/odisha-reporter/media/post_attachments/uploadimage/library/16_9/16_9_0/IMAGE_1719458990.jpg)
kenya protest
ଶେଷରେ ନଇଁଲେ ସରକାର। ଟିକସ ବୃଦ୍ଧି ବିଲ୍କୁ ନେଇ ଜୋରଦାର ବିକ୍ଷୋଭ ଓ ହିଂସାକାଣ୍ଡ ପରେ କେନିୟା ସରକାର ନଇଁଛନ୍ତି। ଏହି ବିଲ୍କୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛନ୍ତି।
କେନିୟାରେ ସରକାର ଅଧିକ ଟ୍ୟାକ୍ସ ସଂଗ୍ରହ ପାଇଁ ନୂଆ ଟିକସ ବୃଦ୍ଧି ବିଲ୍ ଲାଗୁ କରିଥିଲେ। ତେବେ ଲୋକେ ଏହାକୁ ଜୋରଦାର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ଥିଲେ। ଏପରିକି ବିକ୍ଷୋଭକାରୀମାନେ ସଂସଦ ଗୃହରେ ପଶି ନିଆଁ ଲଗାଇ ଦେଇଥିଲେ। ଏହାପରେ ପୁଲିସ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲା। ଏଥିରେ ୨୨ ଜଣଙ୍କ ମୃତ୍ୟୁ ହେବା ପରେ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେଇଥିଲା। ଏହାକୁ ନେଇ ଏବେ କେନିଆ ସରକାର ଜନସାଧାରଣଙ୍କ ନିକଟରେ ନଇଁଛନ୍ତି। ଟିକସ ବୃଦ୍ଧି ବିଲ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଓ୍ୱିଲିୟମ ରୁଟୋ।
କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ କହିଛନ୍ତି ଯେ ତୀବ୍ର ବିରୋଧ ପରେ ସେ ଏହି ବିବାଦୀୟ ଟିକସ ବୃଦ୍ଧି ବିଲ୍କୁ ପ୍ରତ୍ୟାହାର କରୁଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରି ସେ କହିଛନ୍ତି ଯେ 'ଏହା ସ୍ପଷ୍ଟ ଯେ କେନିୟାବାସୀ ଏହି ବିଲ୍ ଆଗତ ହେଉ ବୋଲି ଚାହୁଁନାହାଁନ୍ତି। ସେମାନେ ଏହାକୁ ଗ୍ରହଣ କରନ୍ତି ନାହିଁ। ମୁଁ ତାଙ୍କ ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇ ତାଙ୍କ ନିଷ୍ପତ୍ତି ଗ୍ରହଣ କରୁଛି।'
Kenyan President withdraws 'controversial' finance bill after deadly protests
Read @ANI Story | https://t.co/B9hpExDkJ4#KenyaProtests#FinanceBill#WilliamRutopic.twitter.com/onSXLSBqja
— ANI Digital (@ani_digital) June 26, 2024
କେନିଆ ଜାତୀୟ ମାନବାଧିକାର ଆୟୋଗ ଅନୁଯାୟୀ ଟିକସ ଆଇନ ବିରୋଧରେ ହୋଇଥିବା ବିକ୍ଷୋଭରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ରାଷ୍ଟ୍ରପତି ରୁଟୋ କହିଛନ୍ତି ଯେ ସେ ବର୍ତ୍ତମାନ ଯୁବକମାନଙ୍କ ସହ କଥା ହେବେ ଏବଂ ଦେଶ ପାଇଁ ଏଭଳି ଆଇନ କେତେ ମହତ୍ୱପୂର୍ଣ୍ଣ ତାହା ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବେ।
ଯେତେବେଳେ ଆଇନ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହେଲା, ରାଷ୍ଟ୍ରପତି ରୁଟୋ ପ୍ରଥମେ ଏହାକୁ ବଳପୂର୍ବକ ଦମନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିକ୍ଷୋଭକାରୀମାନେ ସଂସଦରେ ପ୍ରବେଶ କରି ନିଆଁ ଲଗାଇ ଦେଇଥିଲେ। ଏହାପରେ ସରକାର ନଇଁବାକୁ ବାଧ୍ୟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
