Advertisment

ଶେଷରେ ମାନିଲେ ଟ୍ରୁଡୋ, କହିଲେ କାନାଡ଼ାରେ ଅଛନ୍ତି ଖଲିସ୍ତାନୀ ସମର୍ଥକ

ପ୍ରଥମ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ଖାଲିସ୍ତାନୀମାନେ ତାଙ୍କ ଦେଶରେ ରହୁଛନ୍ତି।

Justin Trudeau

Justin Trudeau

Advertisment

ଖଲିସ୍ତାନୀ ସମର୍ଥକଙ୍କୁ ନେଇ କାନାଡା ଓ ଭାରତର ସମ୍ପର୍କରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ଶେଷରେ ଭୁଲ୍ ମାନିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। କାନାଡାରେ ଅଛନ୍ତି ଖଲିସ୍ତାନୀ ସମର୍ଥକ। ଏ କଥା ଖୋଦ୍‌ ଟ୍ରୁଡୋ ସ୍ୱୀକାର କରିଛନ୍ତି। ତେବେ ସମସ୍ତ ଶିଖ ଖଲିସ୍ତାନୀ ନୁହନ୍ତି ବୋଲି ମଧ୍ୟ ସେ କହିଛନ୍ତି।

Advertisment

ପ୍ରଥମ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ଖାଲିସ୍ତାନୀମାନେ ତାଙ୍କ ଦେଶରେ ରହୁଛନ୍ତି। ଟ୍ରୁଡୋଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ଯେ ଟ୍ରୁଡୋ ସରକାର ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି।

ଗତ ସପ୍ତାହରେ ଦୀପାବଳି ଉତ୍ସବ ସମୟରେ ଜଷ୍ଟିନ ଟ୍ରୁଡୋଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଥିଲା। ଟ୍ରୁଡୋ ଓଟଓ୍ୱା ସ୍ଥିତ ପାର୍ଲାମେଣ୍ଟ ହିଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ସେ ଭାରତୀୟ ପ୍ରବାସୀମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ।

Advertisment

ସେ କହିଥିଲେ, କାନାଡାରେ ଖଲିସ୍ତାନର ଅନେକ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ। ଏଠାରେ ହିଂସା, ଅସହିଷ୍ଣୁତା କିମ୍ବା ଭୟଭୀତ ହେବାର ସ୍ଥାନ ନାହିଁ। ଆମେ ସେପରି ନୁହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାନାଡାରେ ହିନ୍ଦୁ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ମଧ୍ୟ କାନାଡାର ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବଢୁଥିବା କୂଟନୈତିକ ତିକ୍ତତା ମଧ୍ୟରେ ଟ୍ରୁଡୋଙ୍କ ଏହି ବୟାନ ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୦୨୩ରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଥିଲା। ନିଜ୍ଜର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଟ୍ରୁଡୋ ଅଭିଯୋଗ କରିଥିଲେ। ତେବେ ଭାରତ ସରକାର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଥିଲେ।

କହିରଖୁ ଯେ, ଆତଙ୍କବାଦୀ ନିଜ୍ଜରକୁ ୧୮ ଜୁନ ୨୦୨୩ରେ ବ୍ରିଟିଶ କଲମ୍ବିଆର ସୁରେର ଗୁରୁଦ୍ୱାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା।

Canada Khalistan Supporter Justin Trudeau
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe