Advertisment

ଲେବାନନ ପେଜର୍ ବିସ୍ଫୋରଣରେ କେରଳ ଲିଙ୍କ୍!

କେରଳ ୱାୟନାଡର ଜଣେ ଯୁବକ ଲେବାନନରେ ହୋଇଥିବା ପେଜର ବିସ୍ଫୋରଣରେ ଜଡିତ ଥିବା କୁହାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Rinson Jose

Rinson Jose

ଲେବାନନରେ ପେଜର୍ ବିସ୍ଫୋରଣ ଘଟଣାରେ ଜଣେ ପ୍ରବାସୀ ଭାରତୀୟଙ୍କ ନାଁ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡିଛି ଯେ, ନରୱେରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ଲେବାନନରେ ହୋଇଥିବା ପେଜର ବିସ୍ଫୋରଣରେ ଜଡିତ ଅଛନ୍ତି। ତାଙ୍କ ଘର କେରଳ ୱାୟନାଡରେ। 

Advertisment

ଖବର ଅନୁସାରେ, ନିକଟରେ ଲେବାନରରେ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ। ଏଥିରେ ବୁଲଗେରିଆରେ ରହୁଥିବା ୱାୟନାଡର ୩୭ ବର୍ଷୀୟ ଯୁବକ ରିନ୍ସନ୍ ଜୋସେଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି। ତାଙ୍କ ମାଲିକାନାରେ ଥିବା ଏକ କମ୍ପାନୀ ଇସ୍ରାଏଲକୁ ପେଜର୍ ଯୋଗାଇବାରେ ଜଡିତ ଥିବା କୁହାଯାଉଛି। 

ସେପ୍ଟେମ୍ବର ୧୭ ସନ୍ଧ୍ୟାରେ ଲେବାନନରେ, ପେଜର୍ ବିସ୍ଫୋରଣ ହୋଇଥିଲା। ଲୋକଙ୍କ ପକେଟରେ ଥିବା ଗୋଟିଏ ପରେ ଗୋଟିଏ ପେଜର୍ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ହେଜବୁଲ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଥିଲା। ବର୍ତ୍ତମାନ ବୁଲଗେରିଆରେ ରହୁଥିବା ଭାରତର ଯୁବକ ରିନ୍ସନ ଜୋସେଙ୍କ ମାଲିକାନାରେ ଥିବା କମ୍ପାନୀ ଇସ୍ରାଏଲକୁ ପେଜର୍ ଯୋଗାଇଥିବା ଅଭିଯୋଗ ହୋଇଛି।

Advertisment

ଉଲ୍ଲେଖ ଯୋଗ୍ୟ ଯେ, ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ। ମେସେଜ୍ ସେଣ୍ଡ ଏବଂ ରିସିଭ୍ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ। ମୋବାଇଲର ଉଦ୍ଭାବନ ପୂର୍ବରୁ ଏହାର ବହୁଳ ବ୍ୟବହାର ହେଉଥିଲା।

୧୯୯୦ ଦଶକରେ ବେଶ୍ ଲୋକପ୍ରିୟ ଥିଲା ପେଜର୍। ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ। ଏହି ପେଜରକୁ ହ୍ୟାକ୍ କରି ଲେବାନନରେ ବିସ୍ଫୋରଣ କରାଯାଇଥିଲା। ସେପ୍ଟେମ୍ବର ୧୭ ସନ୍ଧ୍ୟାରେ ଲୋକଙ୍କ ପକେଟରେ ଥିବା ପେଜର୍ ବିସ୍ଫୋରଣ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଜୋସେ କିଛି ବର୍ଷ ପୂର୍ବେ ଉଚ୍ଚଶିକ୍ଷା ପାଇଁ ନରୱେ ଯାଇଥିଲେ। ସେ ମଧ୍ୟ କିଛି ଦିନ ଲଣ୍ଡନରେ କାମ କରିଥିଲେ। ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ ଅନୁସାରେ, ସେ ପ୍ରାୟ ପାଞ୍ଚ ବର୍ଷ ଧରି ନରୱେ ପ୍ରେସ୍ ଗ୍ରୁପ୍ ଡିଏନ୍ ମିଡିଆର ଡିଜିଟାଲ୍ କଷ୍ଟମର ସପୋର୍ଟ ପାଇଁ କାମ କରିଥିଲେ। ଡିଏନ୍ ମିଡିଆ କହିଛି ଯେ, ଜୋସେ ମଙ୍ଗଳବାରଠାରୁ ବିଦେଶ ଗସ୍ତରେ ଅଛନ୍ତି, ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ।

ସେପଟେ ଓସଲାରେ ରହୁଥିବା ଜୋସେଙ୍କ ସ୍ତ୍ରୀ ଏବଂ ଭାଇ କହିଛନ୍ତି, "ଆମେ ପ୍ରତିଦିନ ଫୋନରେ କଥା ହେଉ। ତଥାପି ଗତ ତିନି ଦିନ ହେବ କୌଣସି ଯୋଗାଯୋଗ ହୋଇ ପାରିନାହିଁ। ସେ କେବେ କୌଣସି ଭୁଲ୍ କାମରେ ଜଡ଼ିତ ନଥିବେ, ହୁଏତ ତାଙ୍କୁ ଫସାଇ ଦିଆଯାଇ ଥାଇପାରେ।" 

Pager Blasts Case Lebanon Pager Blast