Advertisment

କିଏ ହେବ ଇରାନ୍‌ର ପରବର୍ତ୍ତୀ ସୁପ୍ରିମ ଲିଡର୍‌? ଉତ୍ତରାଧିକାରୀ ବାଛିଲେ ଖାମେନେଇ

ଅୟାତୁଲ୍ଲା ଅଲ୍ଲି ଖାମେନେଇ ଏକ ଗୁରୁତର ରୋଗରେ ପୀଡିତ। ଏଥିପାଇଁ ସେ ବଞ୍ଚିଥିବା ଭିତରେ ନିଜ ଉତ୍ତରାଧିକାରୀ ବାଛି ନେଇଛନ୍ତି।

author-image
Madhupriya Mistry
Ali Khamenei

Ali Khamenei

ନିଜ ଉତ୍ତରାଧିକାରୀ ବାଛି ନେଇଛନ୍ତି ଇରାନାର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇ। ବେଶ୍‌ ସିକ୍ରେଟ୍‌ ରୂପେ ମୋଜତାବା ଖାମେନେଇକୁ ଇରାନ ସୁପ୍ରିମ ଲିଡରର ଗାଦିରେ ବାସାଇଥିବା ଦାବି କରାଯାଉଛି। ମୋଜତାବା ହେଉଛନ୍ତି ଖାମେନେଇଙ୍କ ସାନ ପୁଅ। ତେବେ ସେ ଏଭଳି କାହିଁକି କରିଛନ୍ତି ବୋଲି ପ୍ରଶ୍ନ ଉଠୁଛି?

Advertisment

କିଛି ରିପୋର୍ଟ ଦାବି କରୁଛି ଯେ ଖାମେନେଇଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ସେ କୋମାରେ ଅଛନ୍ତି। ତେଣୁ ଖାମେନେଇଙ୍କ ପୁଅ ମୋଜତାବାଙ୍କୁ ଇରାନର ସର୍ବୋଚ୍ଚ ନେତା ଦାୟିତ୍ୱ ଦିଆଯାଇଛି। ତାଙ୍କ ବାପା ବଞ୍ଚିଥିବା ପର୍ଯ୍ୟନ୍ତ ମୋଜତାବା କାର୍ଯ୍ୟଭାର ଗ୍ରହଣ କରିପାରିବେ। ତେବେ ମୋଜତାବା ଇରାନ୍‌ର ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ। ଏହି କଥାକୁ ବର୍ତ୍ତମାନ ଗୁପ୍ତ ରଖାଯାଇଛି।

ରିପୋର୍ଟ ମୁତାବକ, ଇରାନର ବିଶେଷଜ୍ଞ ବିଧାନସଭା ଦେଶର ନୂଆ ସର୍ବୋଚ୍ଚ ନେତାଙ୍କୁ ମନୋନୀତ କରିଥିଲା। ଖାମେନେଇ ନିଜେ ବିଧାନସଭାର ୬୦ ଜଣ ସଦସ୍ୟଙ୍କୁ ଡାକି ଉତ୍ତରାଧିକାରୀଙ୍କ ବିଷୟରେ ଗୁପ୍ତ ନିଷ୍ପତ୍ତି ନେବାକୁ କହିଥିଲେ। ପରେ ବିଧାନସଭାରେ ସର୍ବସମ୍ମତି କ୍ରମେ ମୋଜତାବାଙ୍କ ନାମରେ ସହମତ ହୋଇଥିବା ଜଣାପଡିଛି।

Advertisment

କୁହାଯାଉଛି ଯେ, ଅୟାତୁଲ୍ଲା ଅଲ୍ଲି ଖାମେନେଇ (୮୫) ଏକ ଗୁରୁତର ରୋଗରେ ପୀଡିତ। ଏଥିପାଇଁ ସେ ବଞ୍ଚିଥିବା ଭିତରେ ନିଜ ଉତ୍ତରାଧିକାରୀ ବାଛି ନେଇଛନ୍ତି। ମୋଜତାବା ହେଉଛନ୍ତି ଖାମେନେଇଙ୍କ ଦ୍ୱିତୀୟ ପୁତ୍ର। ତେବେ ମୋଜତାବାଙ୍କୁ ସର୍ବୋଚ୍ଚ ନେତା କରିବା ପାଇଁ ଦୀର୍ଘ ସମୟ ଧରି ପ୍ରସ୍ତୁତି ଚାଲିଥିଲା। ମୋଜତାବାଙ୍କ ଲୋକମାନେ ଇରାନର ଗୁପ୍ତଚର ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସିରେ ଜଡିତ ଅଛନ୍ତି। ଇବ୍ରାହିମ ରାଇସି ଇରାନର ରାଷ୍ଟ୍ରପତି ହେବା ପରେ ମୋଜତାବାଙ୍କ ସ୍ଥିତି ଯଥେଷ୍ଟ ବୃଦ୍ଧି ପାଇଛି।

ରିପୋର୍ଟ ମୁତାବକ, ଇରାନ୍‌ରେ ସୁପ୍ରିମ ଲିଡରର୍‌ ଚୟନ ଆସେମ୍ବଲି ଅଫ୍‌ ଏକ୍ସପର୍ଟ କରନ୍ତି। ଇରାନର ସର୍ବୋଚ୍ଚ ନେତା ହେବାକୁ ହେଲେ ଦୁଇ ତୃତୀୟାଂଶ ଭୋଟ୍ ପାଇବା ଜରୁରୀ। ବାସ୍ତବରେ ଏକ୍ସପର୍ଟସ ଆସେମ୍ବଲି ହେଉଛି ୮୬ ଧର୍ମଗୁରୁଙ୍କ ଗୋଷ୍ଠୀ। ପ୍ରତି ୮ ବର୍ଷରେ ଏମାନଙ୍କର ନିର୍ବାଚନ ଅନୁଷ୍ଠିତ ହୁଏ। କିନ୍ତୁ ସେମାନଙ୍କ ଚୟନରେ ଗାର୍ଡିଆନ କାଉନ୍‌ସିଲ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

Ayatollah Ali Khamenei Mojtaba Khamenei Iran Supreme Leader