Advertisment

Middle East War: ଟ୍ରମ୍ପଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ କହିଲେ ଖାମେନେଇଙ୍କ ପରାମର୍ଶଦାତା, ଜବାବ ରଖିଲେ ଆମେରିକା ରାଷ୍ଟ୍ରପତି

ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା ପାଇଁ ଟ୍ରମ୍ପଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଇରାନ ତାଙ୍କୁ ଆଦୌ ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି। ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ହମଲା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

Larijani

ଲାରିଜାନି ଓ ଟ୍ରମ୍ପ

Advertisment

Middle East War Updates: ଇରାନୀୟ ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନି କରିଛନ୍ତି ବଡ଼ ପ୍ରତିଜ୍ଞା। ନିଜ ନେତାଙ୍କ ରକ୍ତର ବଦଲା ଇରାନ ନିଶ୍ଚିତ ନେବ ବୋଲି ସେ କହିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଇଛନ୍ତି ଚେତାବନୀ।

Advertisment

ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା ପାଇଁ ଟ୍ରମ୍ପଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଇରାନ ତାଙ୍କୁ ଆଦୌ ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି। ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ହମଲା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ଘମାଘୋଟ ଯୁଦ୍ଧ ଭିତରେ ଅଲୀ ଲାରିଜାନିଙ୍କ ବୟାନ ସାମ୍ନାକୁ ଆସିଛନ୍ତି। ତାଙ୍କର ଏପରି ଚେତାବନୀର ତୁରନ୍ତ ଜବାବ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି। ଏଭଳି ଚେତାବନୀକୁ ସେ ଆଦୌ ଖାତିର କରନ୍ତି ନାହିଁ ବୋଲି ଟ୍ରମ୍ପ କଟାକ୍ଷ କରି କହିଛନ୍ତି। 

Advertisment

ଏକଦା ଖାମନେଇଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଲାରିଜାନି ଶନିବାର ଇରାନୀୟ ଟିଭିକୁ କହିଛନ୍ତି ଯେ ଇରାନ କେବେ ହେଲେ ଟ୍ରମ୍ପଙ୍କୁ ଏକାକୀ ଛାଡ଼ିବ ନାହିଁ। ଇରାନର ପ୍ରତି ଜବାବକୁ ଟ୍ରମ୍ପ ଠିକ ଭାବେ ଆକଳନ କରିପାରିନାହାନ୍ତି। ଏହି ବିବାଦ ଆଦୌ ଶୀଘ୍ର ଶେଷ ହେବ ନାହିଁ।

ଭେନେଜୁଏଲରେ ଯାହା ଘଟିଲା, ତା’କୁ ଦେଖି ଟ୍ରମ୍ପ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଏହାକୁ ସେ ବେଶ ପସନ୍ଦ କରିଥିଲେ। ଇରାନରେ ମଧ୍ୟ ସେ ଖୁବଶୀଘ୍ର ସେମିତି କିଛି କରିବେ ବୋଲି ଭାବି ନେଇଥିଲେ। ଏବେ ସେ ଫସି ଯାଇଛନ୍ତି। ଆମେ ତାଙ୍କୁ ଆଦୌ ଏକା ଛାଡ଼ିବୁ ନାହିଁ।

ସେ ଯାହା ସବୁ କରିଛନ୍ତି, ସେଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ସେ ଆମ ନେତାଙ୍କୁ ମାରିଛନ୍ତି ଓ ୧ ହଜାରରୁ ଅଧିକ ଲୋକଙ୍କୁ ସହିଦ କରିଛନ୍ତି। ଏହା ଆଦୌ ଗୋଟିଏ ଛୋଟ କିମ୍ବା ସାଧାରଣ କଥା ନୁହେଁ।” 

ନିଜର ଚେତାବନୀକୁ ଏକ୍ସରେ ମଧ୍ୟ ଲାରିଜାନି ଦୋହରାଇ ଟ୍ରମ୍ପଙ୍କୁ ପୁଣି ଚେତାବନୀ ଦେଇଛନ୍ତି। ଶନିବାର ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଲାରିଜାନି ଇରାନ ଜଣେ ପ୍ରମୁଖ ଚେହେରା ଭାବେ କାମ କରୁଛନ୍ତି। ପ୍ରଥମଥର ପାଇଁ ସେ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଏପରି ଧମକ ଦେଇଛନ୍ତି। 

କଡ଼ା ଜବାବ ରଖିଲେ ଟ୍ରମ୍ପ

ଲାରିଜାନିଙ୍କ ବୟାନକୁ ଅତି ହାଲୁକା ଭାବେ ନେଇଛନ୍ତି ଟ୍ରମ୍ପ। ଚେତାବନୀ ଦେଇଥିବା ଇରାନୀ ଅଧିକାରୀଙ୍କୁ ସେ ଆଦୌ ଜାଣି ନଥିବା ମଧ୍ୟ କଟାକ୍ଷ କରି କହିଛନ୍ତି। ସେ କହିଛନ୍ତି, “ସେ କ’ଣ ସବୁ କହୁଛନ୍ତି ସେବାବଦରେ ମୋର କୌଣସି ଧାରଣା ନାହିଁ। ସେ କିଏ? ମୁଁ ଏସବୁକୁ ଆଦୌ ଖାତିର କରେନାହିଁ। ସେ ପୂର୍ବରୁ ହିଁ ହାରି ସାରିଛନ୍ତି।” 

ଲାରିଜାନି ଓ ଅନ୍ୟ ଇରାନୀ ନେତାମାନେ କରୁଥିବା ସମାଲୋଚନାକୁ ମଧ୍ୟ ଟ୍ରମ୍ପ ଆଦୌ ଗୁରୁତ୍ୱର ସହ ନେଇ ନାହାନ୍ତି। ଇରାନୀୟ ଅଧିକାରୀମାନଙ୍କୁ ସେ ଦୁର୍ବଳ କହିବା ସହ ଆମେରିକାର ସାମରିକ ଅପରେସନ ଜାରି ରହିବ ଓ ଇରାନ ନିଃସର୍ତ୍ତ ଆତ୍ମସମର୍ପଣ କରିବ ବୋଲି ମଧ୍ୟ ଟ୍ରମ୍ପ ଦମ୍ଭୋକ୍ତି କରିଛନ୍ତି। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe