Advertisment

ବଢ଼ୁଛି କମଲା ହାରିସ୍‌ଙ୍କ ସମର୍ଥନ, ପଛରେ ପଡ଼ିଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଦଳର ପ୍ରାର୍ଥତ୍ତ୍ୱ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ପ୍ରତି ସମର୍ଥନ ବଢ଼ି ଚାଲିଛି।

author-image
Madhupriya Mistry
kamala harris and trump

kamala harris and trump

ବଢ଼ୁଛି କମଲା ହାରିସଙ୍କ ସମର୍ଥନ। ଦିନକୁ ଦିନ ତାଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଦଳର ପ୍ରାର୍ଥତ୍ତ୍ୱ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ପ୍ରତି ସମର୍ଥନ ବଢ଼ି ଚାଲିଛି। ସେପଟେ ବହୁ ପଛରେ ପଡି ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ।

Advertisment

ବାଇଡେନ୍‌ ନିର୍ବାଚନ ଲଢ଼ିବେ ନାହିଁ ବୋଲି ରବିବାର ଘୋଷଣା କରିବା ସହ ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ସେହିପରି ପୂର୍ବତନ ହାଉସ ସ୍ପିକର ନାନ୍ସି ପେଲୋସି ମଧ୍ୟ ହାରିସଙ୍କୁ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ଯେଉଁଠି ଡୋମୋକ୍ରାଟମାନେ ବାଇଡେନଙ୍କୁ ଚାନ୍ଦା ଦେବାକୁ ମନା କରୁଥିଲେ ଏବେ କିନ୍ତୁ ହାରିସରଙ୍କ ପ୍ରଚାର ପାଇଁ ଆଗେଇ ଆସିଛନ୍ତି।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଜୋ ବାଇଡେନ୍‌ ହଟିବା ବର୍ତ୍ତମାନ ଉପରାଷ୍ଟ୍ରପତି କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି, ଯେଉଁଠାରେ ସେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟକ୍କର ଦେବେ।

Advertisment

କମଲା ହାରିସ୍ ବନାମ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଏହି ପ୍ରତିଯୋଗିତା ପରେ ଆମେରିକାର ସର୍ଭେ ଏଜେନ୍ସିମାନେ ନିର୍ବାଚନ ଫଳାଫଳକୁ ନେଇ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ନିର୍ବାଚନ ସର୍ଭେରେ ବର୍ତ୍ତମାନ ପର୍ଯ୍ୟନ୍ତ ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନ୍‌ଙ୍କ ଠାରୁ ଆଗରେ ଥିଲେ। ଏବେ କମଲା ହାରିସ ପ୍ରାର୍ଥୀ ହେବା ପରେ ଟ୍ରମ୍ପ ତାଙ୍କ ଠାରୁ ପଛରେ ପଡି ଯାଇଛନ୍ତି। ସର୍ଭେ ଅନୁଯାୟୀ ଟ୍ରମ୍ପଙ୍କ ପ୍ରତି ସମର୍ଥନ ୪୪%ରୁ ୪୨%କୁ ଖସି ଆସିଛି। ଯଦି ଏହି ଅବନତି ଅବ୍ୟାହତ ରୁହେ ତେବେ ଏହା ଟ୍ରମ୍ପଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ।

ସେପଟେ ରିପବ୍ଲିକାନ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କ ରନିଂ ମେଟ୍‌ ଓହିଓ ସିନେଟର ଜେ.ଡି. ଭାନ୍ସଙ୍କୁ ହରାଇବା ପାଇଁ ପ୍ରଚାରକୁ ଜୋର୍‌ଦାର କରିବା ନିମନ୍ତେ ଡେମୋକ୍ରାଟମାନେ ଅଣ୍ଟା ଭିଡିଛନ୍ତି। ହାରିସ ଇତିମଧ୍ୟରେ ପ୍ରଚାର ଆରମ୍ଭ କରିଦେଇଥିବାବେଳେ ତୃଣମୂଳ ସ୍ତରରୁ ଗୋଟିଏ ଦିନରେ ୪୯.୬ ନିୟୁତ ଡଲାର ଚାନ୍ଦା ସଂଗ୍ରହ କରିଥିବା କହିଛନ୍ତି।

ପୂର୍ବରୁ ଯେଉଁ ଡେମୋକ୍ରାଟ୍‌ମାନେ ବାଇଡେନଙ୍କୁ ଚାନ୍ଦା ଦେବା ବନ୍ଦ କରିଦେଇଥିଲେ, ସେମାନେ ସହାୟତାର ହାତ ବଢ଼ାଇଛନ୍ତି। ଆମେରିକାର ହଜାର ହଜାର ଅଣଶ୍ୱେତାଙ୍ଗ ମହିଳା ଅନ୍‌ଲାଇନରେ ଆଲୋଚନା କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହାରିସ୍‌ଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି।

ସୂଚନାଯୋଗ୍ୟ, ବୟସାଧିକ ଏବଂ ମତିଭ୍ରମ ଯୋଗୁ ବାଇଡେନ୍‌ ବାରମ୍ବାର ଭୁଲ୍‌ ମନ୍ତବ୍ୟ ଦେଉଥିବାରୁ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ୍‌ ତାଙ୍କୁ ସବୁବେଳେ ଟାର୍ଗେଟ କରୁଥିଲେ। ଶାସକ ଡେମୋକ୍ରାଟିକ୍‌ ପାର୍ଟିରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ବାଇଡେନ୍‌ଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ସେ ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଁଇ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ରବିବାର ଘୋଷଣା କରିଥିଲେ।

Donald Trump US Presidential Election 2024 Kamala Harris