Advertisment

ପାକିସ୍ତାନ-ସାଉଦି ମଧ୍ୟରେ ପ୍ରତିରକ୍ଷା ଚୁକ୍ତି: ଚର୍ଚ୍ଚାରେ ପ୍ରମୁଖ କ୍ଲଜ

ଯେକୌଣସି ଗୋଟିଏ ଦେଶ ବିରୋଧରେ ଉତ୍ତେଜନାକୁ ଉଭୟ ଦେଶ ବିରୋଧରେ ଉତ୍ତେଜନା ଭାବେ ବିବେଚନା କରାଯିବ। ଅର୍ଥାତ ପାକିସ୍ତାନ ସହ ଯଦି କୌଣସି ଦେଶର ତିକ୍ତତା ସୃଷ୍ଟି ହେବ, ତା’ହେଲେ ଏହାକୁ ସାଉଦି ସହ ତିକ୍ତତା ଭାବେ ଗଣତି କରାଯିବ।

Saudi

Saudi

Advertisment

ସାଉଦି ଆରବ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଗୋଟିଏ ପ୍ରତିରକ୍ଷା ଚୁକ୍ତି କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସାଉଦିର ରିୟାଦ ଗସ୍ତରେ ଯାଇଥିବା ବେଳେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। କିନ୍ତୁ ଏହି ଚୁକ୍ତିରେ ଥିବା ଗୋଟିଏ ପ୍ରମୁଖ କ୍ଲଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଏଥିରେ କୁହାଯାଇଛି, ଯେକୌଣସି ଗୋଟିଏ ଦେଶ ବିରୋଧରେ ଉତ୍ତେଜନାକୁ ଉଭୟ ଦେଶ ବିରୋଧରେ ଉତ୍ତେଜନା ଭାବେ ବିବେଚନା କରାଯିବ। ଅର୍ଥାତ ପାକିସ୍ତାନ ସହ ଯଦି କୌଣସି ଦେଶର ତିକ୍ତତା ସୃଷ୍ଟି ହେବ, ତା’ହେଲେ ଏହାକୁ ସାଉଦି ସହ ତିକ୍ତତା ଭାବେ ଗଣତି କରାଯିବ। ଚୁକ୍ତିରେ ଥିବା ଏହି କ୍ଲଜକୁ ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ବେଶ ଗୁରୁତ୍ୱର ସହ ନେଇଛନ୍ତି।

ପାକିସ୍ତାନ ଓ ସାଉଦି ମଧ୍ୟରେ ହୋଇଥିବା ଚୁକ୍ତି ସଂକ୍ରାନ୍ତରେ ଭାରତ ପକ୍ଷରୁ ବେଶ ମାପିଚୁପି ବୟାନ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଜାରି ରହିଥିବା ବୁଝାମଣା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଭାରତ ସରକାର କହିଛନ୍ତି।

Advertisment

ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ରଣନୀତିଗତ ଆପୋସ ପ୍ରତିରକ୍ଷା ଚୁକ୍ତି ସମ୍ପର୍କିତ ରିପୋର୍ଟ ଆମେ ପାଇଛୁ। ସରକାର ଭଲ ଭାବେ ଏ ବିଷୟରେ ଅବଗତ ରହିଛନ୍ତି। ଦୀର୍ଘ ସମୟ ଧରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ବୁଝାମଣାର ପ୍ରତିଫଳ ହେଉଛି ଏହି ଚୁକ୍ତି। ଆମର ଜାତୀୟ ସୁରକ୍ଷା ସହ ଆଞ୍ଚଳିକ ଓ ବିଶ୍ୱ ସ୍ଥିରତା ଉପରେ ଏହାର ପ୍ରଭାବ କ’ଣ ପଡ଼ିବ, ତା’କୁ ଭଲ ଭାବେ ସମୀକ୍ଷା କରିବୁ। ସରକାର ଦେଶର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।”

ସାଉଦି ଓ ପାକିସ୍ତାନ ପକ୍ଷରୁ ଜାରି ମିଳିତ ବିବୃତିରେ କୁହାଯାଇଛି ଯେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣକ୍ରମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ରିୟାଦ ଗସ୍ତରେ ଆସିଥିଲେ। ସାଉଦି ପ୍ରିନ୍ସ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଅଲ-ୟାମାମା ପ୍ୟାଲେସରେ ଭଟିଛନ୍ତି। ଦୁଇ ପକ୍ଷ ପରସ୍ପର ମଧ୍ୟରେ ଥିବା ଐତିହାସିକ ଓ ରଣନୀତିଗତ ସମ୍ପର୍କର ସମୀକ୍ଷା କରିଛନ୍ତି। ଏଥିସହ ଉଭୟ ଦେଶର ସ୍ୱାର୍ଥ ସହ ଜଡ଼ିତ ଏକାଧିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି।

ଆପୋସ ପ୍ରତିରକ୍ଷା ଚୁକ୍ତି ଦୁଇ ଦେଶ ମଧ୍ୟରେ ପ୍ରାୟ ୮ ଦଶନ୍ଧି ଧରି ରହିଥିବା ଐତିହାସିକ ସହଭାଗିତା ଉପରେ ପ୍ରସ୍ତୁତ ହୋଇଛି। ଏହି ବୁଝାମଣା ଭାଇଚାରା ଓ ଇସଲାମିକ ଏକତା ଉପରେ ଆଧାରିତ। ନିଜର ସୁରକ୍ଷାକୁ ସୁଦୃଢ଼ କରିବା ସହ ବିଶ୍ୱର ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଦେଶ ରଖିଥିବା ପ୍ରତିବଦ୍ଧତାକୁ ଏହି ଚୁକ୍ତି ଦର୍ଶାଉଛି। ଯେକୌଣସି ଆକ୍ରମଣ ବା ଉତ୍ତେଜନାକୁ ଦୁଇ ଦେଶ ମିଳିତ ଭାବେ ମୁକାବିଲା କରିବେ। ଯେକୌଣସି ଗୋଟିଏ ଦେଶ ବିରୋଧରେ ଉତ୍ତେଜନାକୁ ଦୁଇ ଦେଶ ବିରୋଧରେ ଉତ୍ତେଜନା ଭାବେ ବିବେଚନା କରାଯିବ ବୋଲି ମିଳିତ ବିବୃତିରେ କୁହାଯାଇଛି।

ମିଟିଂ ବେଳର ଗୋଟିଏ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପାକିସ୍ତାନ ଆର୍ମି ମୁଖ୍ୟ ତଥା ଫିଲ୍ଡ ମାର୍ଶଲ ଅସିମ ମୁନିର, ଶରିଫ ଓ ସାଉଦି ପ୍ରିନ୍ସ ରହିଛନ୍ତି।

Pakistan Saudi Arabia Saudi Arab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe