ ହେବେନି । ଏବେ ସେ ରାଷ୍ଟ୍ରପତି ପଦ ପାଇଁ ମଇଦାନକୁ ଓହ୍ଲାଇଥିବା ବେଳେ ପୁଣି ଇରେ ଇତିହାସ ରଚି ପାରୁଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

ହାଭାର୍ଡ ବିଶ୍ୱବିଦ୍ୟାଳୟରେ ନିଜ ପାଠପଢ଼ା ସାରିବା ପରେ କମଳା ହାରିସ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ୨୦୦୩ ମସିହାରେ ସେ ସାନ ପ୍ରାନ୍ସିକୋରେ ସେ ଟପ୍‌ ପ୍ରସିକ୍ୟୁଟୋର ହୋଇ ପାରିଥିଲେ। ପ୍ରଥମ ମହିଳା ଭାବେ ୨୦୧୦ ମସିହାରେ ସେ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ପଦ ପାଇବାର ଗୌରବ ହାସଲ କରିଥିଲେ। ୨୦୧୪ ମସିହାରେ ସେ ନିଜ ସାଥୀ ଓକିଲ ଡଗଲସ୍‌ ଏମ୍ଫହାଁଫଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ଆମେରିକୀୟ ଓ ଆଫ୍ରିକୀୟ ପରମ୍ପରା ସମେତ ୟେହୁଦି ପରମ୍ପରାରେ ବି ସମ୍ପନ୍ନ ହୋଇଥିଲା।

ଆମେରିକାର ରାଷ୍ଟ୍ରପତି ପଦ ନିମନ୍ତେ କମଳା ହାରିସଙ୍କ ପ୍ରାର୍ଥିତ୍ୱକୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପତ୍ନୀ ମିଶେଲ ଓବାମା ସମର୍ଥନ କରିଛନ୍ତି। ଉଭୟ କମଳା ହାରିସଙ୍କୁ ଫୋନ୍‌ କରି ହାରିସଙ୍କୁ ସମର୍ଥନ ଜଣାଇ ଗର୍ବିତ ଅନୁଭବ କରୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story