Advertisment

ଟ୍ରମ୍ପଙ୍କ ପ୍ରଶ୍ନର ଜବାବ ଦେଲେ ହାରିସ, କହିଲେ- ମୋତେ ତାଙ୍କ ଟାଇପ୍‌ ଜଣା

କମଳା ହାରିସ କଳା ନା ଭାରତୀୟ ବୋଲି ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପ୍ରଶ୍ନ କରିଥିବା ବେଳେ ରୋଚକ ଢଙ୍ଗରେ ଏହାର ଜବାବ ରଖିଛନ୍ତି ଖୋଦ୍‌ ହାରିସ୍‌ ।

author-image
Niharika Rout
 donal-trump & kamala-harris

donal-trump & kamala-harris

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ପାର୍ଟି ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଗଲାଣି। କମଳା ହାରିସ କଳା ନା ଭାରତୀୟ ବୋଲି ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପ୍ରଶ୍ନ କରିଥିବା ବେଳେ ରୋଚକ ଢଙ୍ଗରେ ଏହାର ଜବାବ ରଖିଛନ୍ତି ଖୋଦ୍‌ ହାରିସ୍‌ ।

Advertisment

ହାରିସ୍‌ କହିଛନ୍ତି, ମୁଁ ଟ୍ରମ୍ପଙ୍କ ଟାଇପ୍‌ ଜାଣିଛି। କାରଣ ମୁଁ ମୋ ଜୀବନକାଳ ମଧ୍ୟରେ ଭିନ୍ନ ଭିନ୍ନ ପଦବୀରେ କାମ କରିଥିବା ବେଳେ ଭିନ୍ନ ଭିନ୍ନ ଦାୟିତ୍ୱ ତୁଲାଇଛି। ମୁଁ ତାଙ୍କ ପରି ଲୋକଙ୍କ ସହ ଡିଲ୍‌ କରି ସାରିଛି। ତେଣୁ ତାଙ୍କ ଟାଇପ୍‌ କ’ଣ ତାହା ମୋତେ ଭଲ ଭାବେ ଜଣା ।

ଏଥିସହ ସେ କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି ଉପରାଷ୍ଟ୍ରପତି ହେବା ପୂର୍ବରୁ ମୁଁ ସିନେଟର ଥିଲି। ତା’ ପୂର୍ବରୁ ଆଟର୍ଣ୍ଣି ଜେନେରାଲ ଓ ତା’ ପୂର୍ବରୁ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ରହିଥିଲି। ତାହା ପୂର୍ବରୁ ମୁଁ କୋର୍ଟ ରୁମ୍‌ ପ୍ରସିକ୍ୟୁଟର ଭାବେ ମଧ୍ୟ କାମ କରି ସାରିଛି। ତେଣୁ ଏତେ ସବୁ ଦାୟିତ୍ୱ ତୁଲାଇବା ଭିତରେ ମୁଁ ବହୁ ପ୍ରକାର ଅପରାଧିଙ୍କ ସାମନା କରିଛି। ସେଥି ମଧ୍ୟରେ ଏପରି ଅପରାଧି ବି ଅଛନ୍ତି, ଯେଉଁମାନେ ମହିଳାଙ୍କ ଶୋଷଣ କରିଛନ୍ତି, ଲୋକଙ୍କୁ ଠକିଛନ୍ତି । ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ନିଜ ସୁବିଧା ପାଇଁ ନିୟମକୁ ଭାଙ୍ଗିବାକୁ ପଛାଉ ନାହାନ୍ତି।

Advertisment

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରଦାର ପ୍ରତିଯୋଗିତା ଚାଲିଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଟ୍ରମ୍ପ କହିଥିଲେ କହିଛନ୍ତି, କମଳା ହାରିସ ପୂର୍ବରୁ ସଂପୂର୍ଣ୍ଣ ଭାରତୀୟ ଥିଲେ । କାରଣ ସର୍ବଦା ସେ ଭାରତୀୟ ଐତିହ୍ୟକୁ ପ୍ରୋତ୍ସାହିତ କରୁଥିଲେ।

ବର୍ତ୍ତମାନ କିନ୍ତୁ ସେ କଳା ବୋଲି ପରିଚିତ ହେବାକୁ ଚାହୁଁଛନ୍ତି। ତେଣୁ ମୁଁ ଜାଣେ ନାହିଁ ସେ ଭାରତୀୟ ନା କଳା? କାରଣ ସେ ସଂପୂର୍ଣ୍ଣ ଭାରତୀୟ ଥିଲେ ଏବଂ ହଠାତ୍ ସେ ଏକ ମୋଡ଼ରେ କଳା ହୋଇଗଲେ। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ଅପମାନଜନକ ବୋଲି କହିଛି ହ୍ୱାଇଟ୍ ହାଉସ।

ଆସନ୍ତା ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶଭୋବ କମଲା ହାରିସ। ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ନିଜ ସମର୍ଥନ ଜଣାଇଥିଲେ। ଏହି ପଦ ନିମନ୍ତେ ତାଙ୍କ ଲଢ଼େଇ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କ ସହ ହେଉଛି।

USA Donald Trump USA Election Kamala Harris