Advertisment

ଆମେରିକାର ଷ୍ଟ୍ରାଇକ ପରେ ଏମିତି କହିଲେ ଇରାନର ସୁପ୍ରିମ ଲିଡର୍‌

ଆମେରିକା ଏୟାର ଷ୍ଟ୍ରାଇକ କରିବା ପରେ ଇରାନ ପକ୍ଷରୁ ସବୁଠାରୁ ବଡ଼ ଓ ଭୟଙ୍କର ମିସାଇଲକୁ ଇସ୍ରାଏଲକୁ ଟାର୍ଗେଟ କରି ମାଡ଼ କରାଯାଇଥିଲା। ଏହି ମିସାଇଲରେ ସବୁଠାରୁ ବଡ଼ ବୋମା ବହନ କରିବାର କ୍ଷମତା ରହିଛି।

author-image
Hemant Lenka
Iran

Iran

ଇରାନର ୩ ଆଣବିକ କାର୍ଯ୍ୟକ୍ରମ ଠିକଣାରେ ଆମେରିକା ଶନିବାର ବିଳମ୍ବିତ ରାତିରେ ବୋମା ବର୍ଷଣ କରିଥିଲା। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏପରି ହସ୍ତକ୍ଷେପକୁ ପୂରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନି ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ଜିଓନିଷ୍ଟ ଶତ୍ରୁ ବା ଇସ୍ରାଏକୁ ଦଣ୍ଡ ମିଳୁଛି ଓ ଆଗକୁ ମଧ୍ୟ ଦଣ୍ଡ ମିଳିବ ବୋଲି ଦମ୍ଭୋକ୍ତି କରିଛନ୍ତି।

Advertisment

ସେ କହିଛନ୍ତି, “ଜିଓନିଷ୍ଟ ଶତ୍ରୁ ବଡ଼ ଭୁଲ କରିଛନ୍ତି। ସେମାନେ ବଡ଼ ଅପରାଧ ଘଟାଇଛନ୍ତି। ଏଥିପାଇଁ ତାଙ୍କୁ ନିଶ୍ଚିତ ଦଣ୍ଡ ମିଳିବ। ଏବେ ବି ସେମାନଙ୍କୁ ଦଣ୍ଡ ମିଳୁଛି। ଏବେ ହିଁ ସେମାନଙ୍କୁ ଦଣ୍ଡ ଦିଆଯିବ।” ଏହି ବୟାନ ସହ ଖେମେନି ଗୋଟିଏ ଏୟାର ଷ୍ଟ୍ରାଇକର ଫଟୋ ଶେୟାର କରିଛନ୍ତି। ଏଥିରେ ଗୋଟିଏ କଙ୍କାଳ ରହିଛି। ଏହାର କପାଳରେ ଷ୍ଟାର ଅଫ ଡାଭିଡର ଲୋଗ ରହିଛି। ଏହି ଷ୍ଟାର ଅଫ ଡାଭିଡ ଇସ୍ରାଏଲ ଜାତୀୟ ପତାକାରେ ରହିଥାଏ। ଖେମେନି ଏପରି ଫଟୋ ଜାରି କରି ଇସ୍ରାଏଲକୁ ଦଣ୍ଡ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି।

ଆମେରିକା ଏୟାର ଷ୍ଟ୍ରାଇକ କରିବା ପରେ ଇରାନ ପକ୍ଷରୁ ସବୁଠାରୁ ବଡ଼ ଓ ଭୟଙ୍କର ମିସାଇଲକୁ ଇସ୍ରାଏଲକୁ ଟାର୍ଗେଟ କରି ମାଡ଼ କରାଯାଇଥିଲା। ଏହି ମିସାଇଲରେ ସବୁଠାରୁ ବଡ଼ ବୋମା ବହନ କରିବାର କ୍ଷମତା ରହିଛି। ଆମେରିକାର ଆକ୍ସନ ପରେ ଇରାନ ପକ୍ଷରୁ ୪୦ ମିସାଇଲ ମାଡ଼ କରାଯାଇଥିଲା। ଏହା ମଧ୍ୟରେ ଖୋରାମଶାହର-୪ ମଧ୍ୟ ରହିଥିଲା।

Advertisment

ଖାମେନିଙ୍କ ପୂର୍ବରୁ ତାଙ୍କ ସହଯୋଗୀ ହୁସେନ ଆକ୍ରମଣର ଧମକ ଦେବା ସହ ଷ୍ଟ୍ରେଟ ଅଫ ହରମୁଜକୁ ବନ୍ଦ କରିବାର ଚେତାବୀ ଦେଇଥିଲେ। ସେ କହିଥିଲେ, “ଏବେ ବିଳମ୍ବ ନ କରି ଜବାବ ଦେବାର ପାଳି ଆମର। ପ୍ରଥମ ପଦକ୍ଷେପ ସ୍ୱରୂପ ଆମକୁ ବାହାରିନରେ ଥିବା ଆମେରିକା ନୌସେନା ବେସକୁ ମିସାଇଲ ମାଡ଼ କରିବାକୁ ପଡ଼ିବ। ସମାନ୍ତରଳ ଭାବେ ଆମେରିକୀୟ, ବ୍ରିଟିଶ, ଜର୍ମାନ ଓ ଫ୍ରେଞ୍ଚ ଶିପଗୁଡ଼ିକ ପାଇଁ ଷ୍ଟ୍ରେଟ ଅଫ ହରମୁଜକୁ ବନ୍ଦ କରିବାକୁ ହେବ।”

Iran Israel Conflict Iran Israel War Ayatollah Ali Khamenei