Advertisment

ମଧ୍ୟପ୍ରାଚ୍ୟରେ ଏକ ବିପଜ୍ଜନକ ସ୍ଥିତି ତିଆରି କରିଛି ଇରାନ: କମଲା ହାରିସ

ଇସ୍ରାଏଲ ଉପରେ ଆକ୍ରମଣ ପରେ ଇରାନ୍‌ ଉପରେ ବର୍ଷିଛନ୍ତି ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ।

Kamala Harris

Kamala Harris

Advertisment

ମଧ୍ୟପ୍ରାଚ୍ୟାରେ ଘନେଇବାରେ ଲାଗିଛି ଯୁଦ୍ଧ ଆଶଙ୍କା। ଇସ୍ରାଏଲ ଉପରେ ତୁହାକୁ ତୁହା ମିସାଇଲ ମାଡ କରିଛି ଇରାନ୍‌। ଏହାକୁ ନେଇ ଏବେ ଇରାନ୍‌ ଉପରେ ବର୍ଷିଛନ୍ତି ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ। ସେ କହିଛନ୍ତି ଯେ ଇରାନ ମଧ୍ୟପ୍ରାଚ୍ୟରେ ଏକ ବିପଜ୍ଜନକ ସ୍ଥିତି ତିଆରି କରିଛି। କିନ୍ତୁ ଇସ୍ରାଏଲର ସୁରକ୍ଷା ପାଇଁ ୱାଶିଂଟନ ପ୍ରତିଶ୍ରୁତିବଦ୍ଧ।

Advertisment

ଲେବାନନରେ ଇସ୍ରାଏଲ ଆକ୍ରମଣ କରୁଛି। ଏହାରି ଭିତରେ କିନ୍ତୁ ଲେବାନନର ସହଯୋଗୀ ଦେଶ ତଥା ବନ୍ଧୁ ରାଷ୍ଟ୍ର ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଇସ୍ରାଏଲକୁ କଡ଼ା ଜବାବ ଦେଇଛି। ଆଉ ଆକ୍ରମଣ କରିବାର କିଛି ଘଣ୍ଟା ପରେ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଇସ୍ରାଏଲରେ କେହି ମୃତାହତ ହୋଇନଥିବା ବେଳେ ୱାଶିଂଟନ ଇରାନ ଆକ୍ରମଣକୁ ପ୍ରଭାବହୀନ ବୋଲି କହିଛି। 

କମଲା ହାରିସ କହିଛନ୍ତି, 'ମୁଁ ସ୍ପଷ୍ଟ ଭାବେ କହିପାରିବି ଯେ ଇରାନ ମଧ୍ୟପ୍ରାଚ୍ୟରେ ଏକ ଅସ୍ଥିର ଏବଂ ବିପଜ୍ଜନକ ଶକ୍ତି। ଇରାନ ଓ ଏହାର ସମର୍ଥିତ ଆତଙ୍କବାଦୀ ମିଲିସିଆ ବିରୋଧରେ ନିଜକୁ ରକ୍ଷା କରିବାପାଇଁ ଇସ୍ରାଏଲର ସାମର୍ଥ୍ୟ ରହିଛି।'

Advertisment

ସେ ଆହୁରି କହିଛନ୍ତି, 'ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଇରାନର କ୍ଷେପଣାସ୍ତ୍ରକୁ ଖସାଇବା ପାଇଁ ଆମେରିକୀୟ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏହି ନିର୍ଦ୍ଦେଶକୁ ସେ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି। ପ୍ରାରମ୍ଭିକ ସଙ୍କେତ ହେଉଛି ଯେ ଇସ୍ରାଏଲ ଆମ ସହାୟତାରେ ଏହି ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଛି। ଇରାନର ଆକ୍ରମଣାତ୍ମକ ଆଚରଣକୁ ରୋକିବା ପାଇଁ ୱାଶିଂଟନ ତା'ର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି କାମ କରିବ।'

ଗତ କିଛି ଦିନ ମଧ୍ୟରେ ଇସ୍ରାଏଲ ଲେବାନନରେ ନିଜର ସାମରିକ ଅଭିଯାନକୁ ଜୋରଦାର କରିଛି। ଯେଉଁଥିରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। 

Iran Attack On Israel Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe