Advertisment

ବନ୍ୟା ମୁକାବିଲାରେ ବିଫଳ ହେବାରୁ ୩୦ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

ଏକା ସାଙ୍ଗରେ ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି କିମ ଜୋଙ୍ଗ ଉନ୍।

author-image
Debibandita Barick
ଅଦ୍ୟତନ ହୋଇଛି
Rope

Rope

ପ୍ରତ୍ୟେକ ଦେଶରେ ଗୁରୁତର ଅପରାଧ ପରେ ମୃତ୍ୟୁଦଣ୍ଡ ବା ଫାଶୀଦଣ୍ଡର ବ୍ୟବସ୍ଥା ରହିଛି। ଅନେକ ଦେଶ ମଧ୍ୟ ଏହି ବ୍ୟବସ୍ଥା ଉପରେ ରୋକ୍ ଲଗାଇଛନ୍ତି। କିନ୍ତୁ ଉତ୍ତର କୋରିଆ ଏକା ସାଙ୍ଗରେ ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।  

Advertisment

ବର୍ତ୍ତମାନ ସେଠାରେ ଶାସକ ଥିବା କିମ ଜୋଙ୍ଗ ଉନ୍ ୩୦ ଜଣ ଅଧିକାରୀଙ୍କୁ ଫାଶୀଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଗତ ମାସ ସେମାନଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଉତ୍ତର କୋରିଆର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦକ୍ଷିଣ କୋରିଆର ଏକାଧିକ ନ୍ୟୁଜ ଏଜେନ୍ସି ଏହି ରିପୋର୍ଟ କରିଛନ୍ତି। 

ରିପୋର୍ଟ ଅନୁସାରେ, ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ସହ କିଙ୍ଗ୍ ଜୋନ୍ ଚାଗଙ୍ଗ ପ୍ରୋଭିନେନ୍ସ ପ୍ରୋଭିନ୍ସିଆଲ ପାର୍ଟି କମିଟିର ସଚିବ କାଙ୍ଗ ବଙ୍ଗ-ହୁନଙ୍କୁ ପଦରୁ ନିଲମ୍ବନ କରିଛନ୍ତି। ବନ୍ୟା ମୁକାବିଲାରେ ଅଧିକାରୀମାନେ ବିଫଳ ହୋଇଥିବାରୁ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆ ଯାଇଥିବା କୁହାଯାଉଛି।

Advertisment

ସୂଚନା ଅନୁସାରେ, ନିକଟରେ ଉତ୍ତର କୋରିଆରେ ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହ ଭୂସ୍ଖଳନ ମଧ୍ୟ ହୋଇଥିଲେ। ଏଥିରେ ଏକ ହଜାର ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୪ ହଜାରରୁ ଅଧିକ ଘର ଭାଙ୍ଗି ଯାଇଥିଲା ଏବଂ ୧୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ଏଥିପାଇଁ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରିଥିଲେ।

ସେମାନେ ବନ୍ୟା ରୋକିବାରେ ଅସମର୍ଥ ହେବାରୁ ଦେଶରେ ଏତେ ବଡ଼ କ୍ଷୟକ୍ଷତି ହେଲା ବୋଲି କିମ ଜୋଙ୍ଗ ଉନ୍ କହିଥିଲେ। ଏଥିପାଇଁ ସେମାନଙ୍କ ଉପରେ ଜେଲ୍ ଦଣ୍ଡ କି ଜରିମାନା ନୁହେଁ, ସିଧାସଳଖ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଶେଷରେ ଗତ ମାସରେ ସମସ୍ତ ୩୦ ଅଧିକାରୀଙ୍କୁ ଫାଶୀ ଦିଆଯାଇଥିବା ମିଡିଆ ରିପୋର୍ଟରୁ ପ୍ରକାଶ ପାଇଛି। ଏକଛତ୍ରବାଦ ଶାସନ ଚାଲିଥିବା ଉତ୍ତର କୋରିଆରେ ଏହି ଦଣ୍ଡାଦେଶ ସମସ୍ତଙ୍କୁ ଚକିତ କରି ଦେଇଛି। 

Kim Jong Unକିମ ଜୋଙ୍ଗ ଉନ
North Koria Kim Jong Un