ଖାମେନେଇ (ଫାଇଲ ଫଟୋ)
Middle East: ଇରାନର ଦିବଂଗତ ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ପତ୍ନୀ ମନସୌରେ ଖୋଜାସ୍ତେ ଆଉ ନାହାନ୍ତି। ଶନିବାର ଠାରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମନସୌରଙ୍କ ଆଜି ଦେହାନ୍ତ ହୋଇଥିବା ଇରାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଶନିବାର ଆମେରିକା ଓ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ମନସୌର ଆହତ ହୋଇଥିଲେ।
ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ଠାରୁ ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଶନିବାର ଭୋର ପ୍ରାୟ ୩ଟା ବେଳେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନର ସାମରିକ ଓ ସୁରକ୍ଷା ଭତ୍ତିଭୂମିକ ଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏହି ସମୟରେ ଖାମେନେଇଙ୍କ ସମେତ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ସୁରକ୍ଷା ଓ ରାଜନୀତିକ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଇରାନ ମଧ୍ୟ ନିଶ୍ଚିତ କରିଛି।
ଷ୍ଟ୍ରାଇକରେ ଖାମେନେଇଙ୍କ ଝିଅ, ଜ୍ୱାଇଁ ଓ ନାତୁଣୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏବେ ଆହତ ପତ୍ନୀ ମଧ୍ୟ ଆଖି ବୁଜିଛନ୍ତି। ରବିବାର ଖାମେନେଇଙ୍କ ମୃତ୍ୟୁକୁ ଇରାନ ନିଶ୍ଚିତ କରିବା ପରେ ଏୟାର ଷ୍ଟ୍ରାଇକର ବଦଲା ନେବାକୁ ପଣ କରିଛି। ଏଥିପାଇଁ ଇସ୍ରାଏଲ ଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ସେନା ଘାଟି ଗୁଡ଼ିକୁ ଟାର୍ଗେଟ କରିବାରେ ଲାଗିଛି।
ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଣ୍ୟବାହୀ ପଥ ଷ୍ଟ୍ରେଟ ଅଫ ହର୍ମୁଜକୁ ମଧ୍ୟ ବନ୍ଦ କରି ଦେଇଛି। ଏଥିଯୋଗୁ ବିଶ୍ୱର ସପ୍ଲାଏ ଚେନ ଗଭୀର ଭାବେ ପ୍ରଭାବିତ ହୋଇଛି। ଏହାବାଦ ଇରାନ ପକ୍ଷରୁ ସାଉଦି ସ୍ଥିତ ବିଶ୍ୱର ଅନ୍ୟତମ ବଡ଼ ତୈଳ ବିଶୋଧନାଗାର ଉପରେ ମଧ୍ୟ ଡ୍ରୋନ ମାଡ଼ କରାଯାଇଛି। ଡ୍ରୋନ ଆଟାକରେ ତୈଳ ଡିପୋ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୂରା ବିଶ୍ୱ ଏହାକୁ ନେଇ ଚିନ୍ତିତ ରହିଛି। ଆଗକୁ ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/02/khamenie-2026-03-02-19-35-41.jpg)