/odisha-reporter/media/post_attachments/uploadimage/library/16_9/16_9_0/IMAGE_1701069167.jpg)
Khalistanis heckle Indian ambassador
ଆମେରିକାର ଏକ ଗୁରୁଦ୍ୱାରାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର। ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁଙ୍କୁ ଘେରିଲେ ଖଲିସ୍ତାନୀ ସମର୍ଥକ। ନାରାବାଜି କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଭାରତ ବିରୋଧରେ କ୍ରମାଗତ ଭାବେ ବିବୃତ୍ତି ଦେଉଥିବା ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁ ତାଙ୍କ ସମର୍ଥକଙ୍କ ମାଧ୍ୟମରେ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ନ୍ୟୁୟର୍କ ସ୍ଥିତ ଏକ ଗୁରୁଦ୍ୱାରାକୁ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁ ଯାଇଥିଲେ। ତେବେ ଏଠାରେ ପୂର୍ବରୁ ଉପସ୍ଥିତ ଥିବା ଖଲିସ୍ତାନୀ ସମର୍ଥକମାନେ ତାଙ୍କୁ ଠେଳାପେଲା କରିବାକୁ ଚେଷ୍ଟା କରିଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ହାର୍ଦ୍ଦିକ ସିଂହ ନିଜାରଙ୍କୁ ହତ୍ୟା କରିବା ପରେ ବର୍ତ୍ତମାନ ଗୁରୁପତବନ୍ତ ସିଂହ ପନ୍ନୁଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଥିବା ଖଲିସ୍ତାନୀମାନେ କହୁଥିବା ଶୁଣିବାକୁ ମିଳିଛି।
ନ୍ୟୁୟର୍କରେ ଭାରତୀୟ ହାଇ କମିଶନରଙ୍କ ସହ ହୋଇଥିବା ଅସଦାଚରଣ ଖାଲିସ୍ତାନୀ ସମର୍ଥକଙ୍କ ପାଇଁ କିଛି ନୂଆ ନୁହେଁ। ଏହାପୂର୍ବରୁ ଚଳିତ ବର୍ଷ ସେପ୍ଟେମ୍ବରରେ ଖଲିସ୍ତାନୀ ସମର୍ଥକମାନେ ବ୍ରିଟେନରେ ଏକ ସମାନ ଧରଣର ଘଟଣା ଘଟାଇଥିଲେ। ବ୍ରିଟେନରେ ନିଯୁକ୍ତ ହୋଇଥିବା ଭାରତୀୟ ଉଚ୍ଚ କମିଶନର ବିକ୍ରମ ଦୋରଇସ୍ୱାମୀଙ୍କୁ ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରାରେ ପ୍ରବେଶ ବନ୍ଦ କରାଯାଇଥିଲା। ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ ହାଇ କମିଶନରଙ୍କୁ କାରରୁ ଓହ୍ଲାଇବାକୁ ଦେଇନଥିଲେ।
Khalistanies tried to heckle Indian Ambassador @SandhuTaranjitS with basless Questions for his role in the failed plot to assassinate Gurpatwant, (SFJ) and Khalistan Referendum campaign.
Himmat Singh who led the pro Khalistanies at Hicksville Gurdwara in New York also accused… pic.twitter.com/JW5nqMQSxO
— RP Singh National Spokesperson BJP (@rpsinghkhalsa) November 27, 2023
ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂହ ନିଜାର ଗୁରୁଦ୍ୱାରାର ସଭାପତି ଥିଲେ। ନିଜାରଙ୍କ ହତ୍ୟା ପରେ ଖାଲିସ୍ତାନୀ ସମର୍ଥକମାନେ ଅତ୍ୟନ୍ତ କ୍ରିଧିତ ହୋଇପଡିଛନ୍ତି।
ଉଲ୍ଲେଖଯୋଗ୍ୟ, ଗୁରୁପତନ୍ତ ସିଂହ ପନ୍ନୁ ନିଜକୁ ଶିଖ୍ ଫର୍ ଜଷ୍ଟିସର ମୁଖିଲା ବୋଲି କହୁଛି। ଭାରତରେ ଏହି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲାଗିଛି। ପନ୍ନୁ ବିରୋଧରେ ଭାରତରେ ୧୬ଟି ମାମଲା ରୁଜୁ ହୋଇଛି। ଆମେରିକା ଏବଂ କାନାଡାରେ ଖାଲିସ୍ତାନୀ କାର୍ଯ୍ୟକଳାପ ପଛରେ ପନ୍ନୁର ହାତ ରହିଛି। ସେ ପ୍ରାୟତଃ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୁଦ୍ଧରେ ହେଟ୍ ସ୍ପିଚ୍ ଦେଇ ଭିଡିଓ ପ୍ରସ୍ତୁତ କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
