Advertisment

କମଲା ହାରିସ୍‌ ହେଲେ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ

ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ଟକ୍କର ଦେବେ କମଲା ହାରିସ। ନଭେମ୍ବର ୫ରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ।

Kamala Harris

Kamala Harris

Advertisment

ଇତିହାସ ରଚିଲେ କମଲା ହାରିସ। ଶାସକ ଡେମୋକ୍ରାଟିକ୍ ପାର୍ଟି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେ ଏବେ ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ଟକ୍କର ଦେବେ।

Advertisment

ଶୁକ୍ରବାର ଦିନ ଡେମୋକ୍ରାଟିକ୍ ନ୍ୟାସନାଲ କନକ୍ଲେଭରେ କମ୍‌ଲା ହାରିସଙ୍କ ନାଁ ବହୁମତ ସହ ଅନୁମୋଦନ ହୋଇଛି। ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ଅଧିକାରୀମାନେ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ସେ ଆସନ୍ତା ସପ୍ତାହରେ ନିଜ ନାମାଙ୍କନ ଦାଖଲ କରିବେ। 

୫ ଦିନ ଧରି ଚାଲିଥିବା ଇଲେକ୍ଟ୍ରୋନିକ୍‌ ମତଦାନ ପ୍ରକ୍ରିୟାରେ ପ୍ରାୟ ୪ ହଜାର ଡେମୋକ୍ରାଟିକ୍‌ କନ୍‌ଭେନ୍‌ଶନ ପ୍ରତିନିଧି ଭୋଟ ଦେଇଥିଲେ। କମ୍‌ଲା ହାରିସ୍‌ ଜଣେ ମାତ୍ର ପ୍ରାର୍ଥୀ ଥିଲେ। ଫଳରେ ସେ ନିର୍ବିରୋଧ ଭାବେ ଶାସକ ଦଳରୁ ପ୍ରାର୍ଥୀ ହୋଇଛନ୍ତି।

Advertisment

ରାଷ୍ଟ୍ରପତି ପ୍ରାର୍ଥୀ ହେବାର ସଫଳତା ପାଇବା ସହ କମ୍‌ଲା ହାରିସ ଇତିହାସ ରଚିଛନ୍ତି। ସେ ହେଉଛନ୍ତି ଭାରତୀୟ-ଆଫ୍ରିକୀୟ ବଂଶୋଦ୍ଭବର ପ୍ରଥମ ମହିଳା ଯିଏକି ରାଷ୍ଟ୍ରପତି ପଦ ପାଇଁ ମନୋନୀତ ହୋଇଛନ୍ତି। ନଭେମ୍ବରରେ ଆମେରିକାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​କମଲା ହାରିସ୍ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ।

ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ୫୯ ବର୍ଷୀୟା ହାରିସ୍‌ ଖୁସିବ୍ୟକ୍ତ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି।

ପ୍ରକାଶ ଯେ, ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଶାରୀରିକ ଅକ୍ଷମତା ଓ ମତିଭ୍ରମ ପାଇଁ ଜୁଲାଇ ୨୧ରେ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱରୁ ଓହରିଯାଇଥିଲେ। ଏଥିସହ ସେ ହାରିସ୍‌ଙ୍କୁ ସିମର୍ଥନ ଜଣାଇଥିଲେ।

Donald Trump America President Election Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe