Advertisment

ଗ୍ୟାସ୍‌ କମ୍ପାନୀରେ ଭୟଙ୍କର ବିସ୍ଫୋରଣ; ୨ ମୃତ, ୧୬୫ ଗୁରୁତର

ହଠାତ୍‌ କମ୍ପାନୀରେ ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କମ୍ପାନୀ କାର୍ଯ୍ୟାଳୟର ଛାତ ଉଡ଼ିଯିବା ସହ କାନ୍ଥ ଦୋହଲି ଯାଇଛି।

author-image
Niharika Rout
Blast

Blast

ଗତକାଲି ମଧ୍ୟ ରାତିରେ କେନିଆର ଏକ ଗ୍ୟାସ୍‌ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬୫ ଜଣ ଗୁରୁତର ହୋଇଛନ୍ତି।

Advertisment

ଗତକାଲି ମଧ୍ୟ ରାତିରେ କେନିଆର ନାଇରୋବିରେ ଥିବା ଏକ ଗ୍ୟାସ୍‌ କମ୍ପାନୀରେ  କାମ ଚାଲିଥିବା ବେଳେ ବହୁ ସଂଖ୍ୟାରେ ଶ୍ରମିକ ଉପସ୍ଥିତ ଥିଲେ। ଉକ୍ତ ସମୟରେ ହଠାତ୍‌ କମ୍ପାନୀରେ ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କମ୍ପାନୀ କାର୍ଯ୍ୟାଳୟର ଛାତ ଉଡ଼ିଯିବା ସହ କାନ୍ଥ ଦୋହଲି ଯାଇଛି। ଏଥିସହ କମ୍ପାନୀରେ ଆଖି ପିଛୁଳାକେ ନିଆଁ ଲାଗି ଯାଇଥିଲା।

ଏହି ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ ୧୬୫ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

Advertisment

ତୁରନ୍ତ ନିଆଁକୁ ଆୟତ୍ତ କରାଯିବା ପରେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। କାହିଁକି ଏପରି ବିସ୍ଫୋରଣ ହେଲା ତାହାର ତଦନ୍ତ କରୁଛି ପୁଲିସ୍‌ ।

Fire Accident Fire Mishap